ପରକୀୟା ପ୍ରୀତି ପାଇଁ ଚାଲିଗଲା ଜୀବନ, ପ୍ରେମିକାଙ୍କ ଯୌ-ନାଙ୍ଗରେ ଲୁହା ରଡ ପୁରାଇ ହ-ତ୍ୟା କଲା ପ୍ରେମିକ

ପରକୀୟା ପ୍ରୀତି ସାଜିଲା କାଳ । ପ୍ରେମ ନେଇଗଲା ଜୀବନ । ଅକାରଣରେ ଆରପାରିକୁ ଚାଲିଗଲା ପ୍ରେମିକା । କଷ୍ଟ ଦେଇ ଦେଇ ପ୍ରେମିକ କରିଦେଲା ହତ୍ୟା । ତେବେ ଏପରି କଥା ଶୁଣିବା ପରେ ଆପଣଙ୍କ ଲୋମ ନିଶ୍ଚିତ ଭାବରେ ଟାଙ୍କୁରୀ ଉଠୁ ଥିବ । ଏପରି କାମ କରିବା ପୂର୍ବରୁ ମଣିଷ କାହିଁକି ଥରେ ଟିଏ ଚିନ୍ତା କରେ ନାହିଁ । ତା ମନକୁ ଯାହା ଆସେ ସେ କରି ପକାଇ ଥାଏ । ତେବେ ସେ କଥା ସେହି ମଣିଷ ହିଁ ଜାଣି ଥିବ ।

ସୂଚନା ଅନୁଯାୟୀ , ଯଦି ଆମେ ଦେଖିବା ତେବେ ବର୍ତ୍ତମାନ ସମୟରେ ଏହି ପରକୀୟା ପ୍ରୀତି ପାଇଁ ଅଧା ମଣିଷଙ୍କ ଜୀବନ ଅକାଳରେ ଚାଲି ଯାଉଛି । ନିଜ ସ୍ଵାମୀ ସ୍ତ୍ରୀଙ୍କୁ ଛାଡି ଦେଇ ଅନ୍ୟ ପୁରୁଷ ଆଉ ମହିଳା ମାନଙ୍କ ମଧ୍ୟରେ ନିଜକୁ ହଜାଇ ଦେଉଛନ୍ତି ଲୋକ ।

ଆଉ ଖାସ୍ ସେଥିପାଇଁ ହିଁ ଏହି ହତ୍ୟା ଆଉ ଆତ୍ମହତ୍ୟା ମାମଲା ବିଷୟରେ ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି । ତେବେ ଆଜି ଆମେ ଆପଣଙ୍କୁ ଯାହା ବିଷୟରେ କହିବାକୁ ଯାଉଛୁ , ସେପରି ହତ୍ୟା କାଣ୍ଡ ବିଷୟରେ ଆପଣ ଆଗରୁ କେବେ ଶୁଣି ନଥିବେ କିନ୍ତୁ ଏଇଟା ବାସ୍ତବିକ ସତ୍ୟ ଅଟେ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ଅନୁଯାୟୀ , ମୟୂରଭଞ୍ଜ ଜିଲ୍ଲା ବୋଇଶିଙ୍ଗା ଥାନା ଅନ୍ତର୍ଗତ ନଡ଼ପୁର ଉପକଣ୍ଠ ନୂଆଗାଆଁରେ ଏପରି ଘଟଣା ଘଟିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି ଆଉ ଭୟରେ କମ୍ପି ଉଠୁଛନ୍ତି । ହତ୍ୟା କରିବା ପରେ ଏପରି ଜଘନ୍ୟ କାମ କରିବାକୁ ଟିକିଏ ବି କୁଣ୍ଠାବୋଧ କଲା ନାହିଁ ସେ ବିଷୟରେ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ଆଉ ଲୋକଙ୍କ ଭୟ ଏହି ହତ୍ୟାକାଣ୍ଡ ଉପରୁ ହଟୁ ନାହିଁ ।

ତେବେ ମୃତ ମହିଳା ଜଣକ ହେଉଛନ୍ତି ଗୋଲକ ମୁର୍ମୁଙ୍କ ସ୍ତ୍ରୀ ମାଳତୀ ମୁର୍ମୁ । ମାଳତୀ ମୁର୍ମୁ ବିବାହିତା ଆଉ ଦୁଇ ପିଲାଙ୍କ ମାଆ ହେବା ପରେ ମଧ୍ୟ ତାଙ୍କ ଗାଆଁର ଆଉ ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡି ଯାଇଥିଲେ । ପ୍ରେମ ପରେ ଉଭୟଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ଦୁହିଁଙ୍କ ପ୍ରେମ ଏତେ ନିବିଡ ହୋଇ ଯାଇଥିଲା କି , କେହି କାହାକୁ ନ ଦେଖି ରହି ମଧ୍ୟ ପାରୁ ନଥିଲେ ।

ତେବେ ଏହାରି ମଧ୍ୟରେ ମାଳତୀଙ୍କ ପ୍ରେମିକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଅନେକ ଥର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଚାଲିଥିଲେ । ସେପଟେ ମାଳତୀ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ତେବେ ଏହି କଥା ତାଙ୍କ ପ୍ରେମିକଙ୍କୁ ପସନ୍ଦ ନଥିଲା । ସେ ଆଦୌ ତାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ , କାହିଁକି ନା ସେ ବି ବିବାହିତ ଥିଲେ ।

ଏହି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ପାଟି ତୁଣ୍ଡ ମଧ୍ୟ ହେଉଥିଲା । ତେବେ ଗତକାଲି ମାଳତୀଙ୍କ ପ୍ରେମିକ ମଦ ନିଶାରେ ଆସେ ମାଳତୀଙ୍କ ଯୌନାଙ୍ଗରେ ଲୁହା ରଡ଼ ଭର୍ତି କରି ଦେଇ ତାଙ୍କୁ ହତ୍ୟା କରି ରାସ୍ତା ଉପରେ ଟାଣି ଟାଣି ନେଇ ଜଙ୍ଗଲ ମଧ୍ୟକୁ ଫୋପାଡ଼ି ଦେଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ନଜର ସେହି ଶବ ଉପରେ ପଡ଼ିବା ପରେ ସେମାନେ ପୋଲିସକୁ ଡ଼ାକି ଥିଲେ ।

ଆଉ ବର୍ତ୍ତମାନ ପୋଲିସ ସେହି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ବ୍ୟବଛେଦ କରିବା ପାଇଁ ଡାକ୍ତଖାନାକୁ ପଠାଇ ଦେବା ସହିତ ମାଳତୀଙ୍କୁ ହତ୍ୟା କରିଥିବା ପ୍ରେମିକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରି ଦେଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କୁ ମନରୁ ଏହି ହତ୍ୟା କାଣ୍ଡର କାହାଣୀ ଲିଭି ପାରୁନାହିଁ ।

Leave a Reply

Your email address will not be published. Required fields are marked *