ସାହୁ ବାବୁଙ୍କ ବାହାଘର ସହି ନପାରି ରାଣୀ ପଣ୍ଡା କଲେ କି ଏମିତି ?

କାଲି ପର୍ଯ୍ୟନ୍ତ ତୁମେ ମୋର ଥିଲ ମୁଁ ବି ତୁମର ଥିଲି। ମୁଁ ତୁମକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲି। ତୁମ ହାତରେ ମୋ ହାତ ଗଣ୍ଠି ପଡିବା କଥା ଭାବୁଥିଲି। ହେଲେ ମୋ ସ୍ୱପ୍ନ ସରିନି ରାତି ପାହିଗଲା। କେବଳ ରାତି ପାହାଲାନି ସେ ନୂତନ ସକାଳ ମୋ ହୃଦୟକୁ ଚୁନା ଚୁନା କରିଦେଲା।

ସ୍ୱପ୍ନ ଭାଙ୍ଗି ଦେଲା ଆଉ ଯେତେବେଳେ ମୁଁ ସ୍ୱପ୍ନର ଦୁନିଅରୁ ବାସ୍ତବତାକୁ ଆସିଲି ଦେଖିଲି ତୁମେ ଅନ୍ୟ କାହାକୁ ବିବାହ କରି ସାରିଛ। କେମିତି ସହି ପାରିଥାନ୍ତି ଏତେ ବଡ଼ ଶକ୍ତ ଧକ୍କା । ମୁଁ ବି ମଣିଷ ମୋର ବି ମନ ଅଛି ମୋର ବି କିଛି ଇଚ୍ଛା ଅଛି। ତୁମେ କେମିତି ଏତେ କଠୋର ହୋଇ ପାରିଲ। ତୁମେ କିପରି ପାଦରେ ଅଳତା ମଥାରେ କୁଙ୍କୁମ ପିନ୍ଧି ବର ହୋଇ ପାରିଲ। ତୁମର କଣ ମୋ କଥା ଟିକେ ହେଲେ ମନେ ପଡିଲାଣି। ମୋ ଭଲ ପାଇବା କଣ ତୁମ ପାଇଁ କାଚ ଘର ଥିଲା। ଏ କଣ ଭଲ ପାଇବା ଆକୁ କଣ କୁହାଯିବ ଚିରନ୍ତନ ପ୍ରେମ। ଏହି ଭଲ ପାଇବାକୁ କଣ କୁହାଯିବ ଶ୍ୱାସତ୍ୱ ପ୍ରେମ। ଯେଉଁ ପ୍ରେମରେ କେବଳ ଛଳନା ଆଉ ପ୍ରତାରଣା ଅଛି।

ଦର୍ଶକ ବନ୍ଧୁ ୟୁଟୁବର ସାହୁ ବାବୁଙ୍କ ବିବାହ କଥା ଆପଣ ମାନେ ତ ସମସ୍ତେ ଜାଣିଥିବେ କାରଣ। ବର୍ତ୍ତମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସମସ୍ତଙ୍କୁ ହସି ହସି ଗଡ଼ାଇ ଦେଉଥିବା ୟୁଟୁବର ସାହୁ ବାବୁ। ଆଉ ତାଙ୍କ ବିବାହକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ଅଭିନେତ୍ରୀ ରାଣୀ ପଣ୍ଡା।

ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଯେତେବେଳେ ସାହୁ ବାବୁ ନିମନ୍ତ୍ରଣ କାର୍ଡ ପଠାଇ ଥିଲେ ସେତେବେଳେ ରାଣୀ ପଣ୍ଡାଙ୍କ ହୃଦୟ ହୋଇଯାଇଥିଲା ଚୁନା ଚୁନା କାରଣ ରାଣୀ ପଣ୍ଡା ସାହୁ ବାବୁଙ୍କୁ ଖୁବ ଭଲ ପାଉଥିଲେ। ହେଲେ ଯେତେବେଳେ ସାହୁ ବାବୁ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇ ଅନ୍ୟ ଏକ ଝିଅ ମଥାରେ ସିନ୍ଦୁର ଆଉ ପାଦରେ ଅଳତା ପିନ୍ଧାଇ ବୋହୁ କରିଥିଲେ ସେତେବେଳେ ରାଣୀ ପଣ୍ଡା ଖୁବ ଦୁଖୀ ହୋଇଥିଲେ।

ଆଉ ଏହା ନିଜେ ରାଣୀ ପଣ୍ଡାଙ୍କ ଇଂଷ୍ଟାଗ୍ରାମରୁ ଜାଣିବାକୁ ମିଳିଛି। ରାଣୀ ପଣ୍ଡା ନିଜ ଇଂଷ୍ଟାଗ୍ରାମରେ ଏକ ରିଲିସ ପୋଷ୍ଟ କରିଛନ୍ତି ଯେଉଁଥିରେ ରାଣୀ ପଣ୍ଡା ଏକ ସୁନ୍ଦର ସାଡ଼ ଗୀତରେ ଅଭିନୟ କରିଛନ୍ତି। ଗୀତଟି ହେଉଛି ପାଦରେ ଅଳତା ମଥାରେ କୁଙ୍କୁମ ନାଇଁ ତୁମେ ବର ସାଜିଛ। ଆଉ ବାସ୍ତବ କଥା ହେଉଛି କି ରାଣୀ ପଣ୍ଡା ସାହୁ ବାବୁଙ୍କୁ ପ୍ରେମ କରନ୍ତି ନାହିଁ।

ସେ ମଜାରେ ଏକ ଦୁଃଖ ଭରା ରିଲସି ବନାଇଛନ୍ତି ହେଲେ ଏହି ରିଲିସ ଯିଏ ଦେଖୁଛନ୍ତି ସେ ଭାବୁଛନ୍ତି କି ରାଣୀ ପଣ୍ଡା ବୋଧେ ହୁଏ ସାହୁ ବାବୁଙ୍କୁ ମନେ ମନେ ଭଲ ପାଉଥିଲେ। ହେଲେ ବନ୍ଧୁଗଣ ସେମିତି କିଛି ନାହିଁ କାରଣ ରାଣୀ ପଣ୍ଡା କୁହନ୍ତି ସେ ଯେବେ କାହାକୁ ମନ ଦେବେ ସେ ନିହାତି ଭାବେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଜଣାଇବେ।

ତେବେ ସେପଟେ କାଲି ମଜା ମସ୍ତି କରି ରାଣୀ ପଣ୍ଡା ସାହୁ ବାବୁଙ୍କ ବାହାଘର ରିସିପି ସନ ରୁ ଫେରିଲା ବେଳେ ରାସ୍ତାରେ ଏକ ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆଉ ଯାହା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହି ଘଟଣାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଚାଲିଥିବା ବେଳେ ଲୋକେ ରାଣୀଙ୍କ ରିଲିସ ଦେଖି କହୁଛନ୍ତି କି ରାଣୀ ସାହୁ ବାବୁଙ୍କ ବାହାଘରରେ ମୁଡ ଅଫ କରି ଦୁର୍ଘଟଣା ଘଟାଇ ଦେଇଛନ୍ତି ଯାହାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଛି ହେଲେ ସେଭଳି କିଛି ନୁହେଁ ରାଣୀ କେବଳ ନିଜ ମସ୍ତି ପାଇଁ ନିଜର ଖୁସୀ ପାଇଁ ଏଭଳି ରିଲିସ କରିଥିଲେ।

Leave a Reply

Your email address will not be published. Required fields are marked *