ଋଷ ଏବଂ ୟୁକ୍ରେନର ବିବାଦ ମଧ୍ୟରେ ଝିଅ ଠାରୁ ଅଲଗା ହେଲା ବେଳେ କାନ୍ଦିଲେ ପିତା

ଦେଶ ଦେଶ ମଧ୍ୟରେ କୌଣସି ନା କୌଣସି କାରଣରୁ ବିବାଦ ଚାଲିବା କଥା ଆପଣ ମାନେ ସମସ୍ତେ ଜାଣିଥିବେ । ବିଶେଷ କରି ଟିକିଏ ଜାଗା ପାଇଁ ସବୁ ସମୟରେ ବିବାଦ ଚାଲିଥାଏ । ଆଉ ଦେଶ ପରସ୍ପରର ମୁହାଁମୁହିଁ ହୋଇଥାନ୍ତି । ତେବେ ଏ ସବୁ ମଧ୍ୟରେ ବଳି ପଡିଯାଇଥାନ୍ତି ନିରୀହ ଲୋକମାନେ । ହଜାର ହଜାର ନିରୀହ ଲୋକମାନଙ୍କର ଜୀବନ ବିନା କାରଣରେ ଚାଲି ଯାଇଥାଏ । କେତେବେଳେ ନିଜ ମା ବାପା ଠାରୁ ଅଲଗା ହୋଇ ପିଲା କାନ୍ଦୁଥାଏ ତ ଆଉ କେତେବେଳେ ପିଲା ଠାରୁ ଅଲଗା ହୋଇ ମା ବାପା କାନ୍ଦିଥାନ୍ତି । ତେବେ ୟୁକ୍ରେନରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଅଛି । ନିଜ ଝିଅ ଠାରୁ ଅଲଗା ହେବା ବେଳେ ପିତା ବହୁ ଜୋରରେ କାନ୍ଦିବାରେ ଲାଗିଛନ୍ତି ।

ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଛି । ସେଠାକାର ମାହୋଲ ସମ୍ପୂର୍ଣ୍ଣ ଭାବରେ ଗରମ ରହିଅଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା ପର ଠାରୁ ଋଷର ସେନାବାହିନୀ ବହୁ ଜୋରରେ ଆକ୍ରମଣ କରିବାରେ ଲାଗି ପଡିଛନ୍ତି । ୟୁକ୍ରେନ ସହରକୁ ଋଷର ସେନା ମାନେ ଲକ୍ଷ୍ୟ ଭେଦ କରିଛନ୍ତି । ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିବାପାଇଁ ଋଷ ଶପଥ ନେଇଛି । ତେବେ ଫେବୃଆରୀ ୨୪ ତାରିଖ ଯୁଦ୍ଧ ପୂର୍ବର କେତେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରୁ ଆଉ ଏକ ଭାବପ୍ରବଣ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଯାହାକୁ ଦେଖିବା ପରେ ଆପଣ ମଧ୍ୟ କାନ୍ଦି ପକାଇବେ ।

https://twitter.com/lil_whind/status/1496887403004444674?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1496887403004444674%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Frussia-ukraine-war-father-cries-bitterly-while-saying-goodbye-to-daughter%2F1108271

ଯୁଦ୍ଧରେ ବହୁ ଲୋକଙ୍କର ଜୀବନ ଯାଇପାରେ ବୋଲି ଆପଣ ସମସ୍ତେ ଜାଣିଥିବେ । ଏହା ଏକ ବିନାଶକାରୀ ପ୍ରକ୍ରିୟା ଅଟେ ।ଏଥିରେ କାହାର କଣ ହୋଇଯିବ , ସେ କଥା କହି ହେବ ନାହିଁ । ନିଜର ଆଉ ନିଜ ପରିବାରର ସଦସ୍ୟ ମାନଙ୍କର ଜୀବନ ବଞ୍ଚାଇବା ସବୁଠାରୁ କଷ୍ଟକର କାମ ଅଟେ । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଯେ , ବସ୍ ମଧ୍ୟରେ ପିତା ଜଣକ ନିଜ ଝିଅକୁ ବିଦାୟ ଦେଉଛନ୍ତି । ଆଉ ଏହି ସମୟ ମଧ୍ୟରେ ବାପା ଝିଅ ଦୁଇ ଜଣ ବହୁତ ଜୋରରେ କାନ୍ଦୁଛନ୍ତି । ତେବେ ଟ୍ୱିଟରରେ ଏହି ଭିଡିଓକୁ ଲିଲ ଇହିଣ୍ଡ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଯାହାକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଭାବପ୍ରବଣ ଭିଡ଼ିଓ ଦେଖି ଆପଣ ମଧ୍ୟ କାନ୍ଦି ପକାଇବେ:-

ତେବେ ସେୟାର କରାଯାଇଥିବା ଏହି ଭିଡ଼ିଓର କ୍ୟାପସନରେ ଲେଖାଯାଇଛି ଯେ , ୟୁକ୍ରେନର ଜଣେ ପିତା ନିଜ ଝିଅକୁ ବିଦାୟ ଦେଇ ଋଷ ସହିତ ଲଢ଼ିବାକୁ ଯାଉଛନ୍ତି । ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ଦୁଃଖଦାୟକ କମେଣ୍ଟ କରୁଛନ୍ତି । ତେବେ ଏହି ଭିଡ଼ିଓରେ ଜଣେ ୟୁଜର ଲେଖିଛନ୍ତି କି , ଏହି ପିତାଙ୍କୁ ଭଗବାନ ରକ୍ଷା କରନ୍ତୁ । ଆଉ ଜଣେ ୟୁଜର ଲେଖିଛନ୍ତି କି , ଭଗବାନ ଏହି ବ୍ୟକ୍ତିଙ୍କୁ ଖୁବଶୀଘ୍ର ନିଜ ପରିବାର ସହ ଭେଟ କରାଇ ଦିଅନ୍ତୁ । ଆଉ ଜଣେ ଲେଖିଛନ୍ତି ଯେ , ଏହା ବାସ୍ତବରେ ହୃଦୟ ଥରାଇ ଦେବା ଭଳି ଘଟଣା ଅଟେ । ତେବେ ଅନେକ ଲୋକ ଏହି ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିବାର ଦେଖିବାକୁ ମିଳିଅଛି । ଯାହା ଅତ୍ୟନ୍ତ ଦୁଃଖଦାୟକ ଅଟେ ।

Leave a Reply

Your email address will not be published. Required fields are marked *