ପତ୍ନୀଙ୍କ ପ୍ରେମିକର କଲ୍ ରେକର୍ଡ ନେଇପାରିବେ ନାହିଁ ସ୍ଵାମୀ : ହାଇକୋର୍ଟଙ୍କ ବଡ ରାୟ

ଅନେକ ସମୟରେ ହାଇକୋର୍ଟଙ୍କ ଦ୍ଵାରା ନୂଆ ନୂଆ ନିୟମ ପ୍ରଣୟନ କରା ଯାଇଥାଏ । ଯାହା ଲୋକଙ୍କୁ ଭଲ ଲାଗୁ କି ନ ଲାଗୁ , ମାନିବାକୁ ପଡ଼ିଥାଏ । ତେବେ ହାଇକୋର୍ଟ ବେଳେ ବେଳେ ଏପରି ରାୟ ଶୁଣାଇଥାଆନ୍ତି , ଯାହାକୁ ଶୁଣିବା ପରେ ବିଶ୍ୱାସ କରି ହୁଏ ନାହିଁ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ରାୟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କୁ ପ୍ରକୃତରେ ଆଶ୍ଚର୍ଯ୍ୟ ହିଁ ଲାଗିବ । ତେବେ ଏହି ନ୍ୟାୟ ହାଇକୋର୍ଟଙ୍କ ଦ୍ଵାରା ଓଡ଼ିଶାରେ ନୁହେଁ , ବରଂ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ଵାରା ଶୁଣା ଯାଇଛି ।

ତେବେ ହାଇକୋର୍ଟଙ୍କ କହିବା ଅନୁଯାୟୀ , ସ୍ଵାମୀ ଏବଂ ସ୍ତ୍ରୀଙ୍କ ବିବାଦ ମାମଲାରେ ତୃତୀୟ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ନାହିଁ । ଏବଂ ସ୍ଵାମୀଙ୍କର କିଛି ବି ଅଧିକାର ନାହିଁ କି , ସେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକର କଲ୍ ରେକର୍ଡ ନେଇପାରିବେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ , ସ୍ଵାମୀ ଏବଂ ସ୍ତ୍ରୀଙ୍କ ପାରିବାରିକ କଳହ ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରକୁ ଅସମ୍ମାନ କରାଯାଇପାରିବ ନାହିଁ । ଅର୍ଥାତ୍ ଏଥିରେ ତାଙ୍କର ପ୍ରେମିକଙ୍କୁ ମଝିରେ ଅଣା ଯିବନାହିଁ । ତେବେ ତଳ କୋର୍ଟରେ କଥା ସମାଧାନ ନ ହୋଇ ପାରିବାରୁ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ ଜଣେ ପ୍ରେମିକ।

ଆଉ ହାଇକୋର୍ଟ ମଧ୍ୟ ସେହି ପ୍ରେମିକ ସପକ୍ଷରେ ନ୍ୟାୟ ଶୁଣାଇଛନ୍ତି । ଜଣେ ପତ୍ନୀର ଅବୈଧ ସମ୍ପର୍କକୁ ପ୍ରମାଣ କରିବା ପାଇଁ , ଆଉ ଜଣେ ତୃତୀୟ ପକ୍ଷ ଲୋକଙ୍କର ସମ୍ମାନକୁ ହାନି କରା ଯାଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି । ତେବେ ସୂଚନା ଅନୁସାରେ , ସ୍ଵାମୀ ସ୍ତ୍ରୀଙ୍କର ସମ୍ପର୍କ ମଧ୍ୟରେ ଆଉ ଜଣେ ତୃତୀୟ ଲୋକ ଆସିଥିଲେ ଆଉ ସେ ଥିଲେ ସ୍ତ୍ରୀଙ୍କ ପ୍ରେମିକ । ଆଉ ଯାହାଙ୍କ ବିଷୟରେ ସ୍ଵାମୀ ଜାଣିବା ଆରମ୍ଭ କରିଥିଲେ ଆଉ ପ୍ରେମିକଙ୍କ

ମୋବାଇଲ ଟାୱାର ଲୋକେସନ ପ୍ରଦାନ କରିବାକୁ ଦାବି କରିଥିଲେ ସ୍ୱାମୀ ।

ତେବେ ଏହାପରେ ୨୦୧୯ ମସିହାରେ ପ୍ରେମିକଙ୍କୁ ତଥ୍ୟ ଦେବା ପାଇଁ ଆଦେଶ ଦେଇଥିଲେ ଫ୍ୟାମିଲି କୋର୍ଟର ୫ ଜଣିଆ ବେଞ୍ଚ । କିନ୍ତୁ ଫ୍ୟାମିଲି କୋର୍ଟର ଏହି ନ୍ୟାୟକୁ ଚ୍ୟାଲେଞ୍ଜ କରିଥିଲେ ପ୍ରେମିକ ଆଉ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ତେବେ ହାଇକୋର୍ଟ ପ୍ରେମିକଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ କରି ଶୁଣାଣି କରିଥିଲା କି , ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ତଥ୍ୟ ନେବାର ସ୍ୱାମୀର କୌଣସି ଅଧିକାର ନାହିଁ । ସ୍ଵାମୀ ଏବଂ ସ୍ତ୍ରୀଙ୍କ ପାରିବାରିକ କଳହ ପାଇଁ ଆଉ କାହାର ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ । ଏହାବ୍ୟତୀତ ଧାରା ୨୧ ଅନୁଯାୟୀ ସମସ୍ତଙ୍କୁ ସ୍ୱତନ୍ତ୍ରତା ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *