ବୁଢ଼ୀ ବୟସରେ ଛୁଆ ଜନ୍ମ କରି ଅନ୍ୟ ଜଣକୁ ବିକ୍ରି କରିଦେଲା ମା’ । ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଜଣେ ବୃଦ୍ଧ ମହିଳା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ କେହି ଛୁଆ ଦେଇଥିଲେ କିନ୍ତୁ କିଛି ସମୟ ପରେ ପୁଣି ଛୁଆ ଫେରାଇ ନେଲେ । ଯାହାକୁ ନେଇ ବୃଦ୍ଧ ମହିଳା ଜଣକ ବିରକ୍ତ ହୋଇ ଏଭଳି କିଛି କହିଛନ୍ତି । କିନ୍ତୁ ଏହାରି ମଧ୍ୟରେ କିଛି ଏଭଳି କଥା ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୁଣି ଜଣେ ମା’ ନିଜର ଜନ୍ମକଲା ଛୁଆକୁ ଅନ୍ୟ ହାତରେ ଟେକି ଦେଇଛି । ଆଜ୍ଞା ହଁ ! ଜଣେ ମହିଳା ବୁଢ଼ୀ ବୟସରେ ଛୁଆ ଜନ୍ମ କରିଛି । ଆଗରୁ ତାଙ୍କ ପାଖରେ ଦୁଇ ଦୁଇଟି ବଡ଼ ପୁଅ ଥିଲେ । ଜଣଙ୍କର ବୟସ ୨୪ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୮ ବର୍ଷ ଥିଲା । ଏହି କାରଣରୁ ମା’ ଲୋକ ଲଜ୍ଜ୍ୟାରେ ଏବଂ କିଛି ଟଙ୍କା ପଇସା ଲୋଭରେ ନିଜ ପିଲାକୁ ଅନ୍ୟ ହାତକୁ ଟେକି ଦେଇଛି ।

ପୁଣି ଜଣେ ମା’ର ମାତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ବର୍ତ୍ତମାନ ଏଭଳି ଏକ ଘଟଣା ଶୁଣିବା ପରେ ମା’ ଜଣକୁ ସବୁଠି ନିନ୍ଦା କରାଯାଉଛି । ଜନ୍ମ କଲା ମା’ ଯେ ଏଭଳି କେବେ କରି ପାରିବ ତାହା କେହିବି ବିଶ୍ୱାସ କରି ପାରିବେ ନାହିଁ । ଜଣେ ମା’ ନିଜର ଚାରି ଦିନର ଛୁଆ ସହିତ ଏମିତି କରିଛି । ଗୋଟିଏ ଛୋଟ ପିଲାକୁ କିଣା ବିକା ଚାଲିଥିଲା ।

ଲୋକ ଲଜ୍ଜ୍ୟା ଭୟରେ ଜଣେ ମା’ ନିଜର ଛୁଆକୁ ଜଣେ ବୃଦ୍ଧ ମହିଳାଙ୍କୁ ବିକ୍ରି କରିଦେଇଥିଲା । ସେହି ମହିଳା ଜଣକ କହିଛନ୍ତି ଯେ ସକାଳେ ଦେଲା କିନ୍ତୁ ସନ୍ଧ୍ୟାରେ ନେଇଗଲା । ଆଉ ଯେଉଁ ଲୋକକୁ ଛୁଆ ବିକ୍ରି କରିଥିଲା ସେହି ଲୋକ ପାଖରୁ ପୁଣିଥରେ ଛୁଆ ଫେରାଇ ନେବା ବେଳେ ପୁଣିଥରେ ସେ ଧରା ପଡ଼ିଗଲା ।

ଏଭଳି କାଣ୍ଡ କରି ପୋଲିସ ହାତରେ ମହିଳା ଜଣକ ଧରା ପଡ଼ିଯିବା ପରେ ବର୍ତ୍ତମାନ ଥାନାରେ ବସି କୁମ୍ଭୀର କାନ୍ଦଣା କାନ୍ଦୁଛି ଏହି ଜନ୍ମ କଲା ମା’ ଜଣକ । ଅନ୍ୟ ପଟେ ଅନ୍ୟ ଜଣେ ମହିଳା ତାଙ୍କର ପିଲାଟିଏ ନଥିବାରୁ ସେ ପିଲାଟିକୁ ନେବେ ଭାବିଥିଲେ । କିନ୍ତୁ ସେହି ପିଲା ତାଙ୍କ ପାଖରେ ଘଣ୍ଟେ କି ଦୁଇ ଘଣ୍ଟା ରହି ପାରିଲାନି । ଜନ୍ମ କଲା ମା’ ପୁଣିଥରେ ତାଠାରୁ ଛଡ଼ାଇ ନେଇ ମା’ ହେବାର ସୌଭାଗ୍ୟକୁ ମଧ୍ୟ ଛଡ଼ାଇ ନେଇଛି । ଆଉ ଜଣେ ମା’ ର ଏଭଳି କାରନାମା ବିଷୟରେ ଜାଣି ଲୋକେ ତାଙ୍କୁ ନିନ୍ଦା କରୁଛନ୍ତି ।

Leave a Reply

Your email address will not be published. Required fields are marked *