ନିଶାମୁକ୍ତି କେନ୍ଦ୍ରରେଥିବା ଯୁବକ ପେଟରୁ ବାହାରିଲା ୬0 ରୁ ଅଧିକ ଚାମଚ

ବେଳେବେଳେ ଦୁନିଆଁରେ ଏପରି କିଛି ଘଟଣା ଘଟିଥାଏ , ଯାହା ମଣିଷକୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଯାହା ସମ୍ଭବ ନୁହେଁ , ସେପରି କିଛି ଘଟଣା ଘଟି ଯାଇଥାଏ । ଆଉ ମଣିଷକୁ ତାହାକୁ ସହଜରେ ବିଶ୍ୱାସ କରି ପାରେନାହିଁ । ସୋସିଆଲ ମିଡିଆରେ ପ୍ରତିଦିନ ଏପରି ଅନେକ ଘଟଣା ଭାଇରାଲ ହୋଇଥାଏ । ଏଇ ଯେପରି ନିକଟରେ ଉତ୍ତରପ୍ରଦେଶର ମୁଜଫରନଗର ଜନପଦରେ ଥିବା ଏକ ଘରୋଇ ହସ୍ପିଟାଲରୁ ଏପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।

ତେବେ ଘଟଣାଟି ଏହା ଯେ, ଜଣେ ବ୍ୟକ୍ତିଙ୍କ ପେଟ ମଧ୍ୟରୁ ୬୦ ରୁ ଅଧିକ ଷ୍ଟିଲ ଚାମଚ ବାହାର କରାଯାଇଛି । ପେଟରୁ ଏପରି ଚାମଚ ପୁଣି ଏତେ ସଂଖ୍ୟାରେ ବାହାରିବା ସେଠାକାର ଡାକ୍ତର ସହିତ ସେଠାକାର ସମସ୍ତ କର୍ମଚାରୀ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଜଣେ ବ୍ୟକ୍ତି କଣ ଏତେ ମାତ୍ରାରେ ଚାମଚ ଖାଉଥିଲେ , ଯାହା ତାଙ୍କ ପେଟରେ ଯାଇ ରହି ଯାଉଥିଲା । ତେବେ ବର୍ତ୍ତମାନ ସମୟରେ ଏହାର ତଦନ୍ତ କରାଯାଇଛି ।

ସୂଚନା ଅନୁଯାୟୀ , ମନସୁରପୁର ଅଞ୍ଚଳରେ ଥିବା ଗ୍ରାମ ବୋପାଡା ନିବାସୀ ବିଜୟ ଅତ୍ୟନ୍ତ ନିଶାଦ୍ରବ୍ୟ ସେବନ କରୁଥିଲେ । ନିଶା ଛଡ଼ାଇବାକୁ ବିଜୟଙ୍କ ପରିବାର ଲୋକେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ରଖି ଦେଇଥିଲେ । ସେଠାରେ ରହିଲେ ବ୍ୟକ୍ତି ଯେପରି ନିଶା ଛାଡ଼ି ଦେବେ , ସେଥିପାଇଁ ପରିବାର ଲୋକ ଚେଷ୍ଟା କରିଥିଲେ । ତେବେ ସେଠାରେ ତାଙ୍କ ସହିତ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରା ଯାଇଥିଲା ।

ଆଉ ସେଠାରେ ତାଙ୍କ ପେଟ ଭିତରେ ଚାମଚ ଥିବାର ଡାକ୍ତର ଏକ୍ସ୍ ରେ ମାଧ୍ୟମରେ ଦେଖିବାକୁ ପାଇଥିଲେ । ତେବେ ଆପଣ ଜାଣି ଚକିତ ହୋଇଯିବେ ଯେ , ଏହା ଗୋଟିଏ କିମ୍ବା ଦୁଇଟି ଚାମଚ ନୁହେଁ ୬୩ଟି ଚାମଚ ଥିଲା । ଏହା ଦେଖି ସମସ୍ତେ ଚମକି ପଡ଼ିଥିଲେ । ତେବେ ଡାକ୍ତର ବର୍ତ୍ତମାନ ଏହାର କାରଣ ଖୋଜିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କାରଣ ଜାଣି ପାରି ନାହାଁନ୍ତି । ଅନ୍ୟ ପକ୍ଷରେ ବିଜୟଙ୍କ ଭଣଜା କହିଛନ୍ତି କି , ନିଶାମୁକ୍ତି କେନ୍ଦ୍ରରେ ତାଙ୍କୁ ଜବରଦସ୍ତି ଭାବରେ ଚାମଚ ଖାଇବାକୁ ଦିଆ ଯାଉଥିଲା ।

Leave a Reply

Your email address will not be published. Required fields are marked *