ପ୍ରେମିକାକୁ ହାଣି ଫ୍ରିଜରେ ରଖିଲା ପ୍ରେମିକ, ବାହା ହେବ କଥା କହିବାରୁ….

ପ୍ରେମିକ ସାଜିଲା ସୈତାନ । ଯେଉଁ ହାତରେ ଗୋଲାପ ଧରି ଦିନେ ପ୍ରେମିକାକୁ କରିଥିଲା ପ୍ରେମ ନିବେଦନ ସେହି ହାତରେ ଛୁରୀ ଧରି ପ୍ରେମିକାକୁ ପିସ ପିସ କରି କାଟି ଢ଼ାବା ଫ୍ରିଜରେ ରଖିଲା ନୃଶଂସ ପ୍ରେମିକ । କାରଣ ବି କିଛି ସାଙ୍ଘାତିକ ନଥିଲା କି ପ୍ରେମିକା ବି କିଛି ବଡ଼ ଭୁଲ କରିନଥିଲା । ପ୍ରେମିକାର ଭୁଲ ଥିଲା ଏହିଆ କି ସେ ତା ପ୍ରେମିକ ପାଖରୁ ଚାହୁଁଥିଲା ଟୋପିଏ ସିନ୍ଦୁର ଆଉ ଦୁଇ ପଟ ସଙ୍ଖା ।

ଆଉ ଏହି ଭୁଲ ପାଇଁ ପ୍ରେମିକ ନେଇଗଲା ପ୍ରେମିକାର ଜୀବନ । ଏମିତି ପ୍ରେମିକା ସହ ଭିଆଇଲା କାଣ୍ଡ ଯେ ପ୍ରେମିକା ଯାହା କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା । ଯେଉଁ ପ୍ରେମିକ ଦିନେ ଦିନେ ମିଠା ମିଠା କହି ବିଶ୍ୱାସ ଜିତିଥିଲା ଯେଉଁ ପ୍ରେମିକ ଦିନେ କହୁଥିଲା ତୁମ ବିନା ମୁଁ ବଞ୍ଚି ପାରିବିନି । ଯେଉଁ ପ୍ରେମିକ ଦିନେ ପ୍ରେମିକା ହାତରୁ ଟିକେ ରକ୍ତ ଆଖିରେ ଟିକେ ଲୁହ ଦେଖି ପାରିନଥିଲା ସେହି ପ୍ରେମିକ ଆଜି ନୃଶଂସ ତାର ସୀମା ଟପିଗଲା ।

ହଁ ବନ୍ଧୁଗଣ ଏବେ ଚାଲିଥିଲା ପ୍ରେମର ସପ୍ତାହ ଭ୍ୟାଲେଣ୍ଟାଇନ ଡେ । ଏହି ପ୍ରେମର ସପ୍ତାହରେ ପ୍ରେମିକ ପ୍ରେମିକା ମାନେ ପ୍ରେମ ନିବେଦନରୁ ଆରମ୍ଭ କରି ପାଳନ କରିଥିଲେ ଭ୍ୟାଲେଣ୍ଟାଇନ ଡେ । ଏ ବି ଦୁହେଁ ଥିଲେ ପ୍ରେମିକ ପ୍ରେମିକା । ଏମାନେ ବି ଦିନେ ପାଳନ କରୁଥିଲେ ପ୍ରେମର ଦିବସ ଗୁଡିକୁ । ହେଲେ ସବୁକିଛି ପ୍ରେମିକ ବଦଳାଇ ଦେଇଥିଲା ।

ସବୁକିଛି ପ୍ରେମିକ ଛାର ଖାର କରିଦେଇଥିଲା । କାରଣ ପ୍ରେମିକା କହୁଥିଲେ ବିବାହର କଥା । ଆଉ ଯେଉଁଥି ପାଇଁ ପ୍ରେମିକ କୁଆଡେ ରାଗରେ ଉତ୍କ୍ଷିପ୍ତ ହୋଇ ଯାଉଥିଲେ । ଆଉ ଯାହା ଫଳରେ ପ୍ରେମିକ ଭିଆଇ ଥିଲେ ସାଙ୍ଘାତିକ କାଣ୍ଡ । ଏ ଚିତ୍ର ବା ଏହି କାହାଣୀ ଯିଏ ଶୁଣୁଛି ତା ଛାତି ଥରି ଯାଉଛି । ଏମିତି ଘଟଣା କେହି ମଣିଷ କଣ କେବେ ଭିଆଇ ପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି । ପ୍ରେମ କରି ପ୍ରେମିକ କେତେ ତଳକୁ ଖସିଯାଇ ପାରେ ତାହା ଏହି ପ୍ରେମିକଙ୍କ କାଣ୍ଡକୁ ଜାଣିଲେ ସ୍ପଟ ବୁଝି ହେଉଛି ।

ପ୍ରେମିକା ପ୍ରେମିକକୁ ବାହା ହେବା ପାଇଁ କହିବାରୁ ପ୍ରେମିକାର ତଣ୍ଟି ଚିପି ହତ୍ୟାକଲା ପ୍ରେମିକ । କେବଳ ହତ୍ୟା କରିଲା ସେ କଥା ନୁହେଁ ଏକ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରି ହାଣି ଢ଼ାବା ଫ୍ରିଜରେ ନେଇ ରଖିଥିଲା । ଏଭଳି ଲୋମ ଟାଙ୍କୁରା ସାଙ୍ଘାତିକ ଘଟଣା ଘଟିଛି ଦିଲ୍ଲୀରେ । ମୃତ ଯୁବତୀଙ୍କ ନାମ ହେଉଛି ନିକି । ସୂଚନା ଅନୁଯାୟୀ ଏହି ଦୁଇ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଖୁବ ଅଧିକ ଭଲ ପାଉଥିଲେ ।

ଟିୟୁସନ ଯିବା ସମୟରେ ବସ ଭିତରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆଉ ପରେ ବନ୍ଧୁତା ଧୀରେ ଧୀରେ ପ୍ରେମରେ ପତିବର୍ତ୍ତନ ହୋଇଥିଲା । ଯେତେବେଳେ ପ୍ରେମିକାକୁ ପ୍ରେମିକ ଦିନରେ ଦୁଇ ମିନିଟ ବି ଦେଖି ପାରୁନଥିଲେ ସେତେବେଳେ ପ୍ରେମିକ ପାଗଳଙ୍କ ପରି ହୋଇ ଯାଉଥିଲେ । ପ୍ରେମିକ କହୁଥିଲେ ତୁମ ବିନା ଗୋଟିଏ ମୁହୂର୍ତ୍ତ ମତେ ଗୋଟିଏ ଯୁଗ ପରି ଲାଗୁଛି । ହେଲେ ସେହି ପ୍ରେମିକ ଯେତେବେଳେ ପ୍ରେମିକା ବିବାହ କରିବାକୁ କହିଥିଲା । ପ୍ରେମିକ ଦେଖାଇ ଥିଲେ ନିଜର ଅସଲ ରୂପ ।

ତେବେ ସବୁଠୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଦିନ ପ୍ରେମିକାକୁ ମାରିଥିଲା ପ୍ରେମିକ ସେହି ଦିନ ପ୍ରେମିକାର ଶରୀରକୁ ଢ଼ାବା ଫ୍ରିଜରେ ଲୁଚାଇ ରଖି ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲା ଯୁବକ । ଆଉ ଏହା ପରେ ଯେତେବେଳେ କୌଣସି ସୂତ୍ରରୁ ଏହି ପୁରା ଘଟଣା ସାମ୍ନାକୁ ଆସିଥିଲା ସେତେବେଳେ ଯୁବକ ଜଣଙ୍କ କହିଥିଲା ସେହି ଲୋମ ହର୍ଷଣ କାରୀ ହତ୍ୟାକାଣ୍ଡର ପ୍ରକୃତ ସତ ।

ତେବେ ଏହାରି ଭିତରେ ଲୋମ ହର୍ଷଣ କାରୀ ହତ୍ୟାକାଣ୍ଡର ଗୁମର ଏବେ ସାମ୍ନାକୁ ଆସିଥିବା ବେଳେ । ଲୋକଙ୍କୁ ଏହି ଘଟଣା ବେଶ ଚକିତ କରିଛି । କେଉଁ ପ୍ରେମିକ ଏପରି ଭିଆଇ ପାରେ ବୋଲି ଲୋକେ ଏବେ ଚିନ୍ତାରେ ପଡିଛନ୍ତି ।

Leave a Reply

Your email address will not be published. Required fields are marked *