ଏମିତିବି ହୁଏ ପ୍ରେମ । ଗୋଟିଏ ସ୍ୱାମୀକୁ ଦୁଇ ଭଉନିବ କଲେ ବିବାହ ।

ଏମିତି ହୁଏତ ହୋଇପାରେ ଯେ ଜଣେ ପୁରୁଷ ଭିନ୍ନ ଭିନ୍ନ ଦୁଇଟି ସ୍ତ୍ରୀକୁ ବିବାହ କରିପାରେ । କିନ୍ତୁ ଦୁଇ ଭଉଣୀ ଜଣେ ପୁରୁଷକୁ ବିବାହ କରିବାର ଆପଣ କେବେ ଶୁଣିଛନ୍ତି କି ? ହୁଏତ ଆପଣ ଏମିତି ଫିଲ୍ମ କିମ୍ବା ସିରିଏଲରେ ଦେଖିଥିବେ । କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ନଜରକୁ ଆସିଛି । ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ଜଣେ ପୁରୁଷର ଦୁଇଟି ସ୍ତ୍ରୀ । କଥା ଏଠାରେ ନୁହେଁ କାରଣ ସେହି ଦୁଇ ସ୍ତ୍ରୀ ହେଉଛନ୍ତି ଦୁଇ ଭଉଣୀ । ଆଉ ତାଠାରୁ ଆହୁରି ଅଜବ କଥା ଏହା ଯେ ଦୁଇ ଭଉଣୀ ଜଣକୁ ବିବାହ କରି ସାଙ୍ଗରେ ରହୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି ମତ ମନାନ୍ତର ନାହିଁ ।

ଯାହା ବାସ୍ତବରେ ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ । ତେବେ ଦୁଇ ଭଉଣୀ ବର୍ଷା ଏବଂ ନିଲମ , ଘର କଳାହାଣ୍ଡି ଏବଂ ଦୁହେଁ ଗୋଟିଏ ମା’ ପେଟର ଦୁଇ ଝିଅ ଦୁଇ ଭଉଣୀ । କହି ରଖିବୁ ଯେ ଏହି ଦୁଇ ଭଉଣୀଙ୍କ ମଧ୍ୟରୁ ବର୍ଷାଙ୍କର ପ୍ରଥମେ ବିବାହ ହୋଇଥିଲା ଏବଂ ସେ ପ୍ରେମ ବିବାହ କରିଥିଲେ । ତାଙ୍କ ବିବାହ ପରେ ତାଙ୍କର ଦୁଇ ଝିଅ ମଧ୍ୟ ହେଲେ ।

ତେବେ ପରେ ପରେ ସାନ ଭଉଣୀ ନିଲମ ଏବଂ ବର୍ଷାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢ଼ି ଉଠିଲା । ଆଉ ନିଲମ ଏହି ସମ୍ବନ୍ଧରେ ପରିବାରରେ ଜଣାଇବା ପରେ ପରିବାର ଲୋକେ ଖୁବ ଗାଳି ଗୁଲଜ କରିଥିଲେ । କିନ୍ତୁ ତଥାପି ନିଲମ ମାନି ନଥିଲେ ଏବଂ ତାଙ୍କୁ ହିଁ ବିବାହ କରିବାକୁ ଜିଦ ଧରି ଘରୁ ପଳାଇ ଯାଇଥିଲେ ।

ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏହି ମାମଲାକୁ ନେଇ ବର୍ଷା ଏବଂ ନିଲମଙ୍କ ମଧ୍ୟରେ ପ୍ରଥମେ ଖୁବ ଝଗଡ଼ା ହେଉଥିଲା । କିନ୍ତୁ ପରେ ସେମାନେ ପରସ୍ପର ମଧ୍ୟରେ ବୁଝାସୁଝା କରିଥିଲେ । ଏମିତିକି ନିଲମକୁ ଆଣିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଯାଇଥିଲେ । ଦୁହେଁ ବିବାହ କରିବା ପରେ ନିଲମ ଘରକୁ ଫେରି ଯାଇଥିଲେ ଏବଂ ଘରେ ବିବାହ କରିଥିବା କଥା ଜଣାଇନଥିଲେ ।

କିନ୍ତୁ ଧୀରେ ଧୀରେ ପରିବାର ଲୋକେ ଜାଣିବା ପରେ ସେମାନେ ପୁଣିଥରେ ବିବାହ କରିଥିଲେ । ତେବେ ବର୍ତ୍ତମାନ ଦୁହେଁ ଗୋଟିଏ ସ୍ୱାମୀ ଏବଂ ତିନି ପିଲାଙ୍କ ସହିତ ଖୁବ ଖୁସିରେ ରହନ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି ଝଗଡ଼ା ଏବଂ କଳହ ମଧ୍ୟ ନାହିଁ । ସେମାନେ କହନ୍ତି ଯେ ସେମାନେ ଯଦି ସାଥି ହୋଇ ରହିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ତେବେ ଅନ୍ୟ ଲୋକ କିଛିବି କହିଲେ ସେମାନଙ୍କୁ କୌଣସି ଫରକ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *