ଓଡିଶା ମୁଁହା ହେଉଛି ବାତ୍ୟା, ଘାଟେଇବ ପ୍ରଳୟ…

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ସହିତ ଓଡ଼ିଶାକୁ ଆଉ ବିପଦ ମୁହାଁଇଲାଣି । ଏମିତିରେ ତ ଓଡ଼ିଶାର ଉପକୂଳ ଦେଇ ପ୍ରତି ବର୍ଷ ଏକାଧିକ ଘୁର୍ଣ୍ଣିବଳୟ ଅତିକ୍ରମ କରିଥାଏ । ମାତ୍ର ଚଳିତ ବର୍ଷ ଆଉ ଏକ ସାଇକ୍ଲୋନ ହେବାର ନେଇ ଅନୁମାନ କରାଯାଇଛି , ଯାହାକି ଚଳିତ ମାସ ଅର୍ଥାତ ଅକ୍ଟୋବର ଶେଷ ସୁଦ୍ଧା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଇଛି ।

ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଅନୁଯାୟୀ ସତର୍କ ସୂଚନା ଦିଆଯାଇଛି । ତେବେ ଜିଏଫଏସ ସୂଚନା ଅନୁଯାୟୀ ଅକ୍ଟୋବର ୧୭ ରୁ ୧୮ ମଧ୍ୟରେ ଅଣ୍ଡାମାନ ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ନେଇ ଅନୁମାନ କରାଯାଇଛି । ତେବେ କହିବାକୁ ଗଲେ ଏହି ଏହି ଘୁର୍ଣ୍ଣିବଳୟ ଆଗାମୀ ଦୁଇ ଦିନ ମଧ୍ୟରେ ଲଘୁଚାପ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି କୁହାଯାଇଛି । ଆସନ୍ତା ୨୨ ଏବଂ ୨୩ ରେ ଏହି ଘୁର୍ଣ୍ଣିବଳୟ ଘନୀଭୂତ ହୋଇ ଗଭୀର ଅବପାତର ରୁପ ନେବା ସହିତ ସିଭିଅର ସେଇକ୍ଲୋନିକ ଷ୍ଟର୍ମ ରେ ପରିଣତ ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ସାଇକ୍ଲୋନ ଓଡ଼ିଆର କେଉଁଠି ଉପକୂଳ ଛୁଇଁବ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ମାତ୍ର ଏହାକୁ ସ୍ପଷ୍ଟ ହେବାକୁ ଆହୁରି ୨ ଦିନ ଲାଗିପାରେ ବୋଲି କୁହାଯାଇଛି । ବର୍ତ୍ତମାନର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ରୁ ୨୬ ମଧ୍ୟରେ ଏହା ଉତ୍ତର ଓଡ଼ିଶା କିମ୍ବା ପୁରୀରେ ଉପକୂଳ ଦେଇ ଅତିକ୍ରମ କରିବ ବୋଲି କୁହାଯାଇଛି । ତେବେ ପାଣିପାଗ ମଡେଲ ତରଫରୁ ଆସନ୍ତା ୫ ଦିନ ମଧ୍ୟରେ ଘୁର୍ଣ୍ଣିବଳୟ ସମ୍ବନ୍ଧୀୟ ସଠିକ ତଥ୍ୟ ଉପସ୍ଥାପନ କରାଯାଇ ପାରିବ ବୋଲି କୁହାଯାଇଛି ।

ଏପଟେ ମୌସୁମୀ ସକ୍ରିୟ ଥିଲେ ହେଁ ତାହା ଆଉ ଏକ ସପ୍ତାହ ପରେ ବିଦାୟ ନେବ ବୋଲି ଅନୁମାନ କରାଯାଇଛି । ଯାହାକି ଚଳିତ ବର୍ଷର ଏକ ବ୍ୟତିକ୍ରମ ଅଟେ । ଗତବର୍ଷ ମୌସୁମୀ ଏକ ସପ୍ତାହ ପୂର୍ବରୁ ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଓଡ଼ିଶା ଆଉ ଏକ ସାଇକ୍ଲୋନକୁ ସାମ୍ନା କରିବାକୁ ଯାଉଥିବାର ସୂଚନା ପ୍ରକାଶ ପାଇଛି । ଆସନ୍ତା ୨୦ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲା ଅର୍ଥାତ ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ସୁନ୍ଦରଗଡ , ମୟୁରଭଞ୍ଜ ଇତ୍ୟାଦି କିଛି ଜିଲ୍ଲାରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବ୍ୟକ୍ତ କରିଛି ।

Leave a Reply

Your email address will not be published. Required fields are marked *