ପୁଣି ଧାରଣାରେ ଦୀପିକା , ଅଧିକାର ପାଇଁ ଚାଲିଛି ସଂଘର୍ଷ

ପୁଣିଥରେ ସେହି ପୁରୁଣା ଦିନ ଫେରି ଆସିଛି । ପୁଣି ଥରେ ନିଜର ଅଧିକାର ଫେରି ପାଇବା ପାଇଁ ସଂ-ଘର୍ଷ କରିଛନ୍ତି ଦୀପିକା । ନିଜର ଏତେ ବଡ ପୁଅକୁ ନେଇ ସେ କୁଆଡେ ଯିବେ । ନିଜ ପୁଅକୁ ବାପାର ପରିଚୟ କେମିତି ମିଳିବ ଆଉ ତାଙ୍କୁ କିଏ ସ୍ତ୍ରୀ ବୋଲି ଗ୍ରହଣ କରିବ ବୋଲି ସେ ଧାରଣାରେ ବସିଛନ୍ତି । ଆଜି ବି ହାରି ଯାଇ ନାହାଁନ୍ତି ସେ । ଆଜି ବି ତାଙ୍କ ମନ ମଧ୍ୟରେ ସେହି ନିଆଁ ଜ-ଳୁଛି ଆଉ ତାକୁ ନ ଲିଭା-ଇବା ପର୍ଯ୍ୟନ୍ତ ସେ ଚୁପ୍ ହୋଇ ବସିବେ ନାହିଁ ବୋଲି ସେ କହିଛନ୍ତି ।

ତେବେ ହଁ ଆଜ୍ଞା ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଦେଶୀବେହେରାସାହିର ଚର୍ଚ୍ଚିତ ଘଟଣା ବିଷୟରେ , ଯାହା ପୁଣିଥରେ ସାମ୍ନାକୁ ଆସିଛି । ଆପଣ ଶୁଣିଥିବେ ଦୀପିକା ନାମକ ଜଣେ ଯୁବତୀ ନିଜ ପ୍ରେମିକ ଦିନେଶଙ୍କ ପାଇଁ ତାଙ୍କ ଘର ଆଗରେ ଧାରଣା ଦେଇ ବସିଥିଲେ । କାହିଁକି ନା ଦୀପିକା ଆଉ ଦିନେଶଙ୍କ ମଧ୍ୟରେ ରହିଥିଲା ଅବୈଧ ଶାରୀ-ରିକ ସ-ମ୍ପର୍କ। ଆଉ ଯେଉଁଥିରୁ ଜନ୍ମ ହୋଇଥିଲା ଗୋଟିଏ ପୁତ୍ର ସନ୍ତାନ । ନିଜ ପୁଅକୁ ନେଇ ସେ କୁଆଡେ ଯିବେ ବୋଲି ଭାବି ଥିଲେ । କାହିଁକି ନା ଦିନେଶଙ୍କ ଘର ଲୋକ ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ।

ସେପଟେ ଡିନେଶଙ୍କ ଘର ଲୋକ ତାଙ୍କ ବିବାହ ଆଉ କେଉଁଠି ଠିକ୍ କରି ଦେଇଥିଲେ , ଯାହା ବିଷୟରେ ଶୁଣିବା ପରେ ଚୁପ୍ ହୋଇ ବସି ନଥିଲେ ଦୀପିକା । ନିଜ ହକ ପାଇଁ ଲଢ଼ିବା ଆରମ୍ଭ କରିଥିଲେ ଆଉ ଯାଇ ସମସ୍ତଙ୍କ ସହାୟତା ନେଇ ଧାରଣା ଦେଇ ବସିଥିଲେ ଦିନେଶଙ୍କ ଘର ଆଗରେ । ଏହି ସମୟରେ ସେ ଖରା ବର୍ଷା କିଛି ବି ମାନି ନଥିଲେ । ଆଉ ସେପଟେ ଦିନେଶଙ୍କ ଘର ଲୋକ ତାଙ୍କ ଉପରକୁ ପାଣି ଫୋପା-ଡ଼ିବା ସହିତ ତାଙ୍କ ଜିନିଷ ପତ୍ର ମଧ୍ୟ ଫୋପା-ଡ଼ିବା କାମ କରିଥିଲେ ।

ତେବେ ଯେତେବେଳେ ମାମ-ଲାଟି କୋର୍ଟରେ ଚାଲିଥିଲା , ସେତେବେଳେ ଦୀପିକା ଧାରଣାରୁ ଉଠି ଯାଇଥିଲେ । ତେବେ ଘଟ-ଣାକୁ ବର୍ଷେ ପୁରିଯିବା ସହିତ ତାଙ୍କୁ ନ୍ୟା-ୟ ନ ମିଳିବାରୁ ପୁଣିଥରେ ଦୀପିକା ଯାଇ ଶାଶୁ ଘର ଆଗରେ ଧାରଣା ଦେଇ ବସିଛନ୍ତି । ତେବେ ବର୍ତ୍ତମାନ ସେ ଅଭି-ଯୋଗ କରିଛନ୍ତି କି , ଶାଶୁ ଘର ଲୋକ ତାଙ୍କ ଉପରକୁ ଗରମ ପାଣି ଆଉ ଲଙ୍କା ଗୁଣ୍ଡ ଫୋପାଡ଼ି ଦେଇଛନ୍ତି । ତେବେ ଏ ବାବଦରେ ଦୀପିକାଙ୍କ ଓକିଲ କହିଛନ୍ତି କି , ଯଦି ଦୀପିକା ଲିଖିତ ଆକାରରେ କିଛି ଅଭି-ଯୋଗ କରନ୍ତି , ତେବେ ଦିନେଶଙ୍କ ଘର ଲୋକ ଆଉ ତାଙ୍କ ବିରୋ-ଧରେ କିଛି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *