ଔପଦା ରେଞ୍ଜ କାର୍ଯ୍ୟାଳୟରେ ଅଣଓଡ଼ିଆ ଯୁବକଙ୍କୁ ମହିଳାଙ୍କ ନିସ୍ତୁକ ମାଡ଼ , ଭିଡ଼ିଓ ହେଲା ଭାଇରଲ :-

ବର୍ତ୍ତମାନ ସମୟରେ ଜଙ୍ଗଲ ବିଭାଗ ସମ୍ବନ୍ଧିତ ଏକ ଘଟଣା ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ଯେଉଁଥିରେ ବନରକ୍ଷୀ ମହିଳାଙ୍କୁ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମା-ରୁ-ଥିବାର ଦେଖାଯାଇଛି । ଯାହାକୁ ଦେଖି ଲୋକେ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ହୁଏତ ଏହି ଘଟଣା ପୁରୁଣା କିନ୍ତୁ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ଏହି ଘଟଣା ଜଙ୍ଗଲ ବିଭାଗ ଔପଦା ରେଞ୍ଜ କାର୍ଯ୍ୟାଳୟର ଅଟେ । ସେଠାକାର କାର୍ଯ୍ୟାଳୟର ଗାର୍ଡ ପ୍ରତିମା ସୋ ଜଣେ ଯୁବକଙ୍କୁ ମା-ଡ଼ ମା-ରି-ବା , ଗୋଇଠା ପରେ ଗୋଇଠା ମାରୁଥିବାର ଦେଖାଯାଇଛି । ତେବେ କେବଳ ସେ ନୁହଁନ୍ତି ବରଂ ଜଗୁଆଳି ବୀରକିଶୋର ପାଣିଗ୍ରାହୀ ଏବଂ ଲକ୍ଷ୍ଣଣ ବାରିକ ଯୁବକଙ୍କ ହାତକୁ ଦଉ-ଡ଼ିରେ ବାନ୍ଧି ହାଜତ ଭିତରକୁ ଟାଣୁ ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏସମ୍ବନ୍ଧରେ ଯେତେବେଳେ ଗାର୍ଡ ପ୍ରତିମା ସୋ ଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଉତ୍ତର ଦେଇଥିଲେ ଯେ ଗତ କିଛିଦିନ ତଳେ ଏକ ଶିକାରୀ ଗ୍ରୁପ ହାତରେ ପଡିଥିଲେ । ସେଥିମଧ୍ୟରୁ ଦୁଇଜଣ ନାବାଳକ ଥିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ସେହି ଘଟଣାରେ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟରେ ନୂତନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ବନ ବିଭାଗ କର୍ମଚାରୀଙ୍କ ନାମ କହି ଅର୍ଥ ଆଦାୟ କରୁଥିଲେ ଯାହାକି ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ତାଙ୍କୁ ଡକା ଯାଇଥିବା ସେ କହିଛନ୍ତି ।

ତେବେ ତାଙ୍କ କହିବା କଥା ଯେ ସେତେବେଳେ ସେ ଯୁବକଙ୍କୁ କାର୍ଯ୍ୟାଳୟକୁ ଡାକିଲେ ସେତେବେଳେ ଯୁବକ ଜଣକ ଅସୌଜନ୍ୟ ବ୍ୟବହାର କରିଥିଲେ ଯେଉଁ କାରଣରୁ ତାଙ୍କୁ ମାଡ଼ ମାରିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି ପ୍ରତିମା ସୋ । ତେଣୁ ତାଙ୍କ ମା-ଡ଼ ମାରି-ବା ଉପରେ ଲୋକେ ବିରୋଧ କରି ପ୍ରଶ୍ନ କରିବାରୁ ପ୍ରତିମା ସୋ କହିଛନ୍ତି ଯେ ଏପରି ଯୁବକଙ୍କୁ ମା-ଡ଼ ନଦେଇ କଣ ତାଙ୍କୁ କୋଳରେ ବସେଇ ଗେଲ କରିଥାନ୍ତେ ?

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଗତ ମାର୍ଚ୍ଚ ମାସ ୩୦ କିମ୍ବା ୩୧ ତାରିଖର ବୋଲି କୁହାଯାଇଛି । ତେବେ ଏହି ଘଟଣା ପରେ ଔପଦା ବନ ବିଭାଗ କାର୍ଯ୍ୟାଳୟରୁ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ତେଣୁ ଏହି ଘଟଣାକୁ ନେଇ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପୋଲିସକୁ ଘଟଣା ବିଷୟରେ ତଦନ୍ତ କରିବାକୁ ଦାବି କରାଯାଉଛି ।

Leave a Reply

Your email address will not be published. Required fields are marked *