ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଦୁର୍ଘ-ଟଣା ପର ଦିନର ଦୃଶ୍ୟ, ଦେଖନ୍ତୁ ଟ୍ରେନ ଭିତରୁ କିପରି ଚୋରି କରୁଥିଲେ ଲୋକେ….

କୁହାଯାଏ ମଣିଷପଣିଆ ଆଜି ବି ବଞ୍ଚିଛି ଆଉ ଏହି କଥା ପୁରାପୁରି ସତ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ରେଳ ଦୁର୍ଘଟଣା ଘଟିଥିବା ବାହାନଗା ବଜାରର ସ୍ଥାନୀୟ ଲୋକ ମାନେ । ସେମାନେ ଯେପରି ବିପଦ ସମୟରେ ଦେବଦୂତ ସାଜି ଆସିଥିଲେ ଆଉ ସାଙ୍ଗେ ସାଙ୍ଗେ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ଆଗେଇ ଆସିଥିଲେ । ଆଉ ଲୋକ ମାନଙ୍କ ପାଇଁ ଖାଇବା ପିଇବା ମଧ୍ୟ ଭୁଲି ଯାଇଥିଲେ । ଅନ୍ୟ ପକ୍ଷରେ କହିବାକୁ ଗଲେ , ଆଜି ବି ଏ ଦୁନିଆଁରେ ଅମଣିଷ ମାନେ ବଞ୍ଚିଛନ୍ତି । ଆଉ ଏହି କଥାର ପ୍ରମାଣ ଦୁର୍ଘଟଣା ପର ଦିନ ହିଁ ହୋଇ ଯାଇଥିଲା ।

ଗୋଟିଏ ପଟରେ ଟ୍ରେନ ଭିତରେ ଲୋକଙ୍କ ଆତୁର ଚିତ୍କାର ଆଉ ଗୋଟିଏ ପଟେ ଉଦ୍ଧାରକାରୀ ଦଳର କଠିନ ପ୍ରୟାସ । ସମସ୍ତେ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ ଜାରି ରଖିଥିବା ବେଳେ ଆଉ କିଛି ସ୍ଥାନୀୟ ଲୋକଙ୍କ ସହାୟତା ଜାରି ରହିଥିଲା ।

ଲୋକେ ସତେ ଯେମିତି ଜୀବନକୁ ପାଣି ଛଡାଇ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ଆଉ ସେମାନେ ଭାବୁଥିଲେ କି , ଆଜି ଯେମିତି ହେଉ ପଛକେ ଲୋକଙ୍କୁ ଉଦ୍ଧାର କରି ଯଥାଶୀଘ୍ର ହସ୍ପିଟାଲ ପଠାଇବା ।ଅନ୍ୟ ପକ୍ଷରେ ଆଉ କିଛି ଲୋକଙ୍କ ଏପରି ଅମାନୁଷିକ ହରକତ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଦେଖିବା ପରେ ଆପଣ ସତରେ ବିଶ୍ୱାସ କରିପାରିବେ ନାହିଁ । ସେମାନଙ୍କୁ ଦେଖିବା ପରେ ଆପଣ ଗୋଟିଏ କଥା ଭାବିବେ , କି ମଣିଷ ଏମାନେ , ସତରେ କଣ ଏମାନଙ୍କ ମଧ୍ୟରେ ମଣିଷପଣିଆ ଟିକିଏ ମଧ୍ୟ ନାହିଁ । ତେବେ ଭିଡିଓଟି ହେଉଛି ଜୁନ ୩ ତାରିଖର ଯେଉଁଦିନ ଚାରିଆଡ଼େ ଲୋକ ଭିଡ ଥିଲେ ଆଉ ଉଦ୍ଧାର କରୁଥିବା ଟିମ୍ ପୁରା ଲାଗି ପଡ଼ିଥିଲେ । ସେହି ସମୟରେ ପଛ ଆଡ଼ୁ ଆସି କିଛି ଲୋକ ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ଆଉ ସଫଳ ମଧ୍ୟ ହୋଇଥିଲେ ।

ସେମାନେ ପଛ ପଟୁ ଆସି ଟ୍ରେନ ଭିତରକୁ ପ୍ରବେଶ କରିଥିଲେ ଆଉ ଯାହା ପାଇଥିଲେ ତାକୁ ଉଠାଇ ନେଇ ଚାଲି ଯାଇଥିଲେ । ଏମିତିକି ଲୋକଙ୍କ ବ୍ୟାଗ୍ ପତ୍ରକୁ ମଧ୍ୟ ଛାଡି ନଥିଲେ । ସେମାନେ ବ୍ୟାଗ୍ ଖୋଲି ତା ଭିତରେ ରହିଥିବା ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକୁ ବାହାର କରି ନେଇଥିଲେ ।

ଏପରିକି ସେମାନେ ମୋବାଇଲ ଫୋନ୍ , ଆଉ ଲୋକଙ୍କ ଦେହରୁ ସୁନା ଗହଣା ମଧ୍ୟ ବାହାର କରି ନେଇଥିଲେ । କିଛି ଲୋକଙ୍କୁ ଏପରି ବି କାମ କରିବାର ଦେଖା ଯାଇଛି , ଯାହା ମଣିଷ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ । ତେବେ ଦେଖିବାକୁ ମିଳିଥିଲା , ଲୋକ ମାନେ ପାର୍ଶଲ୍ ପେଟି ଗୁଡ଼ିକୁ ଉଠାଇ ଥିଲେ । ଯେଉଁ ପେଟି ଗୁଡ଼ିକ ଟ୍ରେନ ଯୋଗେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ ।

ସେମାନେ ସେହି ପାର୍ଷଲ୍ ଗୁଡ଼ିକୁ ଖୋଲି ସେଥି ମଧ୍ୟରେ ଥିବା ପୋଷାକ ଗୁଡ଼ିକୁ ଟ୍ରାଏଲ କରିଥିଲେ ଆଉ ଯାହା ସବୁ ଭଲ ଲାଗିଥିଲା ସେଗୁଡିକୁ ଟେକି ନେଇ ଯାଇଥିଲେ । ଏପରିକି ଆହୁରି ମଧ୍ୟ ଦେଖା ଯାଇଥିଲା , ଲୋକେ ପେଟି ଗୁଡ଼ିକୁ ଟେକି ଦୌଡ଼ି ପଳାଉ ଥିଲେ । ତେବେ ବର୍ତ୍ତମାନ ସମୟରେ ଏପରି ଦୃଶ୍ୟକୁ ଅତ୍ୟନ୍ତ ନିନ୍ଦା କରାଯାଇଛି । ଆଉ ଲୋକ ମାନେ ଛି ଛି କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *