ପ୍ରଥମ ଦେଖାରି ହିଁ ସିଧା ଉଠାଇ ଆଣିଥିଲି , ନିଜ ପ୍ରେମ କାହାଣୀ ବଖାଣିଲେ ମୁନି ସୌମ୍ୟ…

ବର୍ତ୍ତମାନ ସମୟରେ ପୁରା ୟୁଟ୍ୟୁବ ତଥା ସୋସିଆଲ ମିଡ଼ିଆରେ ଲୋକପ୍ରିୟତା କମାଇଥିବା ଦମ୍ପତ୍ତି ହେଉଛନ୍ତି ମୁନି ଏବଂ ସୌମ୍ୟ। ଦୁହେଁ ନାଚରେ ବେଶ୍ ମାହିର ଆଉ ଯେଉଁଥିପାଇଁ ଲୋକ ତାଙ୍କୁ ଭଲ ଭାବରେ ଜାଣିଛନ୍ତି । ସ୍ଵାମୀ ସ୍ତ୍ରୀ ମିଶି କରି ଅନେକ ନାଚ ଭିଡିଓ ସହିତ ଟ୍ରାନଜିସନ ଭିଡିଓ ମଧ୍ୟ ବନାଇଛନ୍ତି , ଯାହାକୁ ଦେଖିବା ପାଇଁ ସମସ୍ତେ ବେଶ୍ ମନ ବଳାଇଥାଆନ୍ତି । ୟୁଟ୍ୟୁବରେ ଏକ ଲକ୍ଷରୁ ଅଧିକ ଫୋଲୋଅର ଥିବା ମୁନି ସୌମ୍ୟ ନିଜର ଲୋକ ପ୍ରିୟତା ବିଷୟରେ ବଖାଣିଛନ୍ତି । ଏହା ବ୍ୟତୀତ ନିଜ ପ୍ରେମ କାହାଣୀ ଆଉ ବାହାଘର ବିଷୟରେ ମଧ୍ୟ ସେମାନେ ଖୋଲାଖୋଲି ଭାବରେ କହିଛନ୍ତି ।

ସୂଚନା ଅନୁଯାୟୀ , ମୁନି ସୌମ୍ୟଙ୍କୁ ଏକ ଭିଡିଓରେ ଦେଖି ହିଁ ମନ ଦେଇ ବସିଥିଲେ । ଆଉ ତାପରେ ଧିରେ ଧିରେ କଥା ଆଗକୁ ବଢିଥିଲା । ପ୍ରଥମେ ନମ୍ୱର୍ ଆଣିବା ଆଉ ତାପରେ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ ଦୁହେଁ । ଏହିପରି ଦୁଇ ବର୍ଷ ଧରି ଚାଲିଥିଲା । ନିଜ ଘରେ ସୋମ୍ୟଙ୍କ ବିଷୟରେ ମଧ୍ୟ କହିଥିଲେ ସେ । କିନ୍ତୁ ଘରେ ପୁଅ ନାଚୁଛି ବୋଲି ଶୁଣି ଟିକିଏ ଚୁପ୍ ହୋଇ ଯାଇଥିଲେ ଆଉ କହିଥିଲେ ହଁ ଦେଖିବା । କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଘର ଲୋକ କିଛି କହି ନଥିଲେ ଆଉ ଏପରିକି ଦୁହେଁ ମଧ୍ୟ ଦୁହିଁଙ୍କୁ ଦେଖି ନଥିଲେ ।

ତେବେ ଏକଦା ଏପରି ଦିନ ଆସିଲା , ଯେଉଁ ଦିନ ଦୁହେଁ ଦୁହିଁଙ୍କୁ ଦେଖା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଜ ଘରେ ପୁରୀ ଯିବା କଥା କହି ବାହାରି ଯାଇଥିଲେ ମୁନି । ଆଉ ପୁରୀରେ ସୌମ୍ୟ ସହିତ ଦେଖା ମଧ୍ୟ କରିଥିଲେ । ଆଉ ସେଠାରୁ ହିଁ ସିଧା ସୌମ୍ୟ ନିଜ ଘରକୁ ନେଇ ଆସିଥିଲେ ମୁନିଙ୍କୁ । କିନ୍ତୁ ମୁନିଙ୍କ ଘରେ ମାନି ନଥିଲେ ଏହି ବାହାଘର ବିଷୟରେ । ତେବେ ମୁନିଙ୍କ ସହ ବର୍ତ୍ତମାନ ତାଙ୍କ ବାପା ମାଆ କଥା ହେଉ ନାହାଁନ୍ତି ବୋଲି ସେ କହିଛନ୍ତି । କାହିଁକି ନା ଝିଅ ଏପରି ଚାଲି ଯାଉ ବୋଲି ସେମାନେ କଦାପି ଚାହୁଁ ନଥିଲେ , ତେଣୁ କରି ସେମାନେ କଥାବାର୍ତ୍ତା କରୁ ନାହାଁନ୍ତି ।

କିନ୍ତୁ ଦିନେ ନା ଏପରି ହେବ କି , ତାଙ୍କ ବାପା ମାଆ ତାଙ୍କ ସହିତ କଥା ହେବେ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ନିଜ ସ୍ଵାମୀଙ୍କ ସହିତ ଶାଶୁ ଘରେ ବହୁତ ଖୁସି ଥିବା କଥା କହିଛନ୍ତି ସେ । କାହିଁକି ନା ଶାଶୁ ତାଙ୍କର ମାଆ ଭଳି । ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳି ହେଲେ ଶାଶୁ ସେମାନଙ୍କୁ ବୁଝାଇ ଥାଆନ୍ତି ବୋଲି କହିଛନ୍ତି । ଆଉ ତାଙ୍କର ସବୁ ଅଳି ଅଝଟ ମଧ୍ୟ ଏଠାରେ ପୂରଣ ହୋଇ ଯାଇଥାଏ ।

ତେବେ ସୋସିଆଲ ମିଡିଆରେ ଅଗଣିତ ଦର୍ଶକଙ୍କ ଭଲ ପାଇବା ପାଇଁ ସେମାନେ ଆଭାରୀ ହୋଇ ରହିବେ ବୋଲି କହିଛନ୍ତି । ଆଉ ଦିନ ଆସିବ ସବୁକିଛି ଠିକ୍ ହୋଇଯିବ ବୋଲି ସେମାନେ କହିଛନ୍ତି ଆଉ ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି ।

Leave a Reply

Your email address will not be published. Required fields are marked *