ନିଜ ଜନ୍ମ କଲା ୨ ଝିଅ ଓ ପୁଅକୁ କୂଅକୁ ଫୋପାଡ଼ି ପରେ ମା କାଟିଦେଲା ନିଜ ଜିଭ….

ମା ଘଟାଇଛି ବିଭତ୍ସ କାଣ୍ଡ । ଛୁଆକୁ ମାରି ନିଜର ଜିଭ କାଟି ସ୍ଥାନୀୟ ଅଞ୍ଚଳରେ ଖେଳାଇ ଦେଇଛି ଆତଙ୍କ । ପାରିବାରିକ କହଳ ଭୟଙ୍କର ରୁପ ନେଇଛି । ଯାହା କେହି କେବେ ଚିନ୍ତା ମଧ୍ୟ କରି ପାରିବେ ନାହିଁ ସେହିଭଳି କାଣ୍ଡ ଭିଆଇ ଆଲୋଡନ ସୃଷ୍ଟି କରିଛନ୍ତି ଜଣେ ମହିଳା । ପାରିବାରିକ କଲହକୁ ନେଇ ମା ପ୍ରଥମେ ଦୁଇ ଝିଅ ଓ ପୁଅଙ୍କୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଓ ପରେ ନିଜେ ମଧ୍ୟ ଆତ୍ମ ହତ୍ୟା କରିବାକୁ ନିଷ୍ପତ୍ତି ନେଇ ଏହି ଭଳି ଭୟଙ୍କର କାଣ୍ଡ ଭିଆଇ ଥିଲେ । ତେବେ ସୂଚନା ଅନୁଯାୟୀ ଦୁଇ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇ ପଡିଛନ୍ତି ।

ଏଭଳି ଚଞ୍ଚଲ୍ୟକର ଘଟଣା ଘଟିଛି ଶେରଗଡ଼ ବ୍ଲକ ଲାଉ ଗୁଡା ଗ୍ରାମରେ । ଏହି ଗ୍ରାମର ରଶ୍ମିତା ନାମକ ଏକ ମହିଳା ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଝିଅ ଓ ଗୋଟିଏ ପୁଅକୁ ମାରିବାକୁ ଉଦ୍ୟମ କରିଥିଲେ । ତେବେ କୂଅ ଭିତରେ ନିଜର ଜନ୍ମ କଲା ତିନି ଛୁଆଙ୍କୁ ଫିଙ୍ଗି ଦେଇ ନିଜେ ମଧ୍ୟ କୂଅ ଭିତରକୁ ଡେଇଁ ପଡ଼ିଥିଲେ ।ତେବେ ଏହା ପରେ ଗ୍ରାମବାସୀ ମାନେ ଖବର ପାଇ ମହିଳା ଓ ତାଙ୍କ ବଡ ଝିଅଙ୍କୁ ଉଦ୍ଧାର କରିଥିଲେ । ହେଲେ ଏକ ଦୁଃଖଦ କଥା ଏଥିରେ ପୁଅ ଏବଂ ଝିଅ ମୃତ୍ୟୁ ବରଣ କରିଥିଲେ ।

ସାନ ଝିଅ ଏବଂ ପୁଅ ମୃତ୍ୟୁ ବରଣ କରିଥିବା ଖବର ପାଇବା ପରେ ମହିଳା ଜଣଙ୍କ ଆଉ ଥରେ ଆତ୍ମହତ୍ୟା ଉଦ୍ୟମ କରି ନିଜର ଜିଭ କାଟି ଦେଇଥିଲେ । ତେବେ ପ୍ରଥମେ ମହିଳା ଆଉ ବଡ ଝିଅଙ୍କୁ ଗ୍ରାମବାସୀ ଉଦ୍ଧାର କରିବା ପରେ ଦୁହେଁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ଏହା ପରେ ମହିଳାଙ୍କୁ ଘର ଭିତରକୁ ଆଣି ରଖା ଯାଇଥିଲା ତେବେ ଏହା ପରେ ମହିଳା ଜଣଙ୍କ ଯେତେବେଳେ ଜାଣିବାକୁ ପାଇଥିଲେ । କି ତାଙ୍କ ସାନ ଝିଅ ଆଉ ପୁଅ ଏ ଦୁନିଆରେ ନାହାନ୍ତି ସେ ସେତେବେଳେ ପୁଣି ଥରେ ଆତ୍ମ-ହତ୍ୟା ଉଦ୍ୟମ କରିଥିଲେ ।

ତେବେ ମହିଳା ଜଣଙ୍କ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତି ହୋଇଥିବା ବେଳେ । ବଡ ଝିଅ ସୁସ୍ଥ ଥିବା ଜଣା ପଡିଛି । ତେବେ ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *