ଧରା ପଡ଼ିଗଲା ସବୁ ସତ , ମହାରଣା ନୁହେଁ ମଲିକ , ନିଶା ନୁହେଁ ନାମ ତାଙ୍କର ଝିଲି

ବିବାଦୀୟ ଆଲବମ ଅଭିନେତ୍ରୀ ନିଶା ମହାରଣା । ଅନେକ ସମୟ ଧରି ସେ ଚର୍ଚ୍ଚାରେ ରହିବା କଥା ଆପଣ ସମସ୍ତେ ଜାଣି ଥିବେ । ଦୀର୍ଘ ଦିନ ହେବ ତାଙ୍କ କ୍ରେଜ୍ କମିବାର ନାମ ନେଉ ନାହିଁ । ସମସ୍ତେ ତାଙ୍କ ବିଷୟରେ ଆଲୋଚନା କରିବା ସହିତ କିଏ ତାଙ୍କୁ ଭଲ ତ ଆଉ କିଏ ତାଙ୍କୁ ଖରାପ କହିବାରେ ଲାଗିଛନ୍ତି ।

ତେବେ ଅଧିକାଂଶ ଉପରେ ଦେଖିବାକୁ ଗଲେ , ସମସ୍ତେ ତାଙ୍କୁ ଖରାପ କହିବା ସହିତ ଓଡ଼ିଶା ପାଇଁ କ-ଳଙ୍କ ବୋଲି କହିବାରେ ଲାଗିଛନ୍ତି । ଏପରି ଝିଅ ଓଡ଼ିଶା ପ୍ରତି ବିପଦ ବୋଲି ସମସ୍ତେ ଆକ୍ଷେପ କରିବା ସହିତ , ଏପରି ଝିଅ ଠାରୁ ଦୂରେଇ ରହିବା ଭଲ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ତେବେ ଏହି କଥା ନିଶା ମହାରଣା ଅନେକ ଥର ଶୁଣି ସାରିଥିବେ ।

ନିଜ ଦେଇଥିବା ମନ୍ତବ୍ୟ ପାଇଁ ରାତାରାତି ଚର୍ଚ୍ଚାର ପରିସରକୁ ଆସି ଯାଇଥିଲେ ନିଶା ମହାରଣା । ନିଜକୁ ସନୀ ଲିଓନୀ ବୋଲି କହିବା କଥା ତାଙ୍କୁ ବହୁତ ମ-ହଙ୍ଗା ପଡ଼ିଥିଲା । ଆଉ ଯେଉଁଥି ପାଇଁ ଲୋକେ ତାଙ୍କୁ ଛି ଛି ମଧ୍ୟ କହିବାକୁ ପଛାଇ ନଥିଲେ । କିନ୍ତୁ କାହା କଥାକୁ ଖାତିର କରି ନାହାଁନ୍ତି ନିଶା ଆଉ ସେ ଆଗକୁ ବଢିବାରେ ଲାଗିଛନ୍ତି । ନିକଟରେ ତାଙ୍କୁ ଭଲ କାମ କରୁଥିବାରୁ ଦେଖା ଯାଇଥିଲା ।

ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ସେ । ଆଉ ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ଦେବା ପାଇଁ ରାଜି ହୋଇ ଯାଇଥିଲେ । ତେବେ ସେହି ସମୟରେ ଅନେକ ଲୋକଙ୍କ ଦ୍ୱାରା ଭଲ କଥା କୁହା ଯାଇଥିଲା । ଆଉ ତାଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ ।

ତେବେ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ନିଶା ମହାରଣାଙ୍କର ଅସଲ ଚେହେରା ବର୍ତ୍ତମାନ ଧରା ପଡିଯାଇଛି । ଆଉ ଏହା ପାଇଁ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ ଝିଲି ମଲିକ। ଆଜ୍ଞା ହଁ ଚମକି ପଡିଲେ କି ? କଥାଟା ସତ, ଆପଣ ଭାବୁଥିବେ କିଏ ସେହି ଝିଲି ମଲିକ । ତେବେ ଜାଣି ରଖନ୍ତୁ ନିଶା ମହାରଣାଙ୍କର ପ୍ରକୃତ ନାମ ହେଉଛି ଝିଲି ମଲିକ ।

ଯାହା ବିଷୟରେ ବର୍ତ୍ତମାନ ଜାଣିବାକୁ ମିଳିଛି । ତାଙ୍କ ସାଙ୍ଗ ସାଥୀ ମାନେ ତାଙ୍କୁ ଏହି ଝିଲି ନାମରେ ହିଁ ଡ଼ାକି ଥାଆନ୍ତି । ବାସ୍ତବରେ ନିଶାଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲାର ନାଗପୁରା ଗାଆଁରେ । ତେଣୁ ସେଠାରେ କିଛି ଦିନ ପୂର୍ବରୁ ତାଙ୍କ ସାଙ୍ଗ ସାଥି ମାନେ ମିଶି ଗେଟ୍ ଟୁ ଗେଦାର କରୁଥିଲେ ଆଉ ସେଠାକୁ ନିଶା ମହାରଣା ମଧ୍ୟ ଯାଇଥିଲେ ।

ଆଉ ଏହାରି ମଧ୍ୟରେ ସ୍ଥାନୀୟ ଲୋକ ମାନଙ୍କ ସହିତ ତାଙ୍କର ପାଟି ତୁଣ୍ଡ ହେବାକୁ ଲାଗିଥିଲା । ଆଉ ଏହାପରେ ହିଁ ଜଣା ପଡ଼ି ଯାଇଥିଲା ପ୍ରକୃତରେ ନିଶାଙ୍କର ନାମ ଝିଲି । ଯାହାଙ୍କୁ ତାଙ୍କ ସାଙ୍ଗ ମାନେ ଝିଲି ବୋଲି ଡାକୁଥିଲେ । ତେବେ ବର୍ତ୍ତମାନ ଏହାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । କାହିଁକି ନିଶା ମହାରଣା ତାଙ୍କର ପ୍ରକୃତ ନାମ ଲୁଚାଇ ରଖିଥିଲେ ।

କଣ ଏମିତି କାରଣ ଅଛି , ଯାହା ପାଇଁ ସେ ନିଜ ଅସଲ ନାମ କହିବାକୁ ରାଜି ନୁହଁନ୍ତି ବୋଲି ଲୋକ ମାନେ ଆଲୋଚନା କରିବାରେ ଲାଗିଛନ୍ତି । ତେବେ ଲୋକଙ୍କ ମନରେ ଏତେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହା ଉପରେ ନିଶା ଏପର୍ଯ୍ୟନ୍ତ ନିଜ ମୁଁହ ଖୋଲି ନାହାଁନ୍ତି । ତେବେ ଦେଖା ଯାଉ ସତ କେବେ ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *