ଚାକିରି ସହିତ ଫ୍ରି ସମୟରେ ଏହି କାମ କରି ଆପଣ ରୋଜଗାର କରିପାରିବେ ମାସକୁ ୨୦ ହଜାର ଟଙ୍କା। ଜିଓ ଦେଉଛି ଏହି ଆଶ୍ଚର୍ଯ୍ୟଜନକ ଅଫର୍…

ସବୁ ଜିନିଷର ଦର ଦାମ ବୃଦ୍ଧି ସମୟରେ ସମସ୍ତେ ଚାକିରି କରି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଦରମା ସହିତ ପକେଟ ଖର୍ଚ୍ଚ ପାଇଁ ଯଦି ତୁମେ କିଛି ଟଙ୍କା ପାଇବ ତେବେ କେମିତି ହବ। ଜିଓ ଆପଣଙ୍କ ପାଇଁ ଏପରି ଅଫର ଆଣିଛି, ଯେଉଁଠାରୁ ଆପଣ ପ୍ରତି ମାସରେ ୨୦ ହଜାର ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ ତୁମର ଚାକିରି ଛାଡିବାର ଆବଶ୍ୟକତା ନାହିଁ। ଆପଣ ନିଜର ଖାଲି ସମୟରେ ଅଧିକ ଟଙ୍କା ରୋଜଗାର କରିପାରିବେ। ରିଲାଏନ୍ସ ଜିଓର ଜିଓପିଓଏସ୍ ଲାଇଟ୍ ଆପ୍ ବ୍ୟବହାରକାରୀଙ୍କୁ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛି। ଆସନ୍ତୁ ଜାଣିବା କିପରି ରୋଜଗାର କରିବେ।

ଜିଓର ଜିଓପିଓଏସ୍ ଲାଇଟ୍ ଆପରେ, ଉପଭୋକ୍ତାମାନେ ଏହା ମାଧ୍ୟମରେ ପ୍ରିପେଡ୍ ରିଚାର୍ଜ ଉପରେ କମିଶନ ନେଇପାରିବେ। ଏହା ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ। ଆପଣଙ୍କୁ କେବଳ ଏହାକୁ ଡାଉନଲୋଡ୍ କରିବାକୁ ପଡିବ। ଏହି ଆପ୍ ରେ, ଉପଭୋକ୍ତାମାନେ ଜିଓ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ରିଚାର୍ଜ କରି ଟଙ୍କା ରୋଜଗାର କରିପାରିବେ। ଆସନ୍ତୁ ଏହି ଆପ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା।

ଜିଓପିଓଏସ୍ ଲାଇଟ୍ ଆପ୍ ହେଉଛି ଏକ ରିଚାର୍ଜ ପ୍ଲାଟଫର୍ମ। ଏହା ମାଇଁ ଜିଓ ଆପ୍ ସହିତ ସମାନ। ଜିଓପିଓଏସ୍ ଲାଇଟ୍ ଆପ୍ ରିଚାର୍ଜ ଉପରେ କମିଶନ ଦେଇଥାଏ। ଏହାର ପଞ୍ଜୀକରଣ ପ୍ରକ୍ରିୟା ବହୁତ ସହଜ। ଏଥିପାଇଁ ଆପଣଙ୍କୁ କୌଣସି ଦଲିଲର ଆବଶ୍ୟକତା ପଡ଼ିବ ନାହିଁ। କିନ୍ତୁ ଆପଣଙ୍କ ପାଖରେ ଜିଓ ନମ୍ବର ଥିବା ଆବଶ୍ୟକ।

ଯଦି ଆପଣ ଜିଓପିଓଏସ୍ ଲାଇଟ୍ ଆପ୍ ରେ ରିଚାର୍ଜ କରନ୍ତି, ତେବେ ଆପଣ ପ୍ରତ୍ୟେକ ରିଚାର୍ଜରେ ୪.୧୬% କମିଶନ ପାଇବେ। ଯଦି ତୁମେ ହଜାରେ ଟଙ୍କାର ରିଚାର୍ଜ କର, ତେବେ ତୁମେ କମିଶନ ଭାବରେ ୪୧.୬ଟଙ୍କା ପାଇପାରିବ।

୧.ସର୍ବପ୍ରଥମେ ଆପଣଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଜିଓପିଓଏସ୍ ଲାଇଟ୍ ଆପ୍ ସନ୍ଧାନ ଏବଂ ସଂସ୍ଥାପନ କରି ଆପ୍ ଡାଉନଲୋଡ୍ କରିବାକୁ ପଡିବ।

୨. ସଂସ୍ଥାପନ ପରେ, ଆପଣଙ୍କ ସ୍କ୍ରିନରେ ଲିଙ୍କ୍ ଆସିବ ସେ ଲିଙ୍କ୍ ଉପରେ ମାରି ଆପଣ ଆପଣଙ୍କର ଜିଓ ନମ୍ବର ଏବଂ ଇମେଲ ଇଡି ଦେଇ ଲଗ୍ଇନ୍ କରନ୍ତୁ।

୩. ଲଗଇନ୍ ପରେ ଆପଣଙ୍କୁ ଆପର ୱାଲେଟରେ ୫୦୦, ୧୦୦୦ କିମ୍ବା ୨୦୦୦ ଟଙ୍କା ରଖିବାକୁ ପଡିବ।

୪. ତା’ପରେ, ଯଦି ଆପଣ ରିଚାର୍ଜ କରନ୍ତି, ତେବେ ଏହାର ୪.୧୬ପ୍ରତିଶତ ଟଙ୍କା ଫେରି ପାଇବେ। ୫. ଏହି ଆପରେ ବ୍ୟାଙ୍କ ବିବରଣୀ ପଚରାଯାଏ ନାହିଁ, ଯେଉଁ ଟଙ୍କା ଫେରି ଆସିବ ତାହା ୱାଲେଟରେ ରହିବା। ବାକି ରିଚାର୍ଜ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *