ଧରା ପଡିଗଲା ସ୍ତ୍ରୀର ଚୋରା ପୀରତି:- ମନ୍ଦିର ଯାଉଛି କହି ପ୍ରେମିକ ସହ ଚାଲିଥିଲା ପ୍ରେମଳାପ, ଧରା ପଡିଲା ପରେ କଣ ହେଲା… ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋକା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଏକୁଟିଆ ଛାଡି ଯାଇ ପ୍ରେମିକ ସହ ଚାଲି ଯାଇଛି ସ୍ତ୍ରୀ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ତେବେ ଏହିଭଳି କିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ବିବାହିତା ସ୍ତ୍ରୀ ସାବିତ୍ରୀ ଅମାବାସ୍ୟା ଦିନ ମନ୍ଦିର ଯାଉଛି କହି ପ୍ରେମିକ ସହ କରୁଥିଲା ପ୍ରେମ ପୀରତି। ଗାଁ ଲୋକଙ୍କ ହାତରେ ଧରା ପଡିବା ପରେ ନିର୍ଧୂମ ମା-ଡ଼ ଖାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ନୀଳଗିଳି ଥାନା ଅଧିନ କେପିଲାଖରାଜ ପଞ୍ଚାୟତର ମର୍ଦ୍ଦରାଜପୁର ଗ୍ରାମର ଜଣେ ବିବାହିତ ଯୁବକ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡି ଯାଇଥିଲେ। ଯୁବକ ଜଣକ ମହିଳାଙ୍କୁ ମନ୍ଦିର ଯିବା ସମୟରେ ଭେଟି ତାଙ୍କ ସହ ବନ୍ଧୁତା ବାନ୍ଧିଥିଲେ ଏବଂ ଏହାପରେ ପ୍ରେମର ସଂପର୍କ ସ୍ଥାପନ କରିଥିଲେ। ମହିଳା ଜଣକ ବିବାହିତା ହୋଇଥିଲେ ମଧ୍ୟ ଯୁବକଙ୍କୁ ପ୍ରେମ କରି ବସିଲେ।

ଅନେକ ଦିନ ଧରି ଚାଲିଥିବା ତାଙ୍କର ଏହି ଚୋରା ପ୍ରେମ ପୀରତି କାହା ନଜରକୁ ଆସି ନଥିଲା। ତେବେ ଗତ କାଲି ସାବିତ୍ରୀ ଅମାବାସ୍ୟା ଦିନ ଦୁହିଁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କ ସାମ୍ନାକୁ ଆସିଗଲା। ମହିଳା ଜଣକ ସାବିତ୍ରୀ ଓଷା ରଖିଛନ୍ତି ଏବଂ ପୂଜା କରିବା ପାଇଁ ମନ୍ଦିର ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ମନ୍ଦିର ନ ଯାଇ ପ୍ରେମିକ ସହ ପ୍ରେମାଳପ କରୁଥିଲେ। ତେବେ ଏ ବିଷୟରେ ସ୍ୱାମୀ ଜାଣିବା ପରେ ଗାଁ ଲୋକଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ଆସି ପହଞ୍ଚି ଥିଲେ।

ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଅସଂଜତ ଅବସ୍ଥାରେ ଦେଖି ସ୍ୱାମୀ କ୍ରୋଧିତ ହୋଇ ପଡିଲେ ଏବଂ ଉଭୟ ସ୍ତ୍ରୀ ଓ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୂମ ପି-ଟି-ଲେ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ସାବିତ୍ରୀ ଅମାବାସ୍ୟାରେ ମହିଳାଙ୍କ ଏପରି ଆଚରଣ ସମାଜକୁ କଳୁଷିତ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *