ପ୍ରେତାତ୍ମା କହୁଛି ନିଜ ମୃତ୍ୟୁ କାହାଣୀ। : ଦେଖନ୍ତୁ ଭିଡ଼ିଓ

ମତେ ମାରିଦେଲେ। ମୋ ଜୀବନ ନେଇଗଲେ। ତମେ କେହି ଜାଣିପାରିଲନି। ମୋ ଗୋଡ଼କୁ ବାନ୍ଧି ପକାଇଥିଲେ। ମୁଁ ମାରିବାକୁ ଆଦୌ ଚାହୁନଥିଲି। ମୁଁ ମୋ ପରିବାରକୁ ବହୁତ ଭଲ ପାଏ। ମୁଁ କେତେ କାକୁତି ମିନତି ହେଉଥିଲି ହେଲେ କିନ୍ତୁ ସେମାନେ ମୋ ଜୀବନ ନେଇଗଲେ। ମତେ ଅତି ନିର୍ମମ ଭାବେ ମାରିଦେଲେ। ଏ ଦୁନିଆ ଛାଡି ମୋ ପରିବାର ଛାଡି ଯିବାକୁ ମୋର ଟିକେ ଇଛା ନଥିଲା ସେ କିନ୍ତୁ ମତେ ବଞ୍ଚିବାକୁ ଦେଲେନି ମତେ ମାରି ମାରି ମୋ ଜୀବନ ନେଇଗଲେ। ମୋ ଗୋଡ଼ ବାନ୍ଧି ଦେଇଥିଲେ ମୁଁ ଅସହାୟ ହୋଇଗଲି ବଞ୍ଚିବା ପାଇଁ ସବୁ ଚେଷ୍ଟା କରିବି ସେ ରାକ୍ଷାସଙ୍କ କବଳରୁ ନିଜକୁ ବଞ୍ଚାଇ ପାରିଲି ନାହିଁ। ଶେଷରେ ମୋ ଜୀବନ ଚାଲିଗଲା।

ଏପରି ଲୋମ ଟାଙ୍କୁରା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲାରୁ । ପ୍ରେତାତ୍ମା ଗୋଟି ଗୋଟି କରି କହୁଛି କେମିତି ଓ କିପରି ତାକୁ ହ-ତ୍ୟା କରାଯାଇଥିଲା। କେତେ କଷ୍ଟ ଦେଇ ତାକୁ ମାରିଦେଇଥିଲେ ମଣିଷ ରୂପୀ ନର ରାକ୍ଷାସ। ମରିବାକୁ ନ ଚାହୁଁଥିଲେ ବି ଜୋର ଜବରଦସ୍ତ ଜୀବନ ନେଇଯାଇଥିଲେ। ସେ ବଞ୍ଚିବାକୁ ଗୋଡ଼ ଧରୁଥିଲେ ବି ତାଙ୍କ ଗୋଡ଼କୁ ବାନ୍ଧି ପକାଇ ଥିଲେ। ଆଉ ଏବେ ପ୍ରେତାତ୍ମା ଗୋଟି ଗୋଟି କରି ସବୁକଥା କହୁଥିବା ବେଳେ କଷ୍ଟ ଯନ୍ତ୍ରଣା କୁ ସହି ପାରୁ ନଥିବା ବି କହିଛନ୍ତି। ଯାହା ଶୁଣିଲେ ହୁଏତ ଆପଣ ବି ଆପଣଙ୍କ ଲୁହ ଆଉ କୋହକୁ ଚାପି ରଖି ପାରିବେ ନାହିଁ।

ଜଣେ କଲେଜର ପାଠ ପଢ଼ୁଥିବା ଛାତ୍ରୀଙ୍କ ଦେହରେ ପ୍ରେତାତ୍ମାର ଆତ୍ମା ପଶି ନିଜ ପରିବାର ଲୋକଙ୍କ ଆଗରେ ବଖାଣିଛି ସେ ଦିନର ସେହି ଲୋମ ଟାଙ୍କୁରା ଘଟଣା। ଆଉ ପ୍ରେତାତ୍ମା କହୁଛି ମୋ ମାକୁ ଟିକେ ଡାକ ମୁଁ ମୋ ମାକୁ ଦେଖି ଚାଲିଯିବି। ମୁଁ ମୋ ମାକୁ ଭାରି ଭଲ ପାଏ ତା କଥା ମୋର ସବୁବେଳେ ମନେ ପଡୁଛି। ଏ ରାକ୍ଷସ ମାନେ ମୋତେ ମୋ ମାଠୁ ଅଲଗା କରି ଦେଲେ ମୁଁ ସିନା ମରିଗଲି ହେଲେ ମୋ ଆତ୍ମା କିନ୍ତୁ ସବୁବେଳେ କାନ୍ଦୁଛି ମୁଁ ସବୁବେଳେ ମୋ ପରିବାର ଲୋକଙ୍କୁ ଝୁରି ହେଉଛି। ମୋର କଣ ମରିବାର ବୟସ ହୋଇଥିଲା ହେଲେ ବି ଜବରଦସ୍ତ ମତେ ମାରିଦେଲେ। ତମେ ମାନେ କେମିତି କେହି ଜାଣି ପାରିଲନି। ମତେ ମାରିଦେଲେ ମୁଁ କଷ୍ଟ ସହି ସହି ମରିଗଲି।

ମତେ ଯେଉଁ ମାନେ ମାରିଛନ୍ତି ମୁଁ ତାଙ୍କୁ ଛାଡ଼ିବି ନାହିଁ ଗୋଟା ଗୋଟା ଖାଇବି। ମତେ ଯେମିତି କଲବଲ କରି ମାରିଛନ୍ତି ମୁଁ ବି ଠିକ ସେମିତି କଲବଲ କରି ମାରିବି। ମୁଁ ଯେମିତି ନେହୁରା ହେଉଥିଲି ବଞ୍ଚିବା ପାଇଁ ହେଲେ ସେମାନେ ମତେ ମାରି ଦେଲେ ଠିକ ସେମିତି ସେ ବି ନେହୁରା ହେବେ ହେଲେ ମୁଁ ତାଙ୍କୁ କଞ୍ଚା ଖାଇବି। ଏମିତି କହି ଛାତ୍ରୀ ଜଣଙ୍କ ଭୋ ଭୋ ହୋଇ କାନ୍ଦୁଛନ୍ତି। ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କୁ ହତ୍ୟା କରାଯାଇଛି ଓ ତାଙ୍କ ଆତ୍ମାକୁ ଶାନ୍ତି ନ ମିଳିଥିବାରୁ ସେ ପ୍ରେତାତ୍ମା ହେଇ ଘୁରି ବୁଲୁଛନ୍ତି।

ସେପଟେ ଆଜିର ଆଧୁନିକ ଯୁଗରେ ଏହାକୁ ବିଶ୍ୱାସ କରାଯାଉ ନଥିଲେ ବି ଛାତ୍ରୀ ଜଣଙ୍କର ଏପରି କଥାକୁ ବି ପରିବାର ଲୋକେ ବିଶ୍ୱାସ ନକରି ରହି ପାରୁ ନାହାଁନ୍ତି। ତେବେ ଛାତ୍ରୀ ଜଣଙ୍କ ଦେହରେ ପଶିଥିବା ପ୍ରେତାତ୍ମା ଯେତେବେଳେ ନିଜ ମାଙ୍କୁ ଦେଖିଥିଲେ କଇଁ କଇଁ ହୋଇ କାନ୍ଦି କହିଥିଲେ ତାଙ୍କ ମୃତ୍ୟୁର ଟିକନିଖି କଥା। ଆଉ ମାକୁ କହୁଥିଲେ ମା ସେ ମତେ ମାରିଦେଲେ ଲୋ ମୁଁ ମରିବାକୁ ଜମା ଚାହୁନଥିଲି।

Leave a Reply

Your email address will not be published. Required fields are marked *