ପୀୟୂଷଙ୍କ ଘରେ ରହିବେ ରାଣୀ ପଣ୍ଡା । କହିଲେ ” ମୁଁ ତା ଦ୍ୱାରମୁହଁରେ ଜଗିବି , ତା ସ୍ତ୍ରୀ ଭିତରେ ପଶିବ …….. “

ଯାତ୍ରା ଜଗତର ଦୁଇ ଲୋକପ୍ରିୟ କଳାକାର ପୀୟୂଷ ତ୍ରିପାଠୀ ଏବଂ ରାଣୀ ପଣ୍ଡାଙ୍କୁ ଏକାଠି ଦେଖିବାର ସ୍ୱପ୍ନ ପ୍ରଶଂସକଙ୍କର ପୂରଣ ହୋଇଛି । ଅନେକ ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା ଯେ ପୀୟୂଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ବେଳେ ରାଣୀ କିପରି ତାଙ୍କୁ ଦେଖିବାକୁ ନଆସି ରହି ପାରିଲେ ? ଏହାକୁ ନେଇ ଅନେକ ଲୋକ ଦ୍ୱନ୍ଦରେ ଥିଲେ ।

କିନ୍ତୁ ବର୍ତ୍ତମାନ ଲୋକଙ୍କ ଦ୍ଵନ୍ଦ ଦୂର ହୋଇଛି ଆଉ ବର୍ତ୍ତମାନ ପୀୟୂଷ ଏବଂ ରାଣୀଙ୍କୁ ଏକାଠି ଦେଖିବାକୁ ମିଳିଛି । ରାଣୀ ପୀୟୂଷଙ୍କ ଘରେ ପହଞ୍ଚି ତାଙ୍କର ଭଲ ମନ୍ଦ ଖବର ନେଇଛନ୍ତି । ଯେଉଁଥିରୁ ଏହା ସ୍ପଷ୍ଟ ଜଣା ପଡ଼ିଛି ଯେ ସେ ଦୁହେଁ ବେଶ ଭଲ ବନ୍ଧୁ ଅଟନ୍ତି ଏବଂ ସେମାନଙ୍କ ସାକ୍ଷାତ ଅଳ୍ପ ଦିନର ନୁହେଁ ବରଂ ଅନେକ ଦିନର ହେବ ।

ପୀୟୂଷ ତ୍ରିପାଠୀ ଯେତେବେଳେ ” ରାଜ କନ୍ୟା ” ସିରିଏଲର ମୁଖ୍ୟ ଅଭିନେତା ଭାବରେ ଥିଲେ ସେତେବେଳେ ସେହି ସିରିଏଲର ମୁଖ୍ୟ ଅଭିନେତ୍ରୀ ହେବା ପାଇଁ ରାଣୀ ପଣ୍ଡା ମଧ୍ୟ ଓଡିସନ ଦେବାକୁ ଯାଇଥିଲେ । ସେହିଠାରୁ ହିଁ ଦୁହିଁଙ୍କର ପରିଚୟ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଦୁହେଁ ବେଶ ଭଲ ସାଙ୍ଗ ଅଛନ୍ତି । ଆଉ ଏବେ ରାଣୀ ମଜାରେ କହିଛନ୍ତି ଯେ ସେ ପୀୟୂଷଙ୍କୁ ବିବାହ କରିବେ । ତେବେ ଏଥିପାଇଁ ସେ ମଜଳିଆ ଢ଼ଙ୍ଗରେ ଉତ୍ତର ଦେଇ କହିଛନ୍ତି ଯେ ‘ ପୀୟୂଷଙ୍କ ଘରେ ପଡ଼ିକି ରହିବେ , ପୀୟୂଷଙ୍କ ଦୁଆର ମୁହଁରେ ରହିବେ ‘ । ଆଉ ଏହି ଉତ୍ତର ଶୁଣି ସମସ୍ତେ ବେଶ ହସିଛନ୍ତି ।

କହିରଖିବୁ ଯେ ଆଗକୁ ପୀୟୂଷଙ୍କର ଏକ ନୂଆ ନାଟକ ଆସୁଛି । ଯାହାର ନାମ ରହିଛି ” ହାଇଦର ” । ଏହା ସମ୍ପୂର୍ଣ୍ଣ ନାଟକ ଜଗତ ଠାରୁ ଭିନ୍ନ କାହାଣୀ ଉପରେ ଆଧାରିତ ଥିବା ସେ କହିଛନ୍ତି । ଏହାବ୍ୟତୀତ ରାଣୀ ପଣ୍ଡାଙ୍କର ମଧ୍ୟ ଏକ ନୂଆ ନାଟକ ଆସିବାକୁ ଯାଉଛି , ଯାହାର ନାମ ହେଉଛି ” ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ ରାଣୀ ପଣ୍ଡା ” । ତେବେ ଏହି ନାଟକ ଉପରେ ରାଣୀ ପଣ୍ଡା କହିଛନ୍ତି ଯେ ଏହା ସତ୍ୟ କାହାଣୀ ଉପରେ ପରିବେଷିତ ହେବ ଏବଂ ଦର୍ଶକଙ୍କୁ ମଧ୍ୟ ବେଶ ପସନ୍ଦ ଆସିବ ।

ଏସବୁ ପରେ ରାଣୀ ପଣ୍ଡା ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଯେ ତାଙ୍କ ଫ୍ୟାନ ମାନଙ୍କର ତାଙ୍କୁ ଦେଖିବାର ଏବଂ ସେଲ୍ଫି ନେବାର ସମ୍ପୂର୍ଣ୍ଣ ଅଧିକାର ଅଛି । କିନ୍ତୁ ସେମାନେ ଗ୍ରୀନ ରୁମକୁ ଆସି ହଇରାଣ କରିବା ଠିକ ହେଉନାହିଁ । ସେଥିପାଇଁ ସେ ନିଜ ଫ୍ୟାନ ମାନଙ୍କୁ ଏଭଳି ନକରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *