ନବ ବିବାହିତା ଝିଅକୁ ନି-ର୍ଯାତନା ଦେଇ ହ-ତ୍ୟା କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ବାପା ମା’ :-

ସମୟ ବଦଳୁଛି ଆଉ ଲୋକଙ୍କ ଚିନ୍ତାଧାରା ବି ବଦଳୁଛି । ତଥାପି ଦୁନିଆର କିଛି କୁତ୍ସିତ ମଣିଷ ଏବେବି ଅଛନ୍ତି ଯେଉଁମାନେ ନିଜକୁ ବଦଳାଇ ପାରି ନାହାଁନ୍ତି । ବିବାହ ଏକ ପବିତ୍ର ସମ୍ପର୍କ , ମାତ୍ର ଏଥିରେ ଯୌ-ତୁକ ପରମ୍ପରା ରହିବା ଆଦୌ ଉଚିତ ନୁହେଁ
। ବର୍ତ୍ତମାନ ସୁଦ୍ଧାବି ଅନେକ ନିରୀହ ଜୀବନ ଏଇ ଯୌତୁକ ନିର୍ଯା-ତନା କାରଣରୁ ଚାଲି ଯାଉଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ନବବିବାହିତା ଝିଅକୁ ଯୌ-ତୁକ ନିର୍ଯାତନା ଦେଇ ଶାଶୁ ଘର ଲୋକେ ହ-ତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଭଦ୍ରକ ତିହିଡ଼ି ଅଞ୍ଚଳର ପ୍ରଭାବତୀ ନାୟକ ସରକତରା ଅଞ୍ଚଳର ଜଣେ ଯୁବକଙ୍କ ସହିତ ନିଜ ଝିଅର ବିବାହ କରାଇଥିଲେ । କିନ୍ତୁ ବିବାହର ମାତ୍ର ମାସେ ଭିତରେ ଝିଅର ମୃ-ତ୍ୟୁ ହୋଇଛି । ଶାଶୁଘର ଲୋକେ ଝିଅ ଆ-ତ୍ମ-ହତ୍ୟା କରିଥିବା କହିଛନ୍ତି । କିନ୍ତୁ ଏହାକୁ ବାପା ମା ହ-ତ୍ୟା ଅଭିଯୋଗ ଆଣିଛନ୍ତି ଏବଂ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ଗତ ମାସ ଯୁବତୀଙ୍କର ବିବାହ ମେଟ୍ରିମୋନିଆଲ ସାଇଟ ଜରିଆରେ ଠିକ ହୋଇଥିଲା । ପୁଅ ଝିଅ ଉଭୟ କଥା ମଧ୍ୟ ହୋଇଥିଲେ । ପରେ ଯୁବତୀ ବିବାହ ପାଇଁ ରାଜି ହୋଇଥିଲେ ଏବଂ ନିଜ ବାପା ମା ଙ୍କୁ ସେହିଠାରେ ବିବାହ କରିବେ ବୋଲି କହିଥିଲେ । ବିବାହବି ସରିଲା । ଘର ଆସବାବପତ୍ର ବାବଦକୁ ବାପଘର ଲୋକେ ଚାଲି ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ପରେ ଝିଅଠାରୁ ଜଣା ପଡ଼ିଥିଲା ଯେ ଶାଶୁ ଘର ଲୋକେ ଆହୁରି ଅଧିକ ଯୌତୁକ ଦାବି କରୁଛନ୍ତି ।

ତେବେ ଯୁବତୀଙ୍କ ବାପା ମାଙ୍କ ଅଭିଯୋଗ ଅନୁଯାୟୀ ଚତୁର୍ଥୀ ଠାରୁ ହିଁ ଝିଅ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ଅନେକ ଥର ଝିଅ ଘରକୁ କଲ କରି ନିଜ ଉପରେ ହେଉଥିବା ନିର୍ଯାତନା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏମିତିକି ମଝିରେ ମଝିରେ ଯୁବତୀଙ୍କ ମା ଝିଅର ଶାଶୁଘର ଲୋକଙ୍କୁ କଲ କରି ସମସ୍ୟା ବିଷୟରେ ପଚାରିଥିଲେ । ମାତ୍ର ଯୁବତୀଙ୍କ ଶାଶୁ ସେସବୁ ସ୍ୱାମୀ ସ୍ତ୍ରୀ ଭିତରେ ମାମଲା କହି କଥାକୁ ଟାଳି ଦେଇଥିଲେ । ଯୁବତୀଙ୍କୁ ଫୋର ହ୍ବିଲର ମଧ୍ୟ ମାଗିଥିଲେ ଶାଶୁଘର ଲୋକେ ।

 

ଆଉ ଗତ ୨୯ ତାରିଖରେ ବି ଝିଅ ଘରକୁ କଲ କରି ତାକୁ ଶାଶୁ ଘର ଲୋକେ ମାରିଦେବେ ବୋଲି କହିଥିଲା । ମାତ୍ର ସନ୍ଧ୍ୟା ୪ ସମୟରେ ଝିଅର ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କୁ ମିଳିଥିଲା । ଯୁବତୀଙ୍କ ବାପା ମା ଙ୍କ କହିବା ଅନୁଯାୟୀ ଯୁବତୀ କେବେବି ଏପରି ପଦକ୍ଷେପ ନେଇନଥିବା କହିଛନ୍ତି ବରଂ ତାଙ୍କ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *