ବିଜେଡିର ନୂଆ ଉତ୍ତରାଧିକାରୀ, ନବୀନଙ୍କ ସ୍ଥାନ ନେବେ ଓଡ଼ିଆ ଝିଅ :- ପାଣ୍ଡିଆନଙ୍କ ସ୍ତ୍ରୀ !

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ଏହାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଦ୍ଵନ୍ଦ ଉପରୁ ବର୍ତ୍ତମାନ ପରଦା ଉଠିଛି । ତେବେ ବିଜେଡି ତରଫରୁ ବର୍ତ୍ତମାନ ବିଜେଡିର ଉତ୍ତରାଧିକାରୀ ଭାବରେ ଜଣେ ଓଡ଼ିଆ ଝିଅକୁ ନେଇ ଆଲୋଚନା ହେଉଛି । ଆଗକୁ ଯେହେତୁ ୨୦୨୪ ସାଧାରଣ ନିର୍ବାଚନ ରହିଛି ତେଣୁ ଏହି ପରିପ୍ରେକ୍ଷୀରେ ଉତ୍ତରାଧିକାରୀର ନାମ ଦଳର ଏକ ବୈଠକରେ ଉଠାଇ ସିଧାସଳଖ ଭାବେ ଦଳ ଭିତରେ ଓ ବାହାରୁ କିଭଳି ପ୍ରତିକ୍ରିୟା ମିଳୁଛି, ତାହାକୁ ପରଖିବା ସହିତ ଆଗାମୀ ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ରଣନୀତି କରିଥିବା ଅନୁମାନ କରାଯାଇଛି ।

ଏପ୍ରିଲ ୨୨ ତାରିଖରେ ବିଜେଡି ତରଫରୁ ମୁଖପାତ୍ର ଏବଂ ଦଳ ପ୍ୟାନେଲିଷ୍ଟ ମାନଙ୍କ ସହିତ ଏକ ବୈଠକ ଆୟୋଜିତ କରିଥିଲା ଯାହାକି ପଞ୍ଚାୟତ ଏବଂ ପୌର ନିର୍ବାଚନ ଦଳର ସଫଳତା ପରିପ୍ରେକ୍ଷୀରେ ଅନୁଷ୍ଠିତ କରାଯାଇଥିଲା । ତେବେ ସେହି ବୈଠକରେ ପ୍ରାୟ ୫୦ ଜଣ ବିଜେଡି ଦଳ କର୍ମୀ ଏବଂ ନେତା ଏବଂ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଏହି ବୈଠକରେ ପ୍ୟାନେଲିଷ୍ଟ ମାନଙ୍କର ରଣାନୀତି ସମ୍ପର୍କରେ ମତ ଏବଂ ବିଜେଡି ଉତ୍ତରାଧିକାରୀ ସମ୍ବନ୍ଧକୁ ନେଇ ଆଲୋଚନା ହୋଇଥିଲା । ତେବେ ଏହା ମଧ୍ୟ ସ୍ପଷ୍ଟ କରଯାଇଥିଲା ଯେ ବିଜେଡିର ଉତ୍ତରାଧିକାରୀ ଭାବରେ ନବୀନ ପଟ୍ଟନାୟକ କିମ୍ବା ବିଜୁ ପଟ୍ଟନାୟକନ୍କ ପରିବାରର କୌଣସି ବ୍ୟାକ୍ତି ନୁହେଁ ବରଂ ଓଡ଼ିଆ ଝିଅ ସୁଜାତା ରାଉତଙ୍କୁ ବିଜେଡି ଏବଂ ନବୀନଙ୍କ ଉତ୍ତରାଧିକାରୀ ଭାବରେ ଘୋଷଣା କରାଯାଇଛି ।

ତେବେ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ବୈଠକରର ଶ୍ରୀ ଦାସ ଏହି ଆଶ୍ଚର୍ଯ୍ୟ ଜନକ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତେଣୁ ବର୍ତ୍ତମାନ ପରୋକ୍ଷରେ ଏହି ବିଷୟ ଉପରେ ମହୋର ଲାଗିଥିଲେ ହେଁ ବର୍ତ୍ତମାନ ଏହା ଅନୁମାନ କରାଯାଉଛି ଯେ ହୁଏତ ନବୀନ ପଟ୍ଟନାୟକ ଆସନ୍ତା ୨୦୨୪ ନିର୍ବାଚନରେ ଦଳର ଉତ୍ତରାଧିକାରୀ ଘୋଷଣା କରିବେ । ଏପଟେ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ଭୋଟ ବ୍ୟାଙ୍କ ପାଇଁ ସାଧାରଣରେ ଉପଯୋଗ କରୁଛି ବିଜେଡି ତେଣୁ ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଆଗାମୀ ସମୟରେ ୨୦୨୪ ନିର୍ବାଚନ ସମୟରେ ହିଁ ଏହି ମହିଳାଙ୍କୁ ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କରିବାକୁ ଲକ୍ଷ ରଖିଛି ।

କାରଣ ବର୍ତ୍ତମାନ ପରିସ୍ଥିତି ଅନୁସାରେ ଉଭୟ କଂଗ୍ରେସ ଏବଂ ବିଜେଡି ନିଜର ସଂଗଠନ ଏବଂ ଫଳାଫଳକୁ ନେଇ ବ୍ୟାକଫୁଟରେ ଅଛନ୍ତି । ତେଣୁ ଏହାଠାରୁ ଉପଯୁକ୍ତ ସମୟ ଆଉ କଣ ହୋଇପାରେ ? ପୁଣି ଚଳିତ ବର୍ଷର ତ୍ରୁଟିପୂର୍ଣ୍ଣ ପଂଚାୟତ ଓ ପୌର ନିର୍ବାଚନ କାରଣରୁ ଉଭୟ ଦଳ ଜନମତ ସୃଷ୍ଟି କରିବା ସ୍ଥିତିରେ ନାହାଁନ୍ତି ।

ଆଉ ବିଜେଡି କଥା କହିବାକୁ ଗଲେ ବର୍ତ୍ତମାନ ବିଜେଡିର ରଣନୀତି ନିଶ୍ଚିତ ସଫଳ ହେଉଛି । ତେଣୁ ଏଥିରୁ ଏହା ପ୍ରତୀତ ହେଉଛି ଯେ ବିଜେଡି ନିଜର ଉତ୍ତରାଧିକାରୀ ନାମକୁ ଘୋଷଣା କରି ଉଭୟ ଦଳର ନେତା କର୍ମୀଙ୍କ ପ୍ରତିକ୍ରିୟାକୁ ଦେଖିବା ଲକ୍ଷରେ ରହିଛି ।

Leave a Reply

Your email address will not be published. Required fields are marked *