ପ୍ରେମିକକୁ କାର ଚଳାଇବାକୁ ଦେବା ପ୍ରେମିକ ପାଇଁ ପଡ଼ିଲା ମହଙ୍ଗା । ଘଟିଗଲା ଭୟଙ୍କର ଦୁର୍ଘଟଣା

ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ଜନିତ ଘଟଣା ଅଧିକାଂଶ ସମୟରେ ଘଟୁଛି । ତାହା ପୁଣି ଏପରି ଘଟଣାର ହାର ଓଡ଼ିଶାରେ ସର୍ବାଧିକ ଅଟେ । ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ସବୁ ପ୍ରକାରର ସୁରକ୍ଷା ଅବଲମ୍ବନ ସତ୍ତ୍ୱେବି ଅଧିକ ଦୁର୍ଘଟଣା ଅସତର୍କତା କାରଣରୁ ଘଟୁଛି ।

ଅନେକ ସମୟରେ ଏସବୁ ଘଟଣାର ଲାଇଭ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ ଯାହାକୁ ଦେଖିଲେ ଛାତି ଥରି ଉଠେ । ଲାଇଭ ମୃତ୍ୟୁ ଦେଖିବା ପରେ ବି ଲୋକେ ସେଇ ଭୁଲ କରି ବସୁଛନ୍ତି । ଆଉ ଆଜି ମଧ୍ୟ ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବୁ ।

ସାଧାରଣ ସତର୍କତାରୁ ବଞ୍ଚିତ ହୋଇ କିଛି ଲୋକ କିଭଳି ଏକାଧିକ ଲୋକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଅସତର୍କତା କାରଣରୁ ଏକ କାର ଦୁଇଟି ବାଇକକୁ ଧକ୍କା ଦେଇଛି ଯାହା କିଛି ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି ।

ଘଟଣା ଏହା ଯେ ଗତକାଲି ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବାଇ ପାସ ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଭୁବନେଶ୍ୱର ପଟୁ ଆସୁଥିବା ଏକ କାର OD02AY4096 ଏକ ବାଇକ ଅରୋହିଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଗୁରୁତର ହୋଇଥିଲେ ।

ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ପିପିଲି ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସୂଚନା ଅନୁଯାୟୀ ଭୁବନେଶ୍ବର ପଟୁ ଆସୁଥିବା କାର ଚାଳକ ଜଣକ ନିଜ ପାଖରେ ଜଣେ ଯୁବତୀଙ୍କୁ କାର ଚଳାଇବାକୁ ଦେଇ ନିଜେ ଏଞ୍ଜୟ କରୁଥିଲେ । ଯୁବତୀ ଜଣକ ହଠାତ ଗାଡ଼ି ନଦୀ ଜଣେ ବାଇକ ଅରୋହିଙ୍କୁ ଧକ୍କା ଦେଇଥିଲେ ।

ସେହି ବାଇକ ଅରୋହି ଅନ୍ୟ ଜଣେ ବାଇକ ଅରୋହିଙ୍କୁ ବାଡ଼େଇ ହୋଇଥିଲେ । ଯେଉଁ କାରଣରୁ ବାଇକଟି ପୁରା ଉପରୁ ଖସି ବିଲରେ ପଡ଼ିଥିଲା । ତେବେ ଘଟଣା ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଲାଗିଥିଲା ଏବଂ ବାଇପାସ ପୋଲିସ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ତେବେ ବର୍ତ୍ତମାନ ପୋଲିସ ଗାଡ଼ି ଏବଂ ଡ୍ରାଇଭରକୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *