ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ଆସିଲେ ରାଣୀ ପଣ୍ଡା । କହିଲେ “ମୁଁ ପୀୟୂଷ ପାଖରେ ରହିବି ତା ସ୍ତ୍ରୀକୁ ସଉତୁଣୀ କରିବି …. ତା ଝିଅକୁ ଝିଅ ଡାକିବି ।

ଅନେକ ଯାତ୍ରା ଦର୍ଶକଙ୍କ ଇଚ୍ଛା ଆଜି ପୂରଣ ହୋଇଯାଇଛି କହିଲେ ଚଳେ । କାରଣ ବର୍ତ୍ତମାନ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ ଏବଂ ରାଣୀ ପଣ୍ଡାଙ୍କୁ ଏକାଠି ଦେଖିବାକୁ ମିଳିଛି । ସମସ୍ତେ କହୁଥିଲେ ଯେ ରାଣୀ ପଣ୍ଡା ଏବଂ ପୀୟୂଷଙ୍କ ମଧ୍ୟରେ ସମ୍ପର୍କ ଆଦୋୖ ଭଲ ନାହିଁ । କିନ୍ତୁ ତାହାକୁ ଆଜି ଦୁଇଜଣ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି । କାରଣ ପୀୟୂଷଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ଶୁଣି ରାଣୀ ପଣ୍ଡା ତାଙ୍କୁ ଦେଖିବାକୁ ଧାଇଁ ଆସିଛନ୍ତି ଏବଂ ତାଙ୍କ ଘରେ ଆସି ପହଞ୍ଚି ଯାଇଛନ୍ତି । ଏହାକୁ ନେଇ ପୀୟୂଷ ଏବଂ ତାଙ୍କ ପରିବାର ଲୋକେ ସମସ୍ତେ ବେଶ ଖୁସି ହୋଇଛନ୍ତି ।

ଗତ କିଛିଦିନ ତଳେ ଖଣ୍ଡଗିରିରେ ଆସିଥିବା ରାଣୀ ପଣ୍ଡାଙ୍କର ଏକ ଯାତ୍ରା ପରେ ପୀୟୂଷଙ୍କର ଏକ ଯାତ୍ରାରେ ମଧ୍ୟ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଯାହାଦ୍ୱାରା ସମସ୍ତେ କହୁଛନ୍ତି କେ ପୀୟୂଷ ଏବଂ ରାଣୀଙ୍କ ପାଇଁ ହିଁ କୁଆଡ଼େ ଭିଡ଼ ଦେଖିବାକୁ ମିଳୁଛି । ଆଉ ଦର୍ଶକ ଡିମାଣ୍ଡ କରୁଛନ୍ତି ଯେ ଯଦି ପୀୟୂଷ ଏବଂ ରାଣୀ ଏକା ସାଙ୍ଗରେ ଯାତ୍ରାରେ ଆସନ୍ତି ତେବେ ସେହିଦିନ ଗୋଟିଏ ଇତିହାସ ହୋଇଯିବ ।

ତେବେ ତାହା ପୂର୍ବରୁ ରାଣୀ ଆଜି ଯାଇ ପୀୟୂଷଙ୍କ ଘରେ ପହଞ୍ଚି ତାଙ୍କର ଭଲ ମନ୍ଦ ବୁଝିଛନ୍ତି । ରାଣୀ ନିଜେ ମଧ୍ୟ କହିଛନ୍ତି ଯେ ପୀୟୂଷଙ୍କ ସହିତ ତାଙ୍କର ସମ୍ପର୍କ ସବୁବେଳେ ଭଲ ରହି ଆସିଛି । ମଝିରେ ସାଧାରଣ କଥାକୁ ନେଇ କେବଳ ମନ ମାଳିନ୍ୟ ଥିଲା କିନ୍ତୁ ବାସ୍ତବରେ ସେମିତି କିଛି ଗୁରୁତର ନଥିଲା ।

କିନ୍ତୁ ପୀୟୂଷଙ୍କ କଥା କହିଲେ ସେ ରାଣୀ ପଣ୍ଡାଙ୍କୁ ଖୁବ ସମ୍ମାନ କରନ୍ତି ଏବଂ ରାଣୀ ତାଙ୍କର ଜଣେ ଖୁବ ଭଲ ସାଙ୍ଗ ବୋଲି କହନ୍ତି । ଆଉ ତାଙ୍କର ଶରୀର ଅସୁସ୍ଥ ସମୟରେ ରାଣୀ ଆସି ଥିବାରୁ ସେ ବେଶ ଖୁସି ମଧ୍ୟ ଅଛନ୍ତି । ପୀୟୂଷ ଜଣେ ଏପରି ବ୍ୟକ୍ତିତ୍ୱ ଯିଏକି ଆଜି ପର୍ଯ୍ୟନ୍ତ ଅନ୍ୟର ପ୍ରଶଂସା କରି ଆସିଛନ୍ତି କିନ୍ତୁ ନିଜର କରି ନାହାଁନ୍ତି । ଦୁହେଁ କହିଛନ୍ତି ଯେ ବାସ୍ତବରେ ଯାତ୍ରା ଜଗତରେ ଅସଲ ବାଘ କହିଛନ୍ତି ଦୈତାରୀ ପଣ୍ଡାଙ୍କୁ । ଆଉ ନିଜକୁ ସେମାନେ କହିଛନ୍ତି ନୂଆ କଳାକାର ବୋଲି । ବାସ ଦର୍ଶକଙ୍କ ଭଲ ପାଇବା ପାଇଁ ସେମାନେ ଆହୁରି ଭଲ ଅଭିନୟ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *