ଗରମ ଅସହ୍ୟ ହେଉଛି? ଏସି କିଣିବାକୁ ପଇସା ନାହିଁ ! ଏସି ନକିଣିବି ଏମିତି କରି ପାରିବେ ବ୍ୟବହାର :-

ହୋଲି ସହିତ ଗ୍ରୀଷ୍ମ ଋତୁ ମଧ୍ୟ ଆସି ପହଞ୍ଚି ଯାଇଛି । ଗ୍ରୀଷ୍ମ ସହିତ ଏସି ର ଡିମାଣ୍ଡ ମଧ୍ୟ ବଢ଼ିବାରେ ଲାଗିଛି । ଗରମ ମାସରେ ଲୋକେ ଏସି କିଣିବାକୁ ଇଚ୍ଛା ପ୍ରକାଶ ତ କରନ୍ତି କିନ୍ତୁ ଖର୍ଚ୍ଚକୁ ଦେଖି ନିଜକୁ ରୋକି ନିଅନ୍ତି । ତେଣୁ ଏପରି ପରିସ୍ଥିତି ରେ ଆପଣଙ୍କୁ ଚିନ୍ତା କରିବାର ଆଦୌ ଆବଶ୍ୟକତା ନାହିଁ ।ଆମେ ଆପଣଙ୍କୁ କିଛି ଏପରି ଉପାୟ ସମ୍ବନ୍ଧରେ କହିବୁ ଯାହାକୁ ଆପଣାଇ ଆପଣ ଏସି ର ଆନନ୍ଦ ଉଠାଇ ପାରିବେ ।

କମ ବଜେଟ ରେ କିଣନ୍ତୁ ଏସି :-

ଟଙ୍କା ବଞ୍ଚାଇବାର ଏକମାତ୍ର ଉପାୟ ଏହା ଯେ ଆପଣ ଭଡ଼ା ରେ ଏସି ନିଅନ୍ତୁ । ଅନେକ ଅନଲାଇନ ପ୍ଲାଟଫର୍ମ ଜରିଆରେ ଆପଣ ଏସି ଭଡ଼ାରେ ନେବାକୁ ଆବେଦନ କରି ପାରିବେ । ଭଡ଼ା ରେ ଏସି ନେବାର ଲାଭ ଏହା ଯେ ଆପଣଙ୍କୁ ଏଥିପାଇଁ କୌଣସି ମେଣ୍ଟେନାନ୍ସ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

କେବଳ ଏହି ସହରର ଲୋକେ ଏହାର ଲାଭ ଉଠାଇ ପାରିବେ :-

ଆପଣଙ୍କୁ କହି ରଖୁଛୁ ଯେ କୌଣସି ଅନଲାଇନ ରେଣ୍ଟଲ ସାଇଟ ରେ ଏସି ନେବା ପୂର୍ବରୁ ତାହାର ସମସ୍ତ ଟର୍ମସ ୱା ଏବଂ କଣ୍ଡିସନ କୁ ନିଶ୍ଚିତ ଭାବରେ ପଢ଼ି ନିଅନ୍ତୁ । ଏହାବ୍ୟତୀତ ପଇସା ଦେବା ପୂର୍ବରୁ ନିଜର କୌଣସି ବି ସନ୍ଦେହ ଥିଲେ କଷ୍ଟମର ସପୋର୍ଟ କୁ କଲ କରି ନିଶ୍ଚିତ କରି ନିଅନ୍ତୁ । ୱେବସାଇଟ ର ଅଥୋରିଟି ଙ୍କୁ ନିଶ୍ଚିତ ଭେରିଫାଏ କରି ନିଅନ୍ତୁ । ଜାଣି ରଖନ୍ତୁ ଯେ ଆପଣ ଦିଲ୍ଲୀ , ମୁମ୍ବାଇ , ନୋଏଡ଼ା , ଗୂଡ଼ଗାଓଁ , ଚେନ୍ନାଇ , ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଭଳି ସହର ମାନଙ୍କରେ ହିଁ ଆପଣ ଏସି ଭଡ଼ାରେ ନେଇ ପାରିବେ ।

ରେଣ୍ଟମୋଜୋ ୧୫୦୦ ଟଙ୍କା ଇନଷ୍ଟଲେସନ ଚାର୍ଜ ନେଇଥାଏ :-

ରେଣ୍ଟମୋଜୋ ଏକ ଅନଲାଇନ ପ୍ଲାଟଫର୍ମ ଯାହାକି ଏଣ୍ଡ୍ରୋୟଡ଼ , ଆଇଓଏସ ଏବଂ ୱେବ ରେ ମଧ୍ୟ ଉପଲବ୍ଧ ଅଛି । ଏଥିରେ ଆପଣ ଦିଲ୍ଲୀ , ମୁମ୍ବାଇ , ନୋଏଡ଼ା , ଗୂଡ଼ଗାଓଁ , ଚେନ୍ନାଇ , ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଭଳି ସହରରେ ରେଣ୍ଟଲ ସେବା ନେଇ ପାରିବେ । ଏସି ର ରେଣ୍ଟ ଆପଣ କେତେ ସମୟ ପାଇଁ ଭଡ଼ାରେ ନେବାକୁ ଯୋଜନା କରୁଛନ୍ତି ତାହା ଉପରେ ନିର୍ଭର କରେ ।ରେଣ୍ଟମୋଜୋ ଫ୍ରି ରିଲୋକେସନ ଏବଂ ଅପଗ୍ରେଡ ର ସୁବିଧା ପ୍ରଦାନ କରିଥାଏ । ଏହାର ଲାଇନଅପ ପ୍ରତିମାସ ୧,୩୯୯ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୧ ଟନ ସ୍ପ୍ଲିଟ ଏୟାର କଣ୍ଡିସନର ଭଡ଼ାରେ ନେବାକୁ ଆପଣଙ୍କୁ ୧,୯୪୯ ଟଙ୍କାର ସିକ୍ୟୁରୀଟି ଡିପୋଜିଟ କରିବାକୁ ହୋଇଥାଏ ଯାହା ପୁଣିଥରେ ଫେରସ୍ତ ମିଳିଯାଏ । ରେଣ୍ଟମୋଜୋ ଇନଷ୍ଟଲେସନ ଚାର୍ଜ ରୂପେ ୧,୫୦୦ ଟଙ୍କା ନେଇଥାଏ , ଯେଉଁଥିରେ ଆଇଟମ ପାଇଁ ପାଣି ପାଇପ ସାମିଲ ଅଛି ।

ସିଟିଫର୍ନିଶ ରୁ ବି ସହଜରେ ନେଇ ପାରିବେ ଏସି :-

ସିଟିଫର୍ନିଶ ଗରମ ସମୟରେ AC ଆବଶ୍ୟକତାକୁ ଦୂର କରିବା ପାଇଁ ଅନ୍ୟ ଏକ ସେବା ଅଟେ । ଯଦି ଆପଣ ୧ ଟନ ର ୱିଣ୍ଡୋ ଏସି ଭଡ଼ାରେ ନେବାକୁ ଚାହୁଁଛନ୍ତି ତେବେ ସିଟିଫର୍ନିଶ ଆପଣଙ୍କ ଠାରୁ ୧,୦୬୯ ପ୍ରତିମାସ ଚାର୍ଜ କରିଥାଏ , ଯେଉଁଥିରେ ୧,୦୦୦ ଟଙ୍କା ଇନଷ୍ଟଲେସନ ଚାର୍ଜ ଶୁଳ୍କ ଏବଂ ୨,୭୪୯ ଟଙ୍କା ସିକ୍ୟୁରୀଟି ଡିପୋଜିଟ ଜମା ରାଶି ମଧ୍ୟ ସାମିଲ ହୋଇଥାଏ । ଯେଉଁଠି ୧ ଟନ ସ୍ପ୍ଲିଟ ଏସି ର ଭଡ଼ା ୧,୨୪୯ ଟଙ୍କା ପ୍ରତିମାସ , ଏସି କୁ ଇନଷ୍ଟଲ କରିବା ପାଇଁ ୧,୫୦୦ ଟଙ୍କା ଏବଂ ସିକ୍ୟୁରୀଟି ଡିପୋଜିଟ ୨,୭୯୯ ଅଟେ ।

Leave a Reply

Your email address will not be published. Required fields are marked *