ନିଜକୁ ନେଇ ଏମିତି କିଛି କହିଲେ ଅଲିଉଡ଼ ଅଭିନେତ୍ରୀ କ୍ୟୁଟି ଗେହ୍ଲି ରମ୍ୟାଞ୍ଜଳି । ଯାହାଙ୍କ ଚିନ୍ତାଧାରାକୁ ଲୋକେ କରୁଛନ୍ତି ପସନ୍ଦ ।

ନିକଟରେ ଅଲିଉଡ଼ରେ ଏକ ଗୀତ ବେଶ ହିଟ ହୋଇଥିଲା । ଯାହା ଟ୍ରେଣ୍ଡ କରିଥିଲା ଏବଂ ଲୋକେ ତାହାକୁ ବେଶ ପସନ୍ଦ ମଧ୍ୟ କରିଥିଲେ । ଯେଉଁଥିରେ ମୁଖ୍ୟ ଭୂମିକାରେ ଥିଲେ ରମ୍ୟାଞ୍ଜଳି । ତେବେ କହିରଖିବୁ ଯେ ଏହି ଯୁବ ଅଭିନେତ୍ରୀ ଅନେକ ଦର୍ଶକଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି । କିନ୍ତୁ ତଥାପି କିଛି ଦର୍ଶକ ଅଛନ୍ତି ଯେଉଁମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ । ଏହାକୁ ନେଇ ଅନେକ ସମୟରେ କୌଣସି ଭିଡ଼ିଓରେ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ବିଶେଷ କରି ତାଙ୍କ ନାକକୁ ନେଇ ମଧ୍ୟ ଦର୍ଶକ ମନ୍ତବ୍ୟ ଦେଇଥାନ୍ତି । ଯାହାକୁ ନେଇ ନିଜେ ରମ୍ୟାଞ୍ଜଳି ନିଜର ମତ ଦେଇଛନ୍ତି ।

ସେ କହିଛନ୍ତି ଯେ କିଛି ଦର୍ଶକଙ୍କୁ ତାଙ୍କ ନାକ ପସନ୍ଦ ନୁହେଁ , କିନ୍ତୁ ସେ ତାହାକୁ ବଦଳାଇ ପାରିବେ ନାହିଁ । କାରଣ ଭଗବାନଙ୍କ ଇଚ୍ଛା ଅନୁଯାୟୀ ହିଁ ମଣିଷ ନିଜର ଶାରୀରିକ ଗଠନ ପାଇଛି । ତେଣୁ ସେ ଏହାକୁ ନେଇ କେବେ ମନ ଦୁଃଖ କରି ନାହାଁନ୍ତି । ଏକ ଅତି ସାଧାରଣ ଏବଂ ଗାଉଁଲି ପରିବାରରୁ ଆସିଛନ୍ତି ।

ସେ କହିଛନ୍ତି ଯେ ସେ କେବେବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ସେ ଗାଁରୁ ସିଧା ରାଜଧାନୀକୁ ଯିବେ ଏବଂ ଏଭଳି ଏକ ସୁଯୋଗ ତାଙ୍କୁ ମିଳିବ । ଯାହାକୁ ନେଇ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ନିଶ୍ଚିତ ଭାବରେ ଏହା ମଧ୍ୟ ଭଗବାନଙ୍କ ଇଚ୍ଛା ଅଟେ ।

ରମ୍ୟାଞ୍ଜଳିଙ୍କୁ ଏଲବମରେ ସୁଯୋଗ ମିଳିବା ପରେ ମଧ୍ୟ ଅନେକ ଲୋକ କହିଛନ୍ତି ଯେ ତାଙ୍କର କୁଆଡ଼େ ଅଧିକ ଫୋଲଅର୍ସ ଥିବା କାରଣରୁ ତାଙ୍କୁ ସୁଯୋଗ ମିଳିଛି । କିନ୍ତୁ ବାସ୍ତବ କଥା ସେ କହିଛନ୍ତି ଯେ ତାଙ୍କୁ ସୁଯୋଗ ମିଳିବା ସମୟରେ ତାଙ୍କର ଅଧିକ ଫୋଲଅର୍ସ ନଥିଲେ ଏବଂ ତାଙ୍କର କୌଣସି ପ୍ରତିଭା କାରଣରୁ ହିଁ ସେ ସୁଯୋଗ ପାଇଛନ୍ତି । ଯଦି ଆମେ ରମ୍ୟାଞ୍ଜଳିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବୁ ତେବେ ସେ ନିଜ ବାପା ମା’ଙ୍କର ଖୁବ ପ୍ରିୟ ଏବଂ ସେ ଭବିଷ୍ୟତରେ ତାଙ୍କ ବାପା ମା’ଙ୍କୁ ନେଇ ବାହାରକୁ ବୁଲିବାକୁ ଯିବାକୁ ଇଚ୍ଛା ରଖିଛନ୍ତି । ସବୁଠାରୁ ବଡ଼ କଥା ଏହା ଯେ ତାଙ୍କର ଏଭଳି ସଫଳତା ପାଇଁ ସେ ତାଙ୍କ ବାପା ମା’ଙ୍କୁ ଶ୍ରେୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *