ସାବଧାନ, ପୋଲିସ ବାବୁ ଫୋଟ ଦେଇ କରୁଛନ୍ତି କଲ। ଆସୁଛି ପାକିସ୍ତାନରୁ କଲ। ଉଠାଉ ଉଠାଉ କଟି ଯାଉଛି ଟଙ୍କା।

କଲ ରିସିଭ କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୁୱାଟସପରେ +୯୨ ନମ୍ବରରେ ଆସୁଛି କି କଲ? ଭିଡ଼ିଓ କଲରେ ଆସୁଛି କି ପୋଲିସ ବାବୁଙ୍କ ଫୋଟ? ଓଡିଶା ପୋଲିସ ତରଫରୁ ସମସ୍ତଙ୍କୁ କରାଗଲା ସତର୍କ।ହଁ ଆଜ୍ଞା ଅପରାଧୀ ମାନେ ଏବେ ଟଙ୍କା ଆଦାୟ କରିବା ପାଇଁ ହୁୱାଟସପ କଲ କରିବା ସହ ପୋଲିସ ବାବୁଙ୍କ ଫୋଟ ବ୍ୟବହାର କରୁଛନ୍ତି। ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତ୍ୱର ଅପରାଧର ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟିବା ପାଇଁ ନୂଆ କୌଶଳ ବ୍ୟବହାର କରୁଛନ୍ତି। ସତର୍କ ରୁହନ୍ତୁ ସାବଧାନ ରୁହନ୍ତୁ। ଏଭଳି କିଛି କହି ସତର୍କ କରାଇଛି ଓଡିଶା ପୋଲିସ।

ତେବେ କଲ ରିସିଭ କରୁ କରୁ କଟି ଯାଉଛି ଟଙ୍କା । ନମ୍ବର ଥିବା ହୁୱାଟସପ କଲ ଠାରୁ ଦୂରେଇ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାକିସ୍ତାନ ନମ୍ବରରୁ ଆସୁଛି ଏଭଳି ହୁୱାଟସପ କଲ। ତେବେ ଏହି କଲ ଆସୁଥିଲେ ସାଇବର ପୋଲିସ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

ବନ୍ଧୁଗଣ ଆଜିର ଯୁଗରେ ହୁୱାଟସପ କଲ ଆସିବା ଏକ ସାଧାରଣ କଥା ହୋଇଯାଇଥିବା ବେଳେ ହୁୱାଟସପରେ ଚାଟିଂ କରିବା ସହ ଏଥିରେ ଉଭୟ ଭିଡ଼ିଓ ଏବଂ ଓଡ଼ିଓ କଲ କରିବାକୁ ପସନ୍ଦ କରିଥାନ୍ତି ଆଜିର ଯୁବପିଢି। କିନ୍ତୁ ଆଜିକାଲି ଏହି ହୁୱାଟସପ କଲ ବିପଦ ନେଇ ଆସୁଛି। ଆପଣ ଜାଣିଛନ୍ତି କି ଏହି କଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିପାରେ। ଏହା ଆମେ ନୁହେଁ ବରଂ ପୋଲିସ ପକ୍ଷରୁ ମଧ୍ୟ କୁହାଯାଇଛି।

ଏଥିପାଇଁ ଲୋକଙ୍କୁ ଏହି ପ୍ରସଙ୍ଗରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାସ୍ତବରେ ପରାମର୍ଶ ଦିଆଯାଇଛି ଯେ ହୁୱାଟସପ କଲ ଆସୁଥିଲେ କଲ ରିସିଭ ନକରିବା ପାଇଁ।ତେବେ ଏହି +୯୨ ନମ୍ବର ଆଉ କେଉଁଠୁ ନୁହେଁ ବରଂ ପାକିସ୍ତାନରୁ ଆସୁଛି। ସେମାନେ ଆପଣଙ୍କ ଭିଡ଼ିଓ କଲ ଏବଂ ଓଡ଼ିଓ କଲ ରେକର୍ଡ କରନ୍ତି ଏବଂ ତାପରେ ଭିଡ଼ିଓ କଲ କରିବାକୁ ଧମକ ଦିଅନ୍ତି। ଖାଲି ସେତିକି ନୁହେଁ ନିଜର ପ୍ରିୟଜନଙ୍କ ନାମରେ ବିଭିନ୍ନ ଅପରାଧ ଥିବା ନେଇ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟିବାର ନୂଆ କୌଣସି ଆପଣାନ୍ତି। ତେଣୁ ଏଭଳି ହୁୱାଟସପ କଲ ଠାରୁ ନିଜେ ନିଜକୁ ଦୂରେଇ ରଖନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ପରାମର୍ଶ ଦିଅନ୍ତୁ।

Leave a Reply

Your email address will not be published. Required fields are marked *