ରିଲିଜ୍ ହେଲା ନୂଆ ଓଡ଼ିଆ ଚଳଚିତ୍ର ବାପା ସୁପରମ୍ୟାନ , ସିଦ୍ଧାନ୍ତ ମହାପାତ୍ର କହିଲେ ଏପରି କିଛି କଥା

ଓଡ଼ିଆ ସିନେ ଜଗତ ତଳକୁ ତଳକୁ ଖସି ଚାଲିଥିବା ସମୟରେ ବର୍ତ୍ତମାନ ସମୟରେ ମଧ୍ୟ ଏପରି ଅନେକ ଚଳଚିତ୍ର ନିର୍ମାଣ ହେଉଛି , ଯାହା ସମସ୍ତଙ୍କୁ ପସନ୍ଦ ଆସିବାରେ ଲାଗିଛି । ଏପରି ଅନେକ ଚଳଚିତ୍ର ରହୁଛି , ଯାହା ଦର୍ଶକ ମାନଙ୍କ ମନ କିଣି ନେଉଛି । ଲୋକ ମନ ଭରି ଉପଭୋଗ କରିବାରେ ଲାଗିଛନ୍ତି ଆଉ ଓଡ଼ିଆ ଚଳଚ୍ଚିତ୍ରକୁ ଭଲ ପାଇବା ମଧ୍ୟ ଦେଉଛନ୍ତି । ଯେଉଁ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ପରେ ଜଣେ ବଡ ବଡ କଳାକାର ଆରପାରିକୁ ଚାଲି ଯାଉଛନ୍ତି , ସେହି ସମୟରେ ମଧ୍ୟ ଭଲ ଭଲ ଚଳଚିତ୍ର ନିର୍ମାଣ ହୋଇପାରିଛି , ସେଥିପାଇଁ ଦର୍ଶକ ମାନଙ୍କ ମନରେ ଅତ୍ୟନ୍ତ ଖୁସି। ତେବେ ଗତକାଲି ଅଭିନେତା ପିଣ୍ଟୁ ନନ୍ଦଙ୍କ ଯିବା ଦୁଃଖ ସାରା ଓଡ଼ିଶାକୁ ହଇଚଇ କରି ଦେଇଥିବା ସମୟରେ ରିଲିଜ୍ ହୋଇଛି ଏପରି ଏକ ଓଡ଼ିଆ ଚଳଚ୍ଚିତ୍ର ।

ତେବେ ଏପରି ଚଳଚିତ୍ର ଯାହାଙ୍କୁ ଦେଖିବା ପାଇଁ ହଲ ରେ ଦର୍ଶକ ମାନଙ୍କ ଭିଡ ଜମି ରହିଛି । ସମସ୍ତେ ମନ ଭରି ଏପରି ଚଳଚିତ୍ର ଦେଖିବା ପାଇଁ ଅନାଇ ବସିଥିଲେ । ଆଉ ବହୁତ ଦିନ ପରେ ଏପରି ଚଳଚିତ୍ର ଦେଖିବା ପାଇଁ ହଲ ରେ ଭିଡ ଜମାଇଥିଲେ । ତେବେ ବହୁତ ଦିନର ଅପେକ୍ଷା ଆଉ ଅନେକ ସମସ୍ୟା ମଧ୍ୟରେ ରିଲିଜ୍ ହୋଇଛି ଓଲିଉଡ ସୁପରଷ୍ଟାର ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଚଳଚିତ୍ର “ବାପା ସୁପରମ୍ୟାନ” । ଏହି ଚଳଚିତ୍ରଟି ଓଡ଼ିଆ ଚଳଚିତ୍ର ଜଗତକୁ ଏକ ଭିନ୍ନ ସ୍ତରକୁ ନେଇଯିବ ବୋଲି ସମସ୍ତଙ୍କ ଇଚ୍ଛା । ସମସ୍ତେ ଏହାକୁ ନେଇ ଅତ୍ୟନ୍ତ ଖୁସି ଅଛନ୍ତି ଆଉ ସମସ୍ତଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ । ସମସ୍ତେ ଏହି ଚଳଚିତ୍ର ଠାରୁ କିଛି ନୂଆ ଶିଖିବା ପାଇଁ ଆଶା ରଖିଛନ୍ତି । ତେଣୁ ଏପରି ମଧ୍ୟରେ ଏହାକୁ ନେଇ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ସିଦ୍ଧାନ୍ତ ମହାପାତ୍ର ।

ତାଙ୍କ କହିବା ଅନୁଯାୟୀ , ଦୀର୍ଘ ଦିନ ପରେ ତାଙ୍କ ଚଳଚିତ୍ର ସିନେମା ହଲ ରେ ପଡ଼ିଛି । ଏହି ଚଳଚିତ୍ର ସମସ୍ତ ଦର୍ଶକ ମାନଙ୍କୁ ଆକର୍ଷିତ ନିଶ୍ଚିତ ଭାବରେ କରିବ ବୋଲି ସେ କହିଛନ୍ତି । କାହିଁକି ନା ସମସ୍ତଙ୍କ ଜୀବନରେ ବାପାଙ୍କ ଭୂମିକା ଅନେକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ସମସ୍ତେ ନିଜ ନିଜ ବାପାଙ୍କୁ ଅନେକ ଭଲ ପାଇ ଥାଆନ୍ତି । ସମସ୍ତେ ସେଥିପାଇଁ ନିଶ୍ଚିତ ଭାବରେ ଏହି ଫିଲ୍ମ ଦେଖିବା ପାଇଁ ହଲ ଆସିବେ । କାହିଁକି ନା ସମସ୍ତଙ୍କ ଜୀବନରେ ବାପାଙ୍କ ସହିତ ଏପରି ଏକ ଡୋର ରହିଛି । ଯେଉଁ ଡୋର ଛିଡ଼ିବା ଏତେ ସହଜ ନୁହେଁ । ବାପା ଏପରି ଜଣେ ମଣିଷ , ଯାହାଙ୍କ ବିନା ଆମେ କିଛି ନୁହେଁ । ସେ ସିନା ନିଜ ଭଲ ପାଇବା ପ୍ରକାଶ କରନ୍ତି ନାହିଁ । କିନ୍ତୁ ମନ ଭିତରେ ତାଙ୍କର ଆମ ପ୍ରତି ଅନେକ ଭଲ ପାଇବା ରହିଥାଏ ।

ଏହାବ୍ୟତୀତ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି , ଏହି ଚଳଚିତ୍ରଟି ତାଙ୍କ ପାଇଁ ଅତ୍ୟନ୍ତ ଲକ୍କି ଅଟେ । କାହିଁକି ନା ଆଜିର ଦିନ ସହିତ ତାଙ୍କର ଏକ ସ୍ବତନ୍ତ୍ର ଭାବ ରହିଛି । ଆଉ ବାସ୍ତବରେ ତାହା ହେଉଛି ତାଙ୍କ ବାପାଙ୍କ ଜନ୍ମଦିନ ହିଁ ଆଜି ପଡୁଛି । ତେଣୁ ସେଥିପାଇଁ ସେ ଆହୁରି ଅଧିକ ଖୁସି ଅଛନ୍ତି । ବାପାଙ୍କ ଜନ୍ମଦିନ ଉପଲକ୍ଷେ ଆଉ ଚଳଚିତ୍ର ରିଲିଜ୍ ହୋଇଥିବା ଯୋଗୁଁ ସେ ଅତ୍ୟନ୍ତ ଖୁସି ଅଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି କି , କଥାରେ ଅଛି ବାପାଙ୍କ ବଡ ପୁଅ ହେବ ନାହିଁ ଆଉ ରାଜାଙ୍କ ସାନ ପୁଅ ହେବ ନାହିଁ । ତଥାପି କୁହାଯାଏ ବାପା ଥିଲେ ପୁଅ ସଭାରେ ରାଜା । ତେଣୁ କରି ବାପାଙ୍କ ହାତ ଯଦି ଆମ କାନ୍ଧ ଉପରେ ରହିବ , ତେବେ ଆମେ ଦୁନିଆଁର ଅନେକ ଜିନିଷ ସହଜରେ ଅତିକ୍ରମ କରିପାରିବା ଆଉ ଅନେକ ଆଗକୁ ଯାଇପାରିବା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *