RRR ଫିଲ୍ମର ରାମ: 13 ଅରବ ମୂଲ୍ୟର ସମ୍ପତ୍ତି, 38 କୋଟି ଟଙ୍କାର ଘର, ଏୟାର ଲାଇନ୍ସ କମ୍ପାନୀ, ଦ୍ୱିତୀୟ ଚଳଚ୍ଚିତ୍ରରୁ ହେଲେ ସୁପରଷ୍ଟାର ।

ଦକ୍ଷିଣ ଭାରତର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ ରାଜାମୌଲିଙ୍କ 550 କୋଟି ଟଙ୍କାର ବଜେଟରେ ନିର୍ମିତ ଚଳଚ୍ଚିତ୍ର ‘RRR’ ପ୍ରଥମ ଦିନରେ 223 କୋଟି ଟଙ୍କା ଆୟ କରି ଭାରତୀୟ ସିନେମାର ସମସ୍ତ ରେ-କ-ର୍ଡ ଭାଙ୍ଗି ଦେଇଛି । ଦକ୍ଷିଣ ଭାରତୀୟ ସିନେମାର ଦୁଇ ପ୍ରସିଦ୍ଧ ତାରକା ଜୁନିଅର ଏନଟିଆର ଏବଂ ରାମ ଚରଣ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଯେ ରାଜାମୌଲିଙ୍କ ‘RRR’ ଚଳଚ୍ଚିତ୍ରର ପ୍ରଥମ ଦିନର ରୋଜଗାର ରାଜାମୌଲିଙ୍କ ପୂର୍ବ ଚଳଚ୍ଚିତ୍ର ‘ବାହୁବଳି’ ଏବଂ ‘ବାହୁବଳି ୨’ର ରେକ-ର୍ଡକୁ ଭାଙ୍ଗି ଦେଇଛି । ଅଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଚଳଚ୍ଚିତ୍ର ଏପରି କାରନାମା କରିପାରି ନାହିଁ ।

ଆପଣ ମାନଙ୍କୁ କହିରଖୁଛୁ କି “RRR” ଚଳଚ୍ଚିତ୍ର ଟି ଦୁଇଜଣ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର କୋମାରାମ ଭୀମ ଙ୍କ ଭୂମିକାରେ ଓ ରାମ ଚରଣ ଅଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଆପଣ ମାନଙ୍କୁ ଏହା ମଧ୍ୟ କହିରଖୁଛୁ କି ରାମ ଚରଣ ୧୪ ବର୍ଷ ବୟସରୁ ସିନେମା ପ୍ରେମୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଏବଂ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ରାମ ଚରଣ ଏକ ଚଳଚ୍ଚିତ୍ର ପରିବାରରୁ ଆସିଛନ୍ତି ଓ ତାଙ୍କ ପିତା ଚିରଞ୍ଜୀବୀ ଦକ୍ଷିଣ ଭାରତୀୟ ସିନେମାର ଜଣେ ସୁପରଷ୍ଟାର । ଏଥିସହିତ ପୱନ କଲ୍ୟାଣ, ଅଲୁ ଅରବିନ୍ଦ, ନାଗେନ୍ଦ୍ର ବାବୁ ତାଙ୍କର ମାମୁଁ ହୋଇଥିବାବେଳେ , ସୁପରଷ୍ଟାର ଆଲୁ ଅର୍ଜୁନ ତାଙ୍କର କଜିନ । ଦକ୍ଷିଣ ଭାରତୀୟ ସିନେମାର ଏକ ବଡ ନାମ ରାମ ୨୭ ମାର୍ଚ୍ଚ ୧୯୮୫ ରେ ଜନ୍ମ ଗ୍ରହଣ କରିଛନ୍ତି ।

ରାମ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ୨୦୦୭ ରେ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଚିରୁଥା’ । ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ଏବଂ ପ୍ରଥମ ଚଳଚ୍ଚିତ୍ର ପାଇଁ ରାମଙ୍କୁ ଫିଲ୍ମଫେୟାର ବେଷ୍ଟ ସାଉଥ ଡେବ୍ୟୁ ଅଭିନେତା ଏବଂ ସ୍ୱତନ୍ତ୍ର ଯୁରିଙ୍କ ଦ୍ୱାରା ନନ୍ଦୀ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ପରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ମଗଧିରା’ ଆସିଥିଲା । ଏହି ଚଳଚ୍ଚିତ୍ର ଟି ୨୦୦୯ ମସିହାରେ ରିଲିଜ ହୋଇଥିଲା ଏବଂ ୧୫୦ କୋଟି ଟଙ୍କା ଆୟ କରିଥିଲା । ଏତେ ରୋଜଗାର ସହିତ ରାମ ଚରଣ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେ-କ-ର୍ଡ କରିଦେଇଥିଲେ । ସେହି ସମୟରେ ଏହି ଚଳଚ୍ଚିତ୍ରଟି ଦକ୍ଷିଣ ଭାରତର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଥିବାବେଳେ ଏହାର ରେ-କ-ର୍ଡ ୨୦୧୩ ମସିହାରେ ରିଲିଜ ‘ଅଟ୍ଟାରିଙ୍କିଟି ଡେରେଡି’ ଦ୍ଭା-ଙ୍ଗି ଦେଇଥିଲା ।

ଅନେକ ଲୋକ ଜାଣିଛନ୍ତି ଯେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରାଣା ଦାଗୁବାତି ଏବଂ ରାମ ଚରଣ ସ୍କୁଲ୍ ବେଳରୁ ବନ୍ଧୁ ଥିଲେ । ଉଭୟେ ନବମ କ୍ଲାସ୍ ପର୍ଯ୍ୟନ୍ତ ଏକାଠି ଅଧ୍ୟୟନ କରିଥିଲେ । ରାଣା ବାହୁବଳିରେ ‘ଭଲାଲ୍ ଦେବ’ ଭୂମିକାରେ ଅଭିନୟ କରିଥିଲେ ।

ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ 2012 ମସିହାରେ ଉପସନା କମିନେନିଙ୍କୁ ବିବାହ କରିଥିଲେ । ଉପାସନା ଆପୋଲୋ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରତାପ ସି ରେଡ୍ଡୀଙ୍କ ନାତୁଣୀ । ରାମ ଚରଣ ଏବଂ ଉପାସନା ଏକାଠି ସ୍କୁଲରେ ଅଧ୍ୟୟନ କରିଥିଲେ ।

ରାମ ତାଙ୍କ ପରିବାର ସହିତ 38 କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଘରେ ରୁହନ୍ତି । ତାଙ୍କ ଘର ହାଇଦ୍ରାବାଦର ଜୁବୁଲି ହିଲ ଅଞ୍ଚଳରେ ଅବସ୍ଥିତ । ତାଙ୍କ ପାଖରେ ଆହୁରି କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି ।

ସୂଚନା ଅନୁସାରେ ରାମଙ୍କ ମୋଟ ସମ୍ପତ୍ତି 1300 କୋଟି ଟଙ୍କା ବୋଲି କୁହାଯାଉଛି । ରାମ ହାଇଦ୍ରାବାଦ ଏୟାରଲାଇନ୍ସ ଟ୍ରୁ ଜେଟର ମାଲିକ ଅଟନ୍ତି । ଏଥି ସହିତ, ସେ ହାଇଦ୍ରାବାଦ ପୋଲୋ ରାଇଡିଂ କ୍ଲବ ନାମକ ଏକ ପୋଲୋ ଦଳର ମଧ୍ୟ ମାଲିକ ମଧ୍ଯ ଅଟନ୍ତି ।

Leave a Reply

Your email address will not be published. Required fields are marked *