ଅକାମୀ ହୋଇଗଲା ପ୍ରେମିକାଙ୍କ ଗୋଡ , ତଥାପି ହାତ ଛାଡ଼ିଲେ ନାହିଁ ପ୍ରେମିକ , କରିଲେ ବିବାହ

ଦୁଇ ପ୍ରେମୀ ଯୁଗଳ , ନିଜ ପ୍ରେମକୁ କଲେ ସାର୍ଥକ । ପ୍ରେମ କରିଥିଲେ ଆଉ କଥା ଦେଇଥିଲେ ସାରା ଜୀବନ ରହିବା ପାଇଁ । ଆଉ ଜୀବନର ସବୁଠାରୁ ଖରାପ ସମୟରେ ମଧ୍ୟ କେହି କାହାର ହାତ ଛାଡି ନଥିଲେ । ଏକାଠି ସାରା ଜୀବନ ରହିବେ ବୋଲି ଦେଇଥିବା କଥାକୁ କରିଲେ ପୂରଣ । ଆଉ ବର୍ତ୍ତମାନ ଏପରି ଏକ ପ୍ରେମ କାହାଣୀକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏପରି ଏକ ପ୍ରେମ କାହାଣୀ ।

ତେବେ ଏପରି ଏକ ବିରଳ ପ୍ରେମ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ଅଞ୍ଚଳରେ । ଏହି ଅଞ୍ଚଳର ବିଷ୍ଣୁଚରଣ ମହାପାତ୍ରଙ୍କ ପୁଅ ଶୁଭ୍ରାଂଶୁ ମହାପାତ୍ର |୨୦୧୫ ମସିହାରୁ ଶେରଗଡ଼ ଅଞ୍ଚଳର ଦେବସ୍ମିତା ପଣ୍ଡାଙ୍କୁ ଭଲ ପାଇ ଆସୁଥିଲେ । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଆଉ ବିବାହ କରିବାର ସ୍ବପ୍ନ ବି ଦେଖିଥିଲେ । ଅନେକ ସମସ୍ୟା ଭିତରେ ବି ସେମାନେ ଏକାଠି ରହିଥିଲେ । ଆଉ କେବେ କାହାକୁ ଛାଡି ବଞ୍ଚିବାର ସ୍ବପ୍ନ ଦେଖି ନଥିଲେ ।

ଘରେ ଦୁଇ ଜଣଙ୍କ କଥା ଜାଣିଥିଲେ । ଆଉ ଦୁହିଁଙ୍କ ଘରେ ମଧ୍ୟ ବିବାହ କରାଇ ଦେବା ପାଇଁ ରାଜି ଥିଲେ । କିନ୍ତୁ କାହାଣୀରେ ସେତେବେଳେ ମୋଡ ଆସିଥିଲା , ଯେତେବେଳେ ବିବାହର ମାତ୍ର କେଇ ଦିନ ପୂର୍ବରୁ ଦେବସ୍ମିତା ପ-କ୍ଷାଘା-ତରେ ପୀ-ଡିତ ହୋଇଥିଲେ । ଆଉ ତାଙ୍କର ଦୁଇ ଗୋଡ଼ ଅକାମୀ ହୋଇ ଯାଇଥିଲା । ସେ ଚାଲିବା ବନ୍ଦ କରି ଦେଇଥିଲେ । ଆଉ ନିଜ ଗୋଡ଼ରେ ବାଟ ଚାଲିବା କଥା ଭୁଲି ଯାଇଥିଲେ । ତେବେ ଏହାପରେ ସେ ଶୁଭ୍ରାଂଶୁଙ୍କୁ ଫୋନ୍ କରି ସବୁ କଥା ଜଣାଇ ଥିଲେ ।

ଆଉ ଏହାପରେ ଶୁଭ୍ରାଂଶୁ ତାଙ୍କୁ ବ୍ୟସ୍ତ ନ ହେବା ପାଇଁ କଥା ଦେଇଥିଲେ ଆଉ କହିଥିଲେ ମୁଁ ତୁମକୁ ବିବାହ କରିବି । ତେବେ ବିବାହ ଦିନ ଶୁଭ୍ରାଂଶୁ ହ୍ୱିଲ ଚେୟାରରେ ବସାଇ ନିଜ ପ୍ରେମିକା ଦେବସ୍ମିତାଙ୍କୁ ବିବାହ କରିଥିଲେ । ଆଉ ଏପରି ବିବାହ ଅତ୍ୟନ୍ତ ବିରଳ ଥିଲା । ପରିବାର ଲୋକ ବି ଏହି ବାହାଘରରେ ପୁରାପୁରି ସହମତି ଥିଲେ । ଆଉ ଧୁମଧାମରେ ବିବାହ ହୋଇଥିଲା । ବର୍ତ୍ତମାନ ଦୁଇ ପ୍ରେମୀ ଯୁଗଳ ନିଜ ପ୍ରେମକୁ ପାଇ ଅତ୍ୟନ୍ତ ଖୁସି ଅଛନ୍ତି । ଆଉ ପୁରା ଅଞ୍ଚଳରେ ସେମାନଙ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *