ପୁରା ଗାଁ ଘର ବାହାରେ ବସିଥାଏ ଚଉଠି ରାତି ଦିନ , ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କାରଣ

ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ଲୋକ ରହୁଛନ୍ତି । ଆଉ ସମସ୍ତ ଲୋକ ମାନଙ୍କର ଭାଷା , ଜାତି ବର୍ଣ୍ଣ ସବୁ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ସମସ୍ତେ ସମସ୍ତଙ୍କ ଠାରୁ ଅଲଗା ମଧ୍ୟ ହୋଇଥାନ୍ତି । ସମସ୍ତଙ୍କର ଭିନ୍ନ ଭିନ୍ନ ପ୍ରଥା , ଶୈଳୀ , ଢଙ୍ଗ ଅଲଗା ଅଲଗା ହୋଇଥାଏ । ତେବେ ମଣିଷକୁ ନିଜର ପ୍ରଥା , ପରମ୍ପରାକୁ ମଧ୍ୟ ମାନିବାକୁ ପଡ଼ିଥାଏ । କାରଣ ସେ ସେହି ନିୟମରେ ବାନ୍ଧି ହୋଇ ଯାଇଥାଏ । ତେଣୁ ତାକୁ ସେହି ନିୟମ , ପରମ୍ପରା , ଅନୁଶାସନକୁ ଅନୁସରଣ କରି ଆଗକୁ ବଢିବାକୁ ପଡ଼ିଥାଏ ।

ଏହାବ୍ୟତୀତ ଆପଣ ସମସ୍ତେ ଜାଣିଥିବେ କି , ବିବାହ ବନ୍ଧନରେ ଦିନେ ନା ଦିନେ ସମସ୍ତଙ୍କୁ ଆବଦ୍ଧ ହେବାକୁ ପଡ଼ିଥାଏ । ଆଉ ଏହି ବିବାହ ପାଇଁ ମଧ୍ୟ ନିଶ୍ଚିତ ଭାବରେ କିଛି ନା କିଛି ନିୟମ ଆଉ ଅନୁଶାସନ ରହିଥାଏ । ଆଉ ସେହି ନିୟମକୁ ପାଳନ କରି ମଣିଷଟିଏ ବିବାହରେ ବାନ୍ଧି ହୋଇଥାଏ । ତେବେ ବିବାହ ଭଳି ଏକ ପବିତ୍ର ବନ୍ଧନ ପୁରୁଷ ଏବଂ ନାରୀର ସମ୍ପର୍କକୁ ସାମାଜିକ ଏବଂ ଧାର୍ମିକ ସ୍ୱୀକୃତିପ୍ରାପ୍ତ ପ୍ରଦାନ କରିଥାଏ । ଆଉ ସେମାନଙ୍କର ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ସ୍ୱୀକୃତି ଦେଇଥାଏ । ଏହାବ୍ୟତୀତ ଦୁଇ ପରିବାର ମଧ୍ୟରେ ଏକ ସମ୍ପର୍କ ଗଢ଼ିଥାଏ । ଆଉ ସେହି ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରାଇଥାଏ ।

ତେବେ ଆପଣ ମାନେ ଜାଣିଥିବେ କି , ଦୁନିଆଁର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପ୍ରଥା ରହିଛି । କାରଣ ଆମ ସମସ୍ତଙ୍କର ଚାଲିଚଳଣି କଦାପି ଏକା ପ୍ରକାରର ହୋଇନଥାଏ । ସମସ୍ତଙ୍କର ରୀତିନୀତି ଅଲଗା ହୋଇଥାଏ । ତେବେ ଦୁନିଆଁରେ ଏଭଳି କିଛି ପରମ୍ପରା ରହିଥାଏ , ଯାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇ ପଡିଥାଏ । କାରଣ ଏହା ଏଭଳି ଏକ ପରମ୍ପରା କିମ୍ବା ରୀତିନୀତି ହୋଇଥାଏ , ଯେଉଁଥିରେ ଟିକିଏ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଦେଖିବାକୁ ମିଳିଥାଏ ।

ତେବେ ଏଭଳି ଏକ ଗାଁ ରହିଛି , ଯେଉଁଠି ଚଉଠି ରାତି ଦିନ ପୁରା ଗାଁ ଘର ବାହାରେ ବସିବାର ନିୟମ ରହିଛି । ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା । ଆମ ଦେଶର ରାଜସ୍ଥାନ , ପଶ୍ଚିମ ମହାରାଷ୍ଟ୍ର ଏବଂ ଗୁଜୁରାଟ ଅଞ୍ଚଳରେ କଞ୍ଜରଭାଟ ନାମକ ସମ୍ପ୍ରଦାୟ ଗତ ୨୦ ବର୍ଷ ଧରି ପୁରୁଣା ପରମ୍ପରାକୁ ଅନୁସରଣ କରିଆସୁଛି । ଆଉ ଏହି ପରମ୍ପରାକୁ ଅନୁସରଣ କରିବାର ପ୍ରକୃତ ଉଦ୍ଦେଶ୍ୟ ନୂଆ ବୋହୂର ପ୍ରକୃତ ଚରିତ୍ର ବିଷୟରେ ଜାଣିବା ଅଟେ । ତେବେ ଏହି ପରମ୍ପରା ଅନୁଯାୟୀ , ବର କନ୍ୟା ଘର ଭିତରକୁ ଯିବା ପୂର୍ବରୁ ଏକ ଧଳା ଚାଦର ଦିଆଯାଏ । ଆଉ ବର କନ୍ୟାଙ୍କୁ ସେହି ଧଳା ଚାଦର ଉପରେ ଶେଯ ଉପରେ ଶୋଇବାକୁ ପଡ଼ିଥାଏ । ଆଉ ସକାଳ ହେଲେ ସରପଞ୍ଚ ସେହି ଚାଦର ଉପରେ ଦାଗ ଦେଖିଥାନ୍ତି ।

ତେବେ ଯଦି ସେହି ଚାଦର ଉପରେ ଦାଗ ରହିଥାଏ , କନ୍ୟାଙ୍କୁ ପବିତ୍ର ଭାବରେ ବିବେଚନା କରାଯାଏ । ଆଉ ଯଦି କୌଣସି ଦାଗ ଦେଖିବାକୁ ନ ମିଳିଥାଏ , ତେବେ ସେହି କନ୍ୟାଙ୍କୁ ଅପବିତ୍ର ଭାବରେ ବିବେଚନା କରାଯାଏ । ଆଉ ସେ ଏହି ପରୀକ୍ଷାରେ ବିଫଳ ପ୍ରମାଣିତ ହୋଇଥାନ୍ତି । ତେବେ ଏହି କାରଣ ଯୋଗୁଁ ଚଉଠି ରାତି ଦିନ ପୁରା ଗାଁ ଘର ବାହାରେ ବସିଥାଏ । ଆପଣ ମାନଙ୍କୁ ଏହି କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ନିଶ୍ଚିତ ଭାବରେ ଲାଗୁଥିବ । କିନ୍ତୁ ଏହି କଥାଟି ପ୍ରକୃତ ସତ୍ୟ କଥା ଅଟେ ।

Leave a Reply

Your email address will not be published. Required fields are marked *