ଦିନେଶଙ୍କ ଦୀପିକା ଲୁଗା ଖୋଲି ଛେଚି ଦେଲେ …

ରାସ୍ତା ଉପରେ ଘେରିଥିଲେ ବହୁତ ଲୋକେ ଘଟଣା କଣ । କାହିଁକି ଏତେ ଲୋକେ ଘେରି ରହିଛନ୍ତି ଜଣେ ମହିଳାଙ୍କୁ କଣ ଘଟି ଚାଲିଛି ତାହା କେହି କିଛି ବୁଝି ପାରିନଥିଲେ ଆଉ ଏହାରି ଭିତରେ ଯେତେବେଳେ ଲୋକେ ଦେଖିଥିଲେ ସେତେବେଳେ ଜାଣି ପାରିଲେ କି ଦୀପିକା ରାଗିକି ଲୁଗା ଟେକି କାହାକୁ ଜଣଙ୍କୁ ପିଟି ଚାଲିଥିଲେ । ଆଉ ଦେଖୁ ଦେଖୁ ଦୀପିକାଙ୍କ ଚାରି ପାଖରେ ଘେରି ଯାଇଥିଲେ ସହ ସହ ଲୋକେ ।

ହେଲେ ବାସ୍ତବରେ କାହିଁକି ଦୀପିକା ଏତେ ଦିନ ନିରବ ରହିବା ପରେ ଏମିତି ରାଗିକି ଯୁବକଙ୍କୁ ପିଟିଲେ ତାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ହଁ ବନ୍ଧୁଗଣ ସେହି ଭିତରେ ଶହ ଶହ ଲୋକେ ଚାହିଁ ରହିଥିଲେ ଦୀପିକାଙ୍କୁ ଆଉ ଦୀପିକା ସାଙ୍ଘାତିକ ଭାବେ ରାଗିକି କହୁଥିଲେ ମତେ କମେଣ୍ଟ ମାରିଲୁ ତୋର ସାହାସ କେମିତି ହେଲା ମତେ କମେଣ୍ଟ ମାରିବାକୁ ।

କେବଳ ଏତିକି ନୁହେଁ ଦୀପିକା କହୁଥିଲେ ତୁ କଣ ମତେ ଶସ୍ତା ଭାବିଛୁ । ତୁ ମତେ କଣ ନିରିହ ଭାବିଛୁ । ତୁ କଣ ମୋ ଅସହାୟତରେ ମୋର ଫାଇଦା ଉଠାଇବାକୁ ଚେଷ୍ଟା କରୁଛୁ । ତୁ କଣ ଭାବିଛୁ ତୁ ମତେ କମେଣ୍ଟ ମାରିବୁ ଆଉ ମୁଁ ତତେ ଛାଡି ଦେବି । ତୁ ମତେ ଆଦୌ ଚିହ୍ନିନୁ । ମୁଁ ରାଗିଲେ ଆଉ ମୋ ମୁଣ୍ଡ ଖରାପ ହେଲେ ମୁଁ କାହାକୁ ବି ଛାଡ଼ିବି ନାହିଁ । ତୁ ମତେ ଜାଣିନୁ ମୁଁ ରାଗିଲେ କଣ କରିପାରେ ।

ଆଜି ତୋର ସବୁ ଦିନକୁ ମୋର ଗୋଟିଏ ଦିନ । ମୁ ଆଜି ତତେ ଜମା ଛାଡ଼ିବି ନାହିଁ ତୋ କଲା କର୍ମ ପାଇଁ ମୁଁ ତତେ ଶାସ୍ତି ଦେବି । ଆଉ ଏମିତି କହି ଦୀପିକା କମେଣ୍ଟ ମାରିଥିବା ଯୁବକଙ୍କୁ ବହେ ଛେଚିଥିଲେ । ଯୁବକଙ୍କ କଲରକୁ ଘୋଷାଡି ଗାଲକୁ ଗାଲକୁ ଠାଏ ଠାଏ ଚାପୁଡ଼ା ମାରି ଚାଲିଲେ । ଡ୍ରେସ ଚିରିଲେ ବହେ ନାଦି ଦେଇ ଗଲେ । ଦୀପିକାଙ୍କ ଏପରି ରୂପ ଦେଖି ଯୁବକ ଜଣଙ୍କ ଏକଦମ ଭୟଭୀତ ହୋଇ ପଡ଼ିଥିଲେ ।

ଦୀପିକା ସେହି ସମୟରେ ଏମିତି ରାଗି ଯାଇଥିଲେ କି ତାଙ୍କୁ ପୋଲିସ ଅଟକାଇଲେ ମଧ୍ୟ ଦୀପିକା କାହାରି କଥାକୁ ଶୁଣିଲେ ନାହିଁ । ମନ ଶାନ୍ତି ଓ ରାଗ ଶାନ୍ତି ହେବା ପର୍ଯ୍ୟନ୍ତ ମାଡ଼ ମାରିଲେ । ଶହ ଶହ ଲୋକଙ୍କ ଆଗରେ କମେଣ୍ଟ ମାରୁଥିବା ଯୁବକଙ୍କୁ ଏମିତି ମାଡ଼ ମାରି ପାନେ ଦେଇଥିଲେ କେ ଦୀପିକା । ଆଉ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ମଧ୍ୟ ଭୟଭୀତ ହୋଇପଡିଥିଲେ ।

ଆଉ ଭୟରେ କେହି କିଛି କହିବାକୁ ସାହସ କରୁ ନଥିଲେ । କାରଣ ଦୀପିକା ଏକା ଏକା ଅନେକ ଦିନ ହେଲାଣି ସଂଘର୍ଷ କରିବା ପରେ ଭୟରେ ଥରି ଉଠିଥିଲେ । ଆଉ ଏହା ପରେ କେ ଦୀପିକା ରାଗିକି ଏକ ଦମ ଭାବେ ନିଆଁ ହୋଇଯାଇଥିଲେ । ଜଣେ ଯୁବକଙ୍କୁ ଦୀପିକା ଏକା ଏକା ପାନେ ଦେଉଥିବା ବେଳେ କେହି ଯଦି ଦୀପିକାଙ୍କୁ ଅଟକାଉ ଥିଲେ ଦୀପିକା କାହା କଥା ଶୁଣିବାକୁ ନାରାଜ ଥିଲେ । ତେଣୁ ଦୀପିକାଙ୍କ ରାଗ ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ ଆଉ କେହି ଦୀପିକାଙ୍କୁ ଧରିବାକୁ ଆସିଲେ ନାହିଁ ।

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିବା କେ ଦୀପିକା ଅନେକ ଦିନ ହେଲାଣି ନ୍ୟାୟ ପାଇଁ ଧାରଣାରେ ବସିଥିଲେ । ଅନେକ ଦିନର ସଂଘର୍ଷ ପରେ କେ ଦୀପିକା ନ୍ୟାୟ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ।

ଆଉ ଏତେ ସବୁ ଭିତରେ ଯେତେବେଳେ ଜଣେ ଯୁବକ କେ ଦୀପିକାଙ୍କୁ କମେଣ୍ଟ ମାରିଥିଲେ ସେହି ସମୟରେ ଦୀପିକା ରାଗରେ ନିଆଁ ହୋଇଯାଇଥିଲେ । ଆଉ ଦୀପିକା ରାଗିକି ଯୁବକଙ୍କୁ ବହେ ଛେଚିଥିଲେ । ଏମିତିକି ସେହି ସମୟରେ ଦୀପିକାଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଦୀପିକା ରାଗରେ ଅଟକି ନଥିଲେ ।

Leave a Reply

Your email address will not be published. Required fields are marked *