ପ୍ରେମ ପାଇଁ ସବୁ ନାଟ , ଯୁ-ଦ୍ଧ ମଧ୍ୟରେ ୟୁକ୍ରେନରୁ ଭାରତ ପହଞ୍ଚିଲେ ପ୍ରେମିକା

ପ୍ରତିଦିନ କିଛି କିଛି ନୂଆ ଘଟଣା ଏ ଦୁନିଆଁରେ ଘ-ଟୁଅଛି , ଯାହା ବିଷୟରେ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଅଛି । ତେବେ ଏହି ଘ-ଟଣା ଗୁଡିକ ମଧ୍ୟରେ ପ୍ରେମ ମଧ୍ୟ ରହିଅଛି । ପ୍ରେମ ପାଇଁ ସବୁ ନାଟ , ଏଭଳି କଥା ଆପଣ ମାନେ ଶୁଣିଥିବେ ନିଶ୍ଚିତ । କୁହାଯାଏ ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ତେବେ ଏହାକୁ ସତ କରି ଦେଖାଇଛନ୍ତି ଜଣେ ୟୁକ୍ରେନୀୟ ମହିଳା । ନିଜ ପ୍ରେମକୁ ପାଇବା ପାଇଁ ସେ ସୁଦୂର ୟୁକ୍ରେନରୁ ଭାରତକୁ ଚାଲି ଆସିଛନ୍ତି । ତାହା ପୁଣି ଏହି ଯୁ-ଦ୍ଧ ମଝିରେ । ଆପଣ ସମସ୍ତେ ଜାଣିଥିବେ କି ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଅତ୍ୟନ୍ତ ଭ-ୟଙ୍କର ଯୁ-ଦ୍ଧ ଚାଲିଅଛି । ତେବେ ଏହି ଯୁ-ଦ୍ଧ ମଝିରେ ଭାରତରେ ଆସି ପହଞ୍ଚିଛନ୍ତି ।

ତେବେ ଭାରତ ଆସିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଛି । ତଥାପି ସେ କାହାକୁ ଭ-ୟ ନ କରି ଭାରତ ରେ ଆସି ପହଞ୍ଚି ଯାଇଛନ୍ତି । ଏହାବ୍ୟତୀତ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ , ତାଙ୍କୁ କିଛି ବାଟ ପାଦରେ ମଧ୍ୟ ଚାଲିବାକୁ ପଡ଼ିଅଛି । ତେବେ ସମସ୍ତ ସମସ୍ୟାକୁ ଅତିକ୍ରମ କରି ସର୍ବଶେଷରେ ମହିଳା ଜଣକ ଦିଲ୍ଲୀ ଠାରେ ଆସି ପହଞ୍ଚି ଯାଇଛନ୍ତି । ଆଉ ବର୍ତ୍ତମାନ ସମୟରେ ତାଙ୍କର ଦିଲ୍ଲୀ ଠାରେ ପ୍ରେମିକଙ୍କ ସହ ବିବାହ ହେବାକୁ ଯାଉଅଛି । ଆପଣଙ୍କୁ କହିରଖୁଛୁ ଯେ , ଏହି ୟୁକ୍ରେନର ମହିଳାଙ୍କ ନାମ ଏନା ଅଟେ । ସେ ଭାରତର ୩୩ ବର୍ଷୀୟ ଯୁବକ ଅନୁଭବ ଭସିନଙ୍କୁ ଭଲ ପାଉଥିଲେ , ଯିଏ ପେଷାରେ ଜଣେ ଓ-କି-ଲ ଅଟନ୍ତି । ତେବେ ୨୯ ବର୍ଷୀୟା ଏନା ୟୁକ୍ରେନର କିବରୁ ଉଡାଜାହାଜ ମାଧ୍ୟମରେ ଆସି ଭାରତ ପହଞ୍ଚିବା ମାତ୍ରେ ହିଁ ଅନୁଭବ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ଆଉ ଏହି ପ୍ରସ୍ତାବରେ ଏନା ଅତ୍ୟନ୍ତ ଖୁସି ମଧ୍ୟ ଅଛନ୍ତି ।

ଦୁହିଁଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ , ସେମାନଙ୍କର ସାକ୍ଷାତ ଅଢେଇ ବର୍ଷ ପୂର୍ବରୁ ଲକଡାଉନ ସମୟରେ ହୋଇଥିଲା । ଅର୍ଥାତ ସେହି ସମୟରେ ଅନୁଭବ ଏବଂ ଏନା ଭାରତରେ ବୁଲୁଥିଲେ । ସେହି ସମୟରେ ଏନା ଏକ ଆଇଟି କମ୍ପାନୀରେ କାମ କରୁଥିଲେ ଏବଂ ଘରର ମେକଅପ କାମ କରୁଥିଲେ । ତେବେ ଏହି ସମୟ ମଧ୍ୟରେ କରୋନା କ-ଟକ-ଣାକୁ ଦୃଷ୍ଟିରେ ରଖି ଲକଡାଉନ ହୋଇଗଲା ଏବଂ ଏନା ଆଉ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରି ପାରିଲେ ନାହିଁ । ତେଣୁ ସେ ଏହି ସମୟରେ ଅନୁଭବଙ୍କ ଘରେ ରହିଲେ । ଆଉ ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଆହୁରି ନିକଟତରତା ବଢ଼ିଗଲା ।

ତେବେ ଦ୍ଵିତୀୟ ଲହର ଆସିଥିବା ସମୟରେ ଲକଡାଉନ ପୁଣିଥରେ ହୋଇଗଲା । କିନ୍ତୁ ତାପରେ ଅନୁଭବ ଏବଂ ଏନା ସମ୍ପର୍କରେ ରହିଥିଲେ । ଏବଂ ଏନାଙ୍କୁ ଦେଖା କରିବାପାଇଁ ଅନୁଭବ ୟୁକ୍ରେନ ଯିବା ସହ ଏନା ମଧ୍ୟ ଭାରତ ଆସିଥିଲେ। ପରେ ଉଭୟେ ଦୁବାଇରେ ମଧ୍ୟ ଦେଖା ହୋଇଥିଲେ । ତେବେ ଏ ସବୁ ମଧ୍ୟରେ ଗତବର୍ଷ ଡିସେମ୍ବର ମାସରେ ଏନା ଭାରତ ଆସି ବାହାଘର ପ୍ରସ୍ତାବ ଦେଇଥିଲେ ଏବଂ ଅନୁଭବଙ୍କ ପରିବାର ଲୋକଙ୍କ ସହ ଭେଟି ୟୁକ୍ରେନକୁ ଫେରି ଯାଇଥିଲେ । ତେବେ ସବୁ ଯୋଜନା ଅନୁଯାୟୀ ଚାଲୁଥିବା ବେଳେ ୨୪ ଫେବୃଆରୀରେ ସବୁ ଓଲଟା ପାଲଟା ହୋଇଗଲା । ଯୁ-ଦ୍ଧ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏନା ନିଷ୍ପତ୍ତି ନେଲେ ପୋଲାଣ୍ଡ ଯିବା ପାଇଁ ।

ତାପରେ ସେ କିଛି ଆବଶ୍ୟକ ସାମଗ୍ରୀକୁ ନେଇଥିଲେ ଆଉ ଷ୍ଟେ-ସ-ନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଗାଡି ଖୋଜିଥିଲେ । ତାପରେ ସେ ସେଠାରେ ତାଙ୍କ ମାଆ ଏବଂ କୁକୁରକୁ ତାଙ୍କ ଅଜାଙ୍କ ଘରେ ଛାଡ଼ି ଦେଇଥିଲେ । ତାପରେ ସେ ଲିଭିଭ୍ ଯିବାପାଇଁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନର ଅପେକ୍ଷା କଲେ । ଏହା ୟୁକ୍ରେନର ପଶ୍ଚିମରେ ଅବସ୍ଥିତ ଏବଂ ପୋ-ଲି-ଶ ସୀମାରେ ପାଖାପାଖିରେ ରହିଛି । ତେବେ ଲିଭିଭ ରେ ସେ ରାତି ସାରା ରହିବା ପରେ ୨୮ ତାରିଖରେ ପୋଲାଣ୍ଡ ଯିବାପାଇଁ ବସ ଖୋଜିଥିଲେ ।

କିନ୍ତୁ ଜାଣିବାକୁ ପାଇଥିଲେ କି , ସୀମା ପାର୍ କରିବାପାଇଁ ୨୪ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଅଛି । ତେଣୁ ସେ ସ୍ଲୋଭାକିୟା ଗଲେ ଏବଂ ଅଧା ରାତିରେ ପହଞ୍ଚିଲେ ଏବଂ କିଛି ବାଟ ଚାଲି ସୀମା ପାର୍ କଲେ । ସ୍ଲୋଭାକିୟା ପହଞ୍ଚିବା ପରେ ସେ ପୋଲାଣ୍ଡର କାକୋଭ ପର୍ଯ୍ୟନ୍ତ ଏକ ଛୋଟ ବସରେ ପହଞ୍ଚିଥିଲେ । ତାପରେ ସେ ସେଠାରେ ନିଜ ସାଙ୍ଗ ମାନଙ୍କ ବ୍ୟବସ୍ଥାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥିଲେ ଏବଂ ଭିସା ପାଇଁ ଆବେଦନ କରିଥିଲେ । ଆଉ ଭିସା ମିଳିବା ମାତ୍ରେ ସେ ଭାରତରେ ଆସି ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *