ଫୋନରେ ସ୍ତ୍ରୀକୁ ପଡ଼ୋଶୀ ସହିତ କଥା ହେବାକୁ ମନା କରିବାରୁ ସ୍ୱାମୀ । ରାଗରେ ସ୍ୱାମୀର ପ୍ରାଇଭେଟ ପାର୍ଟରେ ଢ଼ାଳି ଦେଲା ଗରମ ତେଲ…

ବର୍ତ୍ତମାନ ସମୟରେ ମନୁଷ୍ୟର ସବୁଠାରୁ ବଡ଼ ରୋଗ ହେଉଛି ମୋବାଇଲ । ମଦ୍ୟ ପାନ କରୁଥିବା ବ୍ୟକ୍ତି କିମ୍ବା କୌଣସି ପ୍ରକାରର ନିଶା ସେବନ କରୁଥିବା ବ୍ୟକ୍ତି ଯେପରି ନିଶା ନପାଇଲେ ତା ଆଖି ସାମ୍ନାରେ ସବୁ ସମ୍ପର୍କବି କ୍ଷୀଣ ହୋଇଯାଏ ସେହିଭଳି ମୋବାଇଲ ନିଶା ମଧ୍ୟ ଲୋକଙ୍କୁ ଘାରିଛି ।

ଆଉ ଏହା ଏତେ ମାତ୍ରାରେ ଲକୋଙ୍କୁ ଆଶକ୍ତ କରିଛି ଯେ ଲୋକେ ନିଜ ଲୋକଙ୍କୁ ବି ଭୁଲି ଯାଉଛନ୍ତି । ଧୀରେ ଧୀରେ ସମ୍ପର୍କରେ ମୂଲ୍ୟ ହାନୀ ହେବାରେ ଲାଗିଛି । ଆଜିକାଲି ଲୋକେ ସମ୍ପର୍କଠୁ ଅଧିକ ମୋବାଇଲ ଚିହ୍ନିବାରେ ସମୟ ଦେଉଛନ୍ତି । ଆଉ ଏହି କାରଣରୁ ହିଁ ଅନେକ ଅମାନୁଷିକ ଘଟଣା ଘଟିବାରେ ଲାଗିଛି ।

କେଉଁଠ ମୋବାଇଲ ପାଇଁ ପୁଅ ଆ-ତ୍ମହତ୍ୟା କଲାଣି ତ କେଉଁଠି ମୋବାଇଲ ପାଇଁ ସ୍ତ୍ରୀ ସ୍ୱାମୀର ହ-ତ୍ୟା କଲାଣି । ଆଉ ଏମିତି ଏକ ଘଟଣା ବର୍ତ୍ତମାନ ଆଉ ଥରେ ଘଟିଛି । ଯେଉଁଠି ଜଣେ ସ୍ତ୍ରୀ ମୋବାଇଲ କାରଣରୁ ନିଜ ସ୍ୱାମୀକୁ ମାରିବାକୁ ଉଦ୍ୟମ କରିଛି ।

ସ୍ତ୍ରୀକୁ ସ୍ୱାମୀ ମୋବାଇଲରେ ପଡ଼ୋଶୀ ସହିତ କଥା ହେବାକୁ ବାରଣ କରିବାରୁ ସ୍ତ୍ରୀ ରାଗିଯାଇ ସ୍ୱାମୀର ପ୍ରାଇଭେଟ ପାର୍ଟରେ ଗରମ ତେଲ ଢ଼ାଳି ଦେଇଛି । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଗ୍ବାଲିଅରରେ ଘଟିଛି । ତେବେ ଯୁବକଙ୍କ ନାମ ହେଉଛି ସୁନୀଲ ଏବଂ ତାଙ୍କ ସ୍ତ୍ରୀ ଭାବନା ଯିଏକି ନିଜ ପଡ଼ୋଶୀଙ୍କ ସହିତ ଫୋନରେ କଥା ହେଉଥିଲେ ।

ଯାହାକୁ ବାରଣ କରିଥିଲେ ତାଙ୍କ ସ୍ୱାମୀ । ମାତ୍ର ସ୍ତ୍ରୀ ମାନି ନଥିଲେ ଏବଂ ନିଜ ସ୍ୱାମୀକୁ ମାରିଦେବାକୁ ଉଦ୍ୟମ କରି ସ୍ୱାମୀ ରାତିରେ ଶୋଇଥିବା ସମୟରେ ତାଙ୍କ ପ୍ରାଇଭେଟ ପାର୍ଟରେ ଗରମ ତେଲ ଢ଼ାଳି ଦେଇଥିଲେ । ଯେଉଁ କାରଣରୁ ଯୁବକଙ୍କର ଗୋଡ଼ ଜଙ୍ଘ ଏବଂ ଆଖପାଖରେ ଜଳି ଯାଇଛି ।

ଏଭଳି ଏକ କାଣ୍ଡ ଘଟାଇବା ପରେ ମହିଳା ଜଣକ ଫେରାର ହୋଇ ଯାଇଥିବା ବେଳେ ଯୁବକ ଜଣକ କମ୍ପୁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହାର ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜାଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *