ପୋଲିସର ଟାର୍ଗେଟରେ ଶିବଙ୍କ ସହଯୋଗୀ, ଆଉ ଏକ ନୂଆ ମୋଡ଼ ନେଲା ଗଣ-ହତ୍ୟା ମାମଲା…

ବର୍ତ୍ତମାନ ସମୟରେ ସମାଜରେ ଅନେକ ପ୍ରକାର ଅପ-ରାଧୀ ଅପ-ରାଧ ଘଟାଇ ଖୋଲ ବୁଲୁଛନ୍ତି। କେହି ସୁପରି ନେଇ ହ-ତ୍ୟା କରୁଛି ତ ଆଉ କେହି ଟଙ୍କା ପଇସା ଓ ଜମିବାଡ଼ି ପାଇଁ ନିଜ ପରିବାର ଲୋକଙ୍କୁ ହ-ତ୍ୟା କରୁଛି। ଏହା ସହ ଜଡିତ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଜମିବାଡ଼ି ଓ ଟଙ୍କା ପଇସା ପାଇଁ ନିଜ ଭାଇ ଓ ଭାଉଜଙ୍କୁ ହ-ତ୍ୟା କରିବା ସହ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ହ-ତ୍ୟା କରିଛି। ତେବେ ଟଙ୍କା ଲୋଭ ଶିବକୁ ରାକ୍ଷସ ସଜେଇ ଥିଲା।

ତେବେ ଏଭଳି ଘଟଣା କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଠାରେ ଘଟିଛି। ଶିବ ନିଜ ପରିବାରର ୫ ଜଣ ସଦସ୍ୟ ଙ୍କୁ ହ-ତ୍ୟା କରିଛି। ତେବେ ପୋଲିସରେ ଅଭି-ଯୋଗ ପରେ ଶିବକୁ ପୋଲିସ ଗିରଫ କରିଥିଲା ଏବଂ ଏହି ବିଷୟରେ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଶିବ ଠାରୁ ସମସ୍ତ ସତ ଓଗାଳିବା ପାଇଁ କୋର୍ଟ ଠାରୁ ରିମାଣ୍ଡ ରେ ନେବା ପାଇଁ ଅନୁମତି ମଧ୍ୟ ପାଇଥିଲା। ତେବେ ପୋଲିସର ରିମାଣ୍ଡ ସମୟରେ ଶିବ ସତ ଓଗାଳି ଥିଲା। କେବଳ ସେତିକି ନୁହେଁ ଯେଉଁ ସ୍ଥାନରେ ଘଟଣା ଘଟେଇ ଥିଲା ସେଠାରେ ସିନ୍ ରିକ୍ରିଏସନ କରିଥିଲା।

ତେବେ ପାରିବାରିକ ବିବାଦକୁ ନେଇ ଶିବ ୫ ପରିବାର ଲୋକଙ୍କୁ ହତ୍ୟା କରିଥିଲା। ସେ ଏକାକୀ ହ-ତ୍ୟା କରିଛି ବୋଲି ନିଜ ମୁଁହରେ ସିକ୍ବାର କରିଥିଲା। କିନ୍ତୁ ପୋଲିସର ତଦନ୍ତରେ ପୀଡିତଙ୍କ ଶଶୁର ଘର ଲୋକେ ଖୁସି ନଥିବା ଜଣେଇଛନ୍ତି। ତେବେ ଏହି ଅପରା-ଧରେ ଅନ୍ୟ ଲୋକଙ୍କ ସହଯୋଗ ରହିଥିବା ଦାବି କରିଛନ୍ତି। କାରଣ ଜଣେ ଲୋକ ଏକାକୀ ୫ ଜଣଙ୍କୁ ଏକ କଟୁରିରେ ହ-ତ୍ୟା କରିବ ତାହା ସମ୍ଭବ ନୁହେଁ।

ମିଳିଥିବା ସୂଚନା ଅନୁଯାୟୀ, ଶିବ ପ୍ରଥମେ ନିଜ ଭାଉଜ ଅବା ବଡ଼ ଭାଇ ଅଲେଖଙ୍କ ପତ୍ନୀଙ୍କୁ ହ-ତ୍ୟା କରିଥିଲା। ଏହାପରେ ରକ୍ତ ଜୁଡୁବୁଡୁ କଟୁରିରେ ସେ ନିଜ ଭାଇକୁ ହତ୍ୟା କଲା। ତେବେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁତୁରା ଓ ଝିଆରୀକୁ ଛାଡି ନଥିଲା ରାକ୍ଷସ। ସେମାନଙ୍କୁ ମଧ୍ୟ ଗୋଡେଇ ଗୋଡେଇ ହାଣି ହ-ତ୍ୟା କରିଥିଲା। ତେବେ ଶିବ ଏଭଳି କାଣ୍ଡ ଘଟାଇବା ପୂର୍ବରୁ ଅନେକ ଦିନ ଆଗରୁ ଯୋଜନା କରିଥିଲା।

ରଶ୍ମିରେଖାଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ଏହି ଅପ-ରାଧରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତ ରହିଛି ବୋଲି। ଅନ୍ୟପଟେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତ ଶିବ ସାହୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ପୋଲିସ ୩ ଦିନର ରିମା-ଣ୍ଡରେ ନେଇଥିଲା। ତେବେ ପୋଲିସ ଆଉଥରେ ରିମାଣ୍ଡରେ ନେବ ବୋଲି ଜଣାପଡିଛି। ବର୍ତ୍ତମାନ ଶିବକୁ ଶିଶୁଆ ଜେ-ଲରେ ରଖାଯାଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *