ବୁଢ଼ା ବୟସରେ ବି ସ୍ୱାମୀ ଖୋଜୁଛି , ଷୋଳ ବୟସୀ ଝିଅ….

କେନ୍ଦୁଝର ଜିଲ୍ଲା ସଦରମହକୁମା ସ୍ଥିତ ବୈତରଣୀ ବିହାର ଠାରେ ରହୁଥିବା ସଙ୍ଗୀତା ବୈଦିକ ରୀତିରେ ଯୋଡ଼ା ସହରର କମାରଯୋଡ଼ାର ଯୁବକ ଗଣେଶ ଶାହଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ସେ ମଧ୍ୟ ସମସ୍ତଙ୍କ ଭଳି ଆଶା ଭରସା ନେଇ ଶାଶୁ ଘରକୁ ଖୁସିରେ ରହିବେ ବୋଲି ଆସିଥିଲେ । ମାତ୍ର ବୋଧହୁଏ ଭଗବାନଙ୍କୁ ତାହା ମଞ୍ଜୁର ନଥିଲା ଏବଂ ତାଙ୍କର ଦୁର୍ଭାଗ୍ୟ ଆସିଥିଲା ।

ତେବେ ବିବାହର ମାତ୍ର ୧୦ – ୧୨ ଦିନ ପରେ ତାଙ୍କ ସ୍ୱାମୀ ତାଙ୍କ ଉପରେ ନିର୍ଯାତନା ଦେବା ଆରମ୍ଭ କରିଦେଲେ । ସ୍ୱାମୀ ମଦ ପିଇ ଆସି ତାଙ୍କୁ ମାର ଧର କରିବାରେ ଲାଗିଲେ । ତଥାପି ନିଜ ସ୍ୱାମୀ ଯେହେତୁ ସଂଗୀତା ସବୁକିଛି ସହି ପଡ଼ି ରହିଲେ । ଶାଶୁ ଘର ଲୋକେ ମଧ୍ୟ ତାଙ୍କ ସପକ୍ଷରେ ନଥିଲେ । ନିଜର ସ୍ୱାସ୍ଥ୍ୟ ଖରାପ ହେବାରୁ ସଂଗୀତା କିଛି ଦିନ ତଳେ ନିଜ ବାପ ଘରକୁ ପଳାଇ ଥିଲେ । ମାତ୍ର ବାପଘରେ ରହିବା ସମୟରେ ସେ ଯେଉଁ କଥା ତାଙ୍କ ସ୍ୱାମୀଙ୍କ ନାମରେ ଶୁଣିବାକୁ ପାଇଥିଲେ ତାହାକୁ ସେ ସହଜରେ ଗ୍ରହଣ କରି ପାରି ନଥିଲେ ।

ବାସ୍ତବରେ ସେ ନିଜ ବାପ ଘରକୁ ଆସିବାର କିଛି ଦିନ ପରେ ହିଁ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିଲେ । କେବଳ ସେ ଯେ ନିଜେ ଇଚ୍ଛା କରି ତାହା ନୁହେଁ ନିଜ ଇଚ୍ଛା ଏବଂ ନିଜ ବାପା ମା ଏବଂ ସାନ ଭାଇଙ୍କ ସହାୟତାରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏପଟେ ସଂଗୀତଙ୍କ ସହିତ ବୈବାହିକ ସମ୍ପର୍କ ମଧ୍ୟ ରହିଥିଲା । ତେବେ ଏହି ଖବର ପାଇବା ମାତ୍ରେ ଯେତେବେଳେ ସଂଗୀତା ସତ ଜାଣିବାକୁ ଚେଷ୍ଟା କଲେ ତାହା ସତ ବୋଲି ପ୍ରମାଣିତ ହୋଇଥିଲା । ସେ ତୁରନ୍ତ ନିଜ ଶାଶୁ ଘରକୁ ଯାଇଥିଲେ । ମାତ୍ର ସେଠାରେ ତାଙ୍କ ଶାଶୁ ଘର ଲୋକେ ତାଙ୍କ ମୁହଁରେ କବାଟ ଦେଇ ଦେଇଥିଲେ ।

ଶେଷରେ ଆଉ ବାଟ ନପାଇ ସଂଗୀତା ଏହି ମାମଲାକୁ ଭିତ୍ତି କରି ଥାନାରେ ନିଜ ସ୍ୱାମୀ ଏବଂ ଶାଶୁ ଶ୍ୱଶୁର ଦିଅର ନାମରେ ଅଭିଯୋଗ ଆଣିଥିଲେ । ତଥାପି ଶାଶୁ ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଏପଟେ ଥାନାରେ ମଧ୍ୟ ତାଙ୍କ ମାମଲାଜୁ ଭିତ୍ତି କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ବରଂ ତାଙ୍କୁ ମହିଳା ଥାନାକୁ ଯିବାକୁ ଏବଂ କୋର୍ଟକୁ ଯିବାକୁ ଥାନା ଅଧିକାରୀ ମାନେ କହିଛନ୍ତି । ଯେଉଁଥିରେ ସେ ପୁରାପୁରି ନିରାଶ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *