ଡ୍ୟୁଟି ଯିବା ବାହାନାରେ କରି ଲୁଚି ଲୁଚି ASI ମ୍ୟାଡାମଙ୍କୁ ଧରି ଫେରାର ମାରିଲା କନଷ୍ଟେବଳ।

ନିର୍ବାଚନ ଡ୍ୟୁଟି ବେଳେ ASI ମ୍ୟାଡାମଙ୍କୁ ଧରି ଫେରାର ମାରିଲା କନଷ୍ଟେବଳ। ଡ୍ୟୁଟି ଯିବା ବାହାନାରେ କରି ଲୁଚି ଲୁଚି ମନ୍ଦିରରେ ଦୁହେଁ ବିବାହ କରିଲେ। ଖବର ପ୍ରଚାର ପରେ ଦୁହେଁ ଚାକିରିରୁ ହେଲେ ନିଲମ୍ବିତ।ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ ପ୍ରେମରେ କେବେ ନଥାଏ ବାଛ ବିଚାର। କିଏ ବଡ଼ ହେଉକି ସାନ କିଏ ଗରିବ ହେଉକି ଧନୀ। ପ୍ରେମ ପାଇଁ ପ୍ରେମୀ ଯୁଗଳ କିଛି ବି କରିପାରନ୍ତି। ଏମିତିକି ନିଜ ଚାକିରୀ ନିଜ ପରିବାରକୁ ବି ଛାଡିବାକୁ ପଛାନ୍ତି ନାହିଁ। ଯାହାର ପ୍ରମାଣ ଆପଣଙ୍କ ସାମ୍ନାରେ।

ଆଜ୍ଞା ହଁ ବନ୍ଧୁଗଣ ନିର୍ବାଚନ ଡ୍ୟୁଟି କରିଥିବା ବେଳେ ହଠାତ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ଜଣେ ମହିଳା ASI ଆଉ ଜଣେ କନେଷ୍ଟବଳ। ଦୁହେଁ ମେ ୭ ତାରିଖରେ ଭୋଟ ଦେବାକୁ ନିଜ ନିଜ ଘରୁ ବାହାରି ଆସିଥିଲେ ଆଉ ଭୋଟ ଦେବା ପରେ ଦୁହେଁ ନିଜ ଡ୍ୟୁଟିକୁ ଆଉ ଫେରି ନାହାଁନ୍ତି। ଖାଲି ସେତିକି ନୁହେଁ ଉଭୟଙ୍କ ଫୋନ ସୁଇଜଅଫ ମଧ୍ୟ ଆସୁଥିବା କୁହାଯାଉଛି। ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡିଯାଇଥିବା ବେଳେ ଏନେଇ ଯେତେବେଳେ ଅଫିସରେ ପଚାରିଥିଲେ ସେ ଅଫିସକୁ ଆସିନଥିବା ମଧ୍ୟ ଜଣା ପଡ଼ିଛି। ଆଉ ଏପର୍ଯ୍ୟନ୍ତ ମଧ୍ୟ ସେମାନଙ୍କର କୌଣସି ଖବର ମିଳି ପାରୁନାହିଁ।।

ଏଭଳି ହଠାତ ଦୁହିଁଙ୍କର ନିଖୋଜ ଖବରକୁ ନେଇ ଦୁହିଁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଆଉ ସେପଟେ କୁହାଯାଉଛି କି କାଳେ ମହିଳା ASI ଙ୍କୁ ଧରି କୁଆଡେ ଫେରାର ହୋଇଯାଇଛନ୍ତି କନେଷ୍ଟବଳ। ଯେଉଁ ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ଗୋଟେ ପଟେ ନିର୍ବାଚନର ମାହଲ ବେସ ଗରମ ଥିବା ବେଳେ ସେହି ସମୟରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

ମହିଳା ASIଙ୍କ ପରିବାର ସଦସ୍ୟ ଆଇଜିଙ୍କ ଆଗରେ ମାନିଛନ୍ତି। ସେମାନଙ୍କ ଝିଅର ଉକ୍ତ କାର୍ଯ୍ୟଳୟରେ ଜଣେ କନେଷ୍ଟବଳଙ୍କ ସହ ସମ୍ପର୍କ ରହିଥିଲା। ଯାହାକୁ ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ ଦୁହେଁ ଏକାଠି ଯାଇ ବିବାହ କରିଛନ୍ତି। ସେପଟେ ଦିଲ୍ଲୀରେ ଆର୍ଯ୍ୟ ସମାଜରେ ରୀତିନୀତିଅନୁଯାୟୀ ବିବାହ କରିଥିବା ସୂଚନା ମିଳିଛି।

ଏପଟେ ମହିଳା ASIଙ୍କ ପରିବାର ମଧ୍ୟ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ପ୍ରଥମେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ଏହା ପରେ ସେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଯାହାକୁ ନେଇ ASI ଜଣଙ୍କ କନେଷ୍ଟବଳଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିଲେ। ମାତ୍ର ପରିବାର ଲୋକେ ତାଙ୍କ କଥାରେ ରାଜି ନହେବାରୁ ସେ ଏଭଳି କିଛି ନିଷ୍ପତ୍ତି ନେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ତେବେ ଏ ସମ୍ପର୍କରେ ଗାଲୀୟର ରେଞ୍ଜ ଆଇଜି ଅରବିନ୍ଦ କୁମାର ସକସେନା କହିଛନ୍ତି ଯେ ଆସନ୍ତା ୭ ତାରିଖରେ ନିର୍ବାଚନରେ ମତଦାନ ହେଉଥିଲା ଏବଂ ସେଦିନ ମହିଳା ASI ନିଶା ଚେନ ଏବଂ କନେଷ୍ଟବଳ ଅଖଣ୍ଡ ଯାଦବ ଡ୍ୟୁଟିରେ ଥିଲେ।

ମେ ୮ ରେ ଦୁହେଁ ଭୋଟ ଦେବା ପାଇଁ ଘରୁ ବାହାରି ଆସିଥିଲେ ମଧ୍ୟ ଡ୍ୟୁଟି ପାଇଁ ଆସିନଥିଲେ। ଏଥି ସହିତ ମେ ୯ ରେ ମଧ୍ୟ ଡ୍ୟୁଟିରେ ଯୋଗ ଦେଇନଥିଲେ ASI ମ୍ୟାଡାମ ଏବଂ କନେଷ୍ଟବଳ ଜଣକ। ଯେଉଁ କାରଣକୁ ନେଇ ଦୁହିଁଙ୍କ ଉପରେ ସନ୍ଦେହ ହୋଇଥିବା ବେଳେ ଦୁହିଁଙ୍କୁ ନିଲମ୍ବିତ କରାଯାଇଛି।ସେପଟେ ଆଇଜି ମଧ୍ୟ ଏହା କହିଛନ୍ତି ଯେ ASI ନିଶା ଚେନ ଏବଂ କନଷ୍ଟେବଳ ଅଖଣ୍ଡ ସକ୍ସେନା ଯାଦବ ବିବାହ କରିବାକୁ ଚାହୁଁଥିଲେ।

ଯେହେତୁ ଦୁଇଜଣ ଅବିବାହିତ ଏବଂ ବୟସ୍କ ତ ସେମାନଙ୍କର ବିବାହ କରିବାର ଅଧିକାର ଅଛି।ବର୍ତ୍ତମାନ ମେ ୧୩ ତାରିଖରେ ଆର୍ଯ୍ୟ ସମାଜରେ ରୀତିନୀତି ଅନୁସାରେ ବିବାହ କରିଥିବା ସୂଚନା ଦେଇଛନ୍ତି। ସେପଟେ ଝିଅର ନିଖୋଜକୁ ନେଇ ମହିଳା ASIଙ୍କ ମା କାନପୁର ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *