ଗର୍ଭବତୀ ସମୟରେ ସ୍ୱାମୀ ପଡିଗଲା ଅନ୍ୟ ମହିଳାଙ୍କ ପ୍ରେମରେ, ଆଉ ତାପରେ ଘଟିଲା ଏମିତି ଘଟଣା….

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ସ୍ତ୍ରୀ ମନରେ ସର୍ବଦା ନିଜ ସମ୍ପର୍କ କୁ ନେଇ ଭୟ ରହିଥାଏ। କାରଣ ଦୁନିଆରେ ଏପରି କୌଣସି ମହିଳା ନାହିଁ ଯିଏକି ନିଜ ସ୍ୱାମୀକୁ ଅନ୍ୟ କୌଣସି ନାରୀ ସହ ଦେଖିଲେ ଚୁପ ରହିବ। ତେବେ ବର୍ତ୍ତମାନ ସମୟରେ ମହିଳା ଜଣକ ସୋସିଆଲ ମିଡ଼ିଆରେ ନିଜର ଅନୁଭୂତି ସେୟାର କରିଛନ୍ତି। ଯାହାକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ମହିଳାଙ୍କ ଅନୁଭୂତି ବିଷୟରେ ଲୋକମାନେ ମଧ୍ୟ ନିଜର ମତ ରଖିଛନ୍ତି।

ସ୍ତ୍ରୀ ଶୁଣେଇଲେ ଅନୁଭୂତି

‘ଦ ସନ’ ରିପୋର୍ଟ ଅନୁସାରେ ପୀଡିତ ମହିଳାଙ୍କ ବୟସ ୩୭ ବର୍ଷ ଏବଂ ପତିର ବୟସ ୩୯ ବର୍ଷ। ଉଭୟଙ୍କର ୩ ବର୍ଷର ଝିଅ ଏବଂ ୫ ମାସର ପୁଅ ଅଛି। ଏହା ହେଉଛି ମହିଳାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ପତ୍ନୀଙ୍କ ବୟସ ୩୮ ବର୍ଷ। ଉଭୟଙ୍କର ମଧ୍ୟ ୨ଟି ସନ୍ତାନ ଅଛି। ତାଙ୍କ ସ୍ୱାମୀ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ପାଇଛନ୍ତି।

ଗର୍ଭବତୀ ସମୟରେ ପତି ପଡିଗଲା ପ୍ରେମରେ

ପୀଡିତ ମହିଳାଙ୍କ କହିବାନୁଯାୟୀ, ସେ ଯେତେବେଳେ ଦ୍ଵିତୀୟ ଥର ପାଇଁ ଗର୍ଭବତୀ ହେଲେ ସେତେବେଳେ ତାଙ୍କର ସ୍ୱାମୀ ପ୍ରଥମ ସ୍ତ୍ରୀଙ୍କ ସଂସ୍ପର୍ଶରେ ପୁଣିଥରେ ଆସିଥିଲେ। ତେବେ ସେମାନେ ନିଜ ସନ୍ତାନକୁ ନେଇ ସର୍ବଦା କଥାବାର୍ତ୍ତା ହୁଅନ୍ତି। କିନ୍ତୁ ଗର୍ଭବତୀ ସମୟରେ ଦୁହେଁ ବହୁତ କ୍ଲୋଜ ହେବାକୁ ଲାଗିଲେ।

ପୁରୁଣା ସ୍ତ୍ରୀ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଛନ୍ତି ସ୍ୱାମୀ

ମହିଳାଙ୍କ କହିବାନୁଯାୟୀ, ସେ ଯେତେବେଳେ ତାଙ୍କ ସ୍ୱାମୀଙ୍କ ମୋବାଇଲ ଚେକ କଲେ ସେତେବେଳେ ସେ ଅନେକ ଗୁଡିଏ ମେସେଜ ଦେଖିବାକୁ ପାଇଲେ। ତେବେ ଏହି ମେସେଜରେ ସେକ୍ସ ବିଷୟରେ କଥା ହୋଇଥିବା ମଧ୍ୟ ଦେଖିବାକୁ ପାଇଲେ ମହିଳା। ତେବେ ପତ୍ନୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀଙ୍କ ହୃଦୟରେ ପ୍ରଥମ ପତ୍ନୀ ପାଇଁ ସର୍ବଦା ଜାଗ ରହିବ। ତେବେ ଯଦି ଦୁହେଁ ଭଲ ବନ୍ଧୁ ହୋଇ ରହିବେ ତେବେ ସେଥିରେ କୌଣସି ଖରାପ ନାହିଁ କିନ୍ତୁ ଛାଡପତ୍ର ଏବଂ ଦ୍ଵିତୀୟ ବିବାହ ପରେ ମଧ୍ୟ ସ୍ୱାମୀ ଶାରୀରିକ ସଂପର୍କ ରଖୁଛନ୍ତି ତେବେ ଦୁହିଁଙ୍କ ସମ୍ପର୍କ ଦୃଢ଼ ହେବାରେ ଲାଗିଛି।

ସ୍ୱାମୀ ଙ୍କୁ ଛାଡିବକୁ ଚାହୁଁ ନାହାଁନ୍ତି ସ୍ତ୍ରୀ

ମହିଳାଙ୍କ କହିବା ଅନୁସାରେ, ସେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ଛାଡିବକୁ ଚାହୁଁ ନାହାଁନ୍ତି। ତେବେ ତାଙ୍କ ସ୍ୱାମୀ ଧୋକା ଦେଉଛନ୍ତି ଜାଣିବା ସତ୍ତ୍ୱେ ସେ ମଧ୍ୟ କିଛି କରି ପାରୁ ନାହାନ୍ତି। କେବଳ ସେତିକି ନୁହେଁ ସେ କଣ କରିବେ ତାହା ମଧ୍ୟ ଜାଣି ପାରୁ ନାହାଁନ୍ତି।

ସୋସିଆଲ ମିଡ଼ିଆରେ ମତ ଦେଲେ ୟୁଜର

ତେବେ ମହିଳା ଜଣକ ନିଜର ଏହି ଅନୁଭୂତି ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଥିଲା। ତେବେ ୟୁଜର ମାନେ ଏହାକୁ ନେଇ ଅନେକ ମତ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ଆପଣଙ୍କ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ପାରୁଛନ୍ତି ମାନେ ସେ ଆପଣଙ୍କୁ ନେଇ କେତେ ଗମ୍ଭୀର ଅଛନ୍ତି ତାହା ଜଣା ପଡୁଛି ତେଣୁ ଏଭଳି ପୁରୁଷ ରହିବା ଅନୁଚିତ।

Leave a Reply

Your email address will not be published. Required fields are marked *