ନିଜ ମନର କଥା ଖୋଲି କହିଲେ ଅଭିନେତା ଅଭିଜିତ , କହିଲେ ମୋ ସ୍ତ୍ରୀ ସୋନାକ୍ଷି ଭଳି …

କୁହାଯାଏ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଏକ ଭିନ୍ନ ଦୁନିଆଁ ରହିଥାଏ । ସେମାନେ ବାହାରେ ଯାହା ଦେଖା ଯାଇଥାନ୍ତି , ଭିତରେ ତାହା ହୋଇ ନଥାନ୍ତି । ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ନ ଜାଣି ଲୋକେ ଅନେକ କଥା କହିବାରେ ଲାଗିଥାନ୍ତି । ବାସ୍ତବରେ ସେମାନଙ୍କର ମଧ୍ୟ ଆମ ଭଳି ଏକ ଦୁନିଆଁ ରହିଥାଏ । ଏହା ଲୋକ ମାନଙ୍କ ମନରେ ଏକ ଭିନ୍ନ ଧାରଣା କି ସେମାନେ ବହୁତ ଅଲଗା ହୋଇଥାନ୍ତି । ତେବେ ଏପରି ପରିସ୍ଥିତିରେ ଆମେ ଆଜି ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ ।

ତେବେ ଏପରି ଜଣେ ଅଭିନେତା ହେଉଛନ୍ତି ଅଭିଜିତ ଦାସ । ବହୁତ ଅଳ୍ପ ସମୟ ମଧ୍ୟରେ ସେ ଓଡ଼ିଆ ଚଳଚିତ୍ର ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଆ ଜଗତରେ ତାଙ୍କର କେହି ଚିହ୍ନା ନ ଥାଇ ମଧ୍ୟ ସେ ବହୁତ ଆଗକୁ ବଢି ପାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ନିଜ ପ୍ରେମ କାହାଣୀ ବିଷୟରେ ମୁଁହ ଖୋଲି କହିଛନ୍ତି , ଯାହା ଶୁଣିବା ପରେ ସମସ୍ତଙ୍କୁ ଟିକିଏ ଭିନ୍ନ ଲାଗିପାରେ । ତେବେ ତାଙ୍କ କହିବା ଅନୁଯାୟୀ , ପ୍ରେମ କାହାଣୀ ତାଙ୍କର ବେଶୀ ଦିନର ନୁହେଁ । ଖୁବ୍ କମ୍ ଦିନର ଭଲ ପାଇବା ପରେ ସେମାନେ ପରସ୍ପରକୁ ବିବାହ କରି ନେଇଥିଲେ ।ତେବେ ନିଜ ସ୍ତ୍ରୀ ମିକିଙ୍କ ସହିତ ଦେଖା ଏକ ଶୋ ରୁ ହୋଇଥିଲା । ସେଠାରେ ପ୍ରଥମ ଦେଖାରେ ହିଁ ତାଙ୍କୁ ମନ ଦେଇ ବସିଥିଲେ ଅଭିଜିତ ।

ତେବେ ସେଠାରେ ମିକିଙ୍କ ସହିତ ଯେମିତି ହେଉ ବି କଥାବାର୍ତ୍ତା କରି ତାଙ୍କ ଫୋନ୍ ନମ୍ବର ଆଣିବା ସହିତ ତାଙ୍କର ଇନଷ୍ଟାଗ୍ରାମ ଆଇଡି ଆଣିଥିଲେ । ଆଉ ଏହାପରେ ଧିରେ ଧିରେ କଥା ହୋଇଥିଲେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି , ବିବାହ ପୂର୍ବରୁ ମାତ୍ର କେତେ ଥର ସେ ନିଜ ସ୍ତ୍ରୀଙ୍କ ସହିତ ଦେଖା କରିଥିଲେ । ଆଉ ପ୍ରଥମ ଦେଖା ବିଷୟରେ କହିଛନ୍ତି କି , ଯେତେବେଳେ ନିଜ ସ୍ତ୍ରୀ ଗାଡ଼ି ମଧ୍ୟରୁ ଓହ୍ଲାଇଲେ ସେତେବେଳେ ସୋନାକ୍ଷି ସିହ୍ନା ଗାଡ଼ି ଭିତରୁ ବାହାରକୁ ଆସିଲେ ବୋଲି ସେ ଅନୁଭବ କରିଥିଲେ । ତେବେ ଏହାପରେ କଥା ଆଗକୁ ବଢିଥିଲା ଆଉ ନିଜ ଘରେ ମିକିଙ୍କ ବିଷୟରେ କହି ଦେଇଥିଲେ । ଆଉ ଘର ଲୋକ ମଧ୍ୟ ପୁଅର କଥା ମାନି ମିକିଙ୍କୁ ବୋହୂ ବୋଲି ଗ୍ରହଣ କରିବେ ବୋଲି ହଁ ମାରି ଦେଇଥିଲେ ।

ତେବେ ଏହାପରେ ତାଙ୍କର ଏନଗେଜମେଣ୍ଟ ମଧ୍ୟ ହୋଇ ଯାଇଥିଲା । ଆଉ ଏକ କଥା ମଧ୍ୟ ଅଭିଜିତ କହିଛନ୍ତି କି , ସେ ବିବାହ ଆଗରୁ ବହୁତ ମଦ ପିଉଥିଲେ । ଆଉ ସେତେବେଳେ ହୋସ ରେ ମଧ୍ୟ ରହୁ ନଥିଲେ । ତେବେ ସେ ଏ କଥା ମଧ୍ୟ କହିଛନ୍ତି କି , ତାଙ୍କର ବିବାହ ସରି ଯାଇଥିଲା , ତଥାପି ସେ ଜାଣି ପାରୁ ନଥିଲେ କି , ସେ ବିବାହ କରିଛନ୍ତି । ତେବେ ଧିରେ ଧିରେ ମିକିଙ୍କ ଭଲ ପାଇବା ଆଉ ତାଙ୍କ ସାଥ ତାଙ୍କୁ ବଦଳି ଦେଲା ଆଉ ବର୍ତ୍ତମାନ ସମୟରେ ସେ ପୁରା ସୁନା ପିଲା ହୋଇ ଯାଇଛନ୍ତି ବୋଲି କହିଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଜୀବନରେ ଏପରି ସ୍ତ୍ରୀ ମିଳିବା ବହୁତ ଭାଗ୍ୟର କଥା । ଆଉ ସେ ସେଥିପାଇଁ ନିଜକୁ ବହୁତ ଗର୍ବିତ ମନେ କରନ୍ତି।

Leave a Reply

Your email address will not be published. Required fields are marked *