ଦେଖନ୍ତୁ ଭିଡ଼ିଓ : ବୋଟରୁ ପାଣିକୁ ଡିଆଁ ମାରିଲା ବାଘ ଆଉ ତାପରେ…

ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ପ୍ରତିଦିନ ନୂଆ ନୂଆ ଖବର ବିଷୟରେ ଜାଣିବାକୁ ପାଉଅଛୁ । ଦୈନନ୍ଦିନ ଜୀବନରେ ଘଟୁଥିବା ଦେଶ ବିଦେଶର ସମସ୍ତ ଘଟଣାବଳୀକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଥାଉ। ତେବେ ବେଳେବେଳେ ଏଭଳି କିଛି ଖବର ଭାଇରାଲ ହୋଇଥାଏ, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ନିକଟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଅଛ , ଯାହା ଆପଣଙ୍କ ଛାତି ଥରାଇ ଦେବ । ତେବେ ଆପଣ ମାନେ ଶୁଣିବାକୁ ପାଇଥିବେ କି , କିପରି ଭାବରେ ଗୋଟିଏ ବାଘ ବୋଟରୁ ଡିଆଁ ମରିଦେଇଛି । ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଭାବାରେ ଜାଣିବା ।

ଆପଣ ମାନେ ସମସ୍ତେ ସୁନ୍ଦରବନ ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ଅଭୟାରଣ୍ୟ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ , ଯାହା ପଶ୍ଚିମବଙ୍ଗରେ ଅବସ୍ଥିତ ଅଟେ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ତେବେ ଏହାର ଆରପାର୍ଶ୍ଵରେ ସୁନ୍ଦରବନ ଜଙ୍ଗଲ ରହିଛି । ଆପଣ ସମସ୍ତେ ଜାଣିଥିବେ ଯେ , ବ୍ୟାଘ୍ର ମାନଙ୍କ ପାଇଁ ସବୁଠାରୁ ବଡ ଅଭୟାରଣ୍ୟ ସୁନ୍ଦରବନ ଅଟେ । ତେବେ ବ୍ୟାଘ୍ର ବ୍ୟତୀତ ଏଠାରେ ଅନେକ ସରୀସୃପ , ପଶୁପକ୍ଷୀ ଆଦି ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ବାସ କରିଥାନ୍ତି ।

ତେବେ ଏହି ସ୍ଥାନରୁ ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଅଛି । ସୂଚନା ମୁତାବିକ , ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟରେ ଛାଡିବା ପାଇଁ ବନ୍ୟ ବିଭାଗକାରୀ ମାନେ ବୋଟ ସାହାଯ୍ୟରେ ଗୋଟିଏ ବାଘକୁ ନେଇ ଯାଉଥିଲେ । ତେବେ ହଠାତ ବୋଟ ମଧ୍ୟରୁ ବ୍ୟାଘ୍ରର ଗର୍ଜନ ଶୁଣିବାକୁ ମିଳିଥିଲା । କିନ୍ତୁ ଆଉ କିଛି ସମୟ ପରେ ହଠାତ ବାଘଟି ବୋଟରୁ ନଈକୁ ଡେଇଁ ପଡି ପହଁରିବାକୁ ଲାଗିଲା ଏବଂ ପହଁରି ପହଁରି ନଈର ଆରପରିକୁ ଚାଲିଗଲା । ତେବେ ଏହି ଭିଡ଼ିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେଉଅଛି । ଏହି ଭିଡ଼ିଓକୁ ବହୁ ଲୋକ ଦେଖୁଛନ୍ତି । ଏହି ଭିଡ଼ିଓଟି ଅନେକ ଆକର୍ଷକ ହେବା ସହ ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଉଛି ।

Leave a Reply

Your email address will not be published. Required fields are marked *