ସାଙ୍ଗ ନାମରେ କଳଙ୍କ, ବାନ୍ଧବି ହୋଇ ଶାଢ଼ୀ ପିନ୍ଧୁଥିବା ବେଳେ ଉଲ-ଗ୍ନ ଭିଡ଼ିଓ କଲା ଭାଇରଲ…..

ଆଜିକାଲି କାହା ସହିତ ବି ସମ୍ପର୍କ ରଖିବା ପୂର୍ବରୁ ହଜାରେ ଥର ଚିନ୍ତା କରିବା ଉଚିତ । କାରଣ ସବୁଠି କୁହାଯାଏ ଯେ ବନ୍ଧୁ ସମ୍ପର୍କ ଖୁବ ନିଃସ୍ୱାର୍ଥପର ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ କାହାସହିତ ବନ୍ଧୁତା କରିବା ଆଗରୁ ହଜାରେ ଥର ନିଶ୍ଚୟ ଭାବିବେ । ସାଙ୍ଗ ହୋଇ କିଭଳି ଜଣେ ଯୁବତୀ ନିଜ ସାଙ୍ଗର ଉଲଗ୍ନ ଭିଡ଼ିଓକୁ ଭାଇରଲ କରିବାକୁ ଧମକ ଦେଇଛି ଏବଂ କିଛି ପୁରୁଷ ବନ୍ଧୁଙ୍କୁ ପଠାଇଛି । ସେହି ଘଟଣା ଶୁଣିଲେ ଆପଣ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ଥାନା ଗୋଳିଅଠା ଗାଁରେ ଏଭଳି ଏକ ଘଟଣା ଘଟି ଯାଇଛି ।

ଯାଜପୁର ଜିଲ୍ଲା ଜେନାପୁର ଥାନା ଗଡ଼ବଧୂପୁର ଅଞ୍ଚଳର ତୃପ୍ତି ପ୍ରିୟଦର୍ଶୀନି ପଣ୍ଡା । ଯିଏକି ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ ବୟସ ସାଙ୍ଗକୁ ତାଙ୍କ ପରିବାର ଲୋକେ ତାଙ୍କ ପାଇଁ ପ୍ରସ୍ତାବ ମଧ୍ୟ ଦେଖିବା ଆରମ୍ଭ କରି ଦେଇଥିଲେ । ଜୁଲାଇ ମାସରେ ତୃପ୍ତିଙ୍କୁ ଦେଖିବାକୁ ଲୋକେ ଆସିଥିଲେ ଆଉ ସେହି ମାସ ଆଠ ତାରିଖ ଦିନ ହିଁ ତୃପ୍ତି ଆତ୍ମହତ୍ୟା କରିଥିଲେ । ତେବେ ସେତେବେଳେ ଏହି ଘଟଣା ସମ୍ପର୍କରେ କିଛିବି ସାମ୍ନାକୁ ଆସି ନଥିଲା । କିନ୍ତୁ ତୃପ୍ତିଙ୍କ ମୋବାଇଲ ଦେଖିବା ପରେ ସବୁକିଛି ଘଟଣା ଜଣା ପଡ଼ିଥିଲା । ଘଟଣା ଏହା ଯେ ଯେଉଁଦିନ ତୃପ୍ତିଙ୍କ ଘରକୁ ଲୋକେ ଦେଖିବାକୁ ଆସିଥିଲେ ସେହିଦିନ ତୃପ୍ତି ନିଜ ବାନ୍ଧବି ରୂପାଲିଙ୍କୁ ମଧ୍ୟ ଡାକିଥିଲେ ।

ଆଉ ତୃପ୍ତି ଶାଢ଼ୀ ପିନ୍ଧୁଥିବା ସମୟରେ ରୂପାଲି ଲୁଚି ଲୁଚି ତାଙ୍କର ଉଲଗ୍ନ ଭିଡ଼ିଓ ବନାଇ ଥିଲା । ଖାଲି ସେତିକି ନୁହେଁ ସେହି ଭିଡ଼ିଓକୁ ସେ ନିଜ ପ୍ରେମିକକୁ ପଠାଇ ଥିଲା ଏବଂ ପ୍ରେମିକ ତାର ଅନ୍ୟ ୫ ଜଣ ପୁରୁଷ ବନ୍ଧୁଙ୍କୁ ପଠାଇ ଥିଲା । ଆଉ ଏହି ଭିଡ଼ିଓ ଦେଖିବା ପରେ ଯୁବକ ମାନେ ତୃପ୍ତିଙ୍କୁ ଭିଡ଼ିଓ ଦେଖାଇ ବ୍ଲାକମେଲ କରିବା ସହିତ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଯାହାକୁ ସହି ନପାରି ତୃପ୍ତି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଯାଇଥିଲେ । ତେବେ ତାଙ୍କ ମୋବାଇଲ ଚେକ କରିବା ପରେ ଯେତେବେଳେ ସବୁ ଘଟଣା ଜଣା ପଡ଼ିଥିଲା ସେତେବେଳେ ମାହାଙ୍ଗା ପୋଲିସ ସବୁ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବାସୁଦେବପୁର ଗାଁର ସୁଶାନ୍ତ ନାୟକ , ବାଣପୁର ଗାଁର ଅଭିଜିତ ସାମଲ , ସତ୍ୟଜିତ ପୃଷ୍ଟି , ମେରିପୁର ଗାଁର ମାନସ ରଞ୍ଜନ ସାହୁ , କୋଇଲିଅଠା ଗାଁର ମହେଶ ପ୍ରସାଦ ବଳ , ଦିଗବିଜୟ ସାହୁ ଏବଂ ମୃତ ଯୁବତୀଙ୍କ ବାନ୍ଧବୀକୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ । ଆଉ ଏପଟେ ମୃତ ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *