ସରକାରଙ୍କ ଏହି ଯୋଜନାରେ ୧୦ହଜାର ଟଙ୍କା ଜମା କରିବା ଦ୍ବାରା ମିଳିବ ୧୬ଲକ୍ଷ ଟଙ୍କା, ଏଠାରେ କରିବା ପାଇଁ ହେବ ନିବେଶ

Post Office Scheme: ନିବେଶ ବଜାର ଅନେକ ଅପ୍ଶନରେ ଭରି ହୋଇ ରହିଛି ଏବଂ ଏମାନଙ୍କ ମଧ୍ୟରୁ ଅନେକ ଯୋଜନା ଉପରେ ଜଣା ଯାଉଥିବା ରିଟର୍ନ ବହୁତ ହିଁ ଆକର୍ଷକ ହୋଇଥାଏ। ହେଲେ, ଏଥିରୁ କିଛି ନିବେଶରେ ସଙ୍କଟ ଯୋଡି ହୋଇ ରହିଥାଏ। ଅନେକ ନିବେଶକ କମ ରିର୍ଟନ ବାଲା ସୁରକ୍ଷିତ ନିବେଶ ଯୋଜନା ଗୁଡିକୁ ଅଧିକ ପସନ୍ଦ କରିଥାନ୍ତି କାରଣ ଏଥିରେ ସଙ୍କଟ କମ ରହିଥାଏ।

ଯଦି ଆପଣ ମଧ୍ୟ କମ ସମସ୍ୟା ବାଲା ରିଟର୍ନ କିମ୍ବା ନିବେଶ ବିକଳ୍ପ ଖୋଜୁଛନ୍ତି ତାହେଲେ ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କ କାମରେ ଆସିପାରେ। ଭାରତୀୟ ଡାକ ଦ୍ଵାରା ଦିଆ ଯାଉଥିବା ରେକରିଙ୍ଗ ଡିପୋଜିଟ ଯୋଜନା ଏମିତି ହିଁ ପଲିସି ମଧ୍ୟରୁ ଗୋଟିଏ ଅଟେ। ଏଥିରେ ୧୦୦ଟଙ୍କାରେ ଖାତା ଖୋଲା ଯାଇ ପାରିବ। ଯଦି ଆପଣ ମଧ୍ୟ ଛୋଟ ନିବେଶରେ ବଡ଼ ପାଣ୍ଠି ଛିଡ଼ା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ପୋଷ୍ଟ ଅଫିସର ରେକରିଙ୍ଗ ଡିପୋଜିଟ ଭଲ ବିକଳ୍ପ ହୋଇପାରେ।

୧୦ବର୍ଷରେ ଏତିକି ହୋଇପାରେ ଫଣ୍ଡ

ପୋଷ୍ଟ ଅଫିସର ରେକରିଙ୍ଗ ଡିପୋଜିଟ ୫ବର୍ଷରୁ ନେଇ ୧୦ବର୍ଷ ପାଇଁ ସଞ୍ଚାରିତ କରା ଯାଇଥାଏ। ଏଥିରେ ପ୍ରତି ମାସରେ ଆପଣଙ୍କୁ ୧୦ ହଜାର ଟଙ୍କା ଜମା କରିବା ପାଇଁ ହେବ।୧୦ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୧୦ହଜାର ଟଙ୍କା ଜମା କରିବା ଦ୍ବାରା ୧୨ଲକ୍ଷ ଟଙ୍କା ଆପଣ ଜମା କରିବେ ଏବଂ ଏହା ଉପରେ ୫.୮ ପ୍ରତିଶତ ଦରରେ ସୁଧ ମିଳିବା ଦ୍ଵାରା ଆପଣଙ୍କୁ 16,26,476 ଟଙ୍କା ମିଳିବ।ଏହି ନିବେଶ ୫ବର୍ଷ ପାଇଁ ମଧ୍ୟ ହୋଇଥାଏ।

ଏହା ହେଉଛି ଏହାର ଲାଭ

ଯଦି ଆପଣ ମଝିରେ ରେକରିଙ୍ଗ ଡିପୋଜିଟରେ ଟଙ୍କା ଜମା କରି ପାରୁନାହାଁନ୍ତି ଏବଂ ଏହା ମଝିରେ ବନ୍ଦ ହୋଇ ଯାଉଛି ତାହେଲେ ଆପଣ ଏହାକୁ ପୁଣିଥରେ ଆରମ୍ଭ କରି ପାରିବେ।ନିୟମ ଅନୁସାରେ ୪ କିସ୍ତି ସମୟ ଅନୁସାରେ ଲଗାତର ଭରିବେ ନାହିଁ ତାହେଲେ ଖାତା ବନ୍ଦ ହୋଇ ଯାଇଥାଏ କିନ୍ତୁ ପୁଣିଥରେ ଆରମ୍ଭ କରିବା ପାଇଁ ଆପଣଙ୍କୁ ୧ଟଙ୍କା ଉପରେ ୧ଟଙ୍କା ବିଳମ୍ବ କିସ୍ତିର ଜୋରିମାନା ଭରିବା ପାଇଁ ପଡିବ।

Leave a Reply

Your email address will not be published. Required fields are marked *