ସମସ୍ତଙ୍କ ଆଗରେ ପଡ଼ିଥିଲା ହାତଗଣ୍ଠି । ଚଉଠି ସରିବା ପରେ ସ୍ତ୍ରୀକୁ ଛାଡ଼ି ଫେରାର ହେଲେ ସ୍ୱାମୀ…

ବିବାହ ପରେ ସ୍ବାମୀ ଧୋକା ଦେବା ଏବଂ ଧୋକା ପାଇବା ପରେ ନ୍ୟାୟ ପାଇଁ ସ୍ତ୍ରୀ ସ୍ୱାମୀର ଘର ସାମ୍ନାରେ ଧାରଣା ବସିବା । ଏମିତି ଦୃଶ୍ୟ ବର୍ତ୍ତମାନ ସମୟରେ ଯେମିତି ସାଧାରଣ ହୋଇ ଗଲାଣି । ବାସ୍ତବରେ କହିବା କଥା ଯେ ଯଦି ଜଣେ ବ୍ୟକ୍ତି ଜଣକ ସହିତ ଜୀବନ ବିତାଇ ପାରିବନି ତେବେ ତାକୁ ପ୍ରତିଶୃତି ଦେବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ କିମ୍ବା ପ୍ରେମ କରିବା ମଧ୍ୟ ଉଚିତ ନୁହେଁ । କିନ୍ତୁ ଆଜିକାଲି ଯୁବ ସମାଜ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ପ୍ରେମ ଭଳି ପବିତ୍ର ସମ୍ପର୍କକୁ ବ୍ୟବସାୟ ବନେଇ ସାରିଲେଣି । ଯେଉଁ କାରଣରୁ ଅନେକ ଲୋକକ ମୂଲ୍ୟବାନ ଇମୋସନ ବାଧିତ ହେଉଛି ।

କେହି ସ୍ତ୍ରୀ କଣ କେବେ ନିଜ ସ୍ୱାମୀ ନାମରେ କେସ କରି କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ କି । କିନ୍ତୁ ଆଜିକାଲିର ପରିସ୍ଥିତି ପାଇଁ ଜଣେ ସ୍ତ୍ରୀ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାଏ । ଯାହା ଏହି ଯୁବତୀଙ୍କ ସହିତ ଘଟିଛି । ଜଣେ ଯୁବତୀ ନିଜ ସ୍ୱାମୀଙ୍କ ଘର ସାମ୍ନାରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି । କିନ୍ତୁ ସ୍ୱାମୀ ବିବାହ ପରେ ହିଁ ସ୍ତ୍ରୀକୁ ଛାଡ଼ି ଫେରାର । ସବୁ ଗାଁ ଲୋକଙ୍କ ଉପସ୍ଥିତିରେ ଉଭୟଙ୍କର ବିବାହ ହୋଇଥିଲା ଏମିତିକି ବିବାହ ପରେ ସାତ ଦିନ ସ୍ୱାମୀ ସ୍ତ୍ରୀ ବେଶ ଭଲ ଭାବରେ କାଟିଥିଲେ । ମାତ୍ର ସାତ ଦିନ ପରେ ସ୍ବାମୀ ସ୍ତ୍ରୀକୁ ଷ୍ଟେସନରେ ବସାଇ କୁଆଡ଼େ ଫେରାର ହୋଇ ଯାଇଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗାଲେରିଆ ଗାଁରେ ।

ଘଟଣା ଏଭଳି ଥିଲା ଯେ ଟିନା ଏବଂ ଦୁଷ୍ମନ୍ତ ଉଭୟେ ଉଭୟଙ୍କୁ ବେଶ ଭଲ ପାଉଥିଲେ । ଯେଉଁଠି ଦୁଷ୍ମନ୍ତ ବିବାହର ମିଛ ପ୍ରତିଶୃତି ଦେଇ ଟିନାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଟିନା ଯେତେବେଳେ ବିବାହ କରିବାକୁ କହିଥିଲେ , ସେତେବେଳେ ଦୁଷ୍ମନ୍ତ ଟିନାଙ୍କୁ ମନା କରି ଦେଇଥିଲେ । ଏହାପରେ ଟିନା ଗାଲେରିଆ ଗାଁ ରେ ପହଞ୍ଚି ଦୁଷ୍ମନ୍ତଙ୍କ ଘର ସାମ୍ନାରେ ନିଜ ହାତ ଗୋଡ଼କୁ ବ୍ଲେଡ଼ରେ କାଟି ଧାରଣା ଦେଇଥିଲେ । ଏହାପରେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ସେଠାକୁ ଯାଇ ଟିନାଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କ ସହିତ ଛିଡ଼ା ହୋଇଥିଲେ । ସେ ମଧ୍ୟ ଟିନାଙ୍କ ସହିତ ଧାରଣାରେ ବସିଥିଲେ ।

ତେବେ ଧାରଣାର କିଛିଦିନ ପରେ ଅର୍ଥାତ ଡିସେମ୍ବର ୨୨ ତାରିଖ ଦିନ ପୁରା ଗାଁ ଲୋକଙ୍କ ସାମ୍ନାରେ ଦୁହିଁଙ୍କର ବିବାହ ହୋଇଥିଲା । ସମସ୍ତଙ୍କ ସାମ୍ନାରେ ଦୁହିଁଙ୍କର ହାତ ଗଣ୍ଠି ମଧ୍ୟ ପଡ଼ିଥିଲା । ଏହାପରେ ଦୁଷ୍ମନ୍ତଙ୍କ ଘରକୁ ଟିନା ଯାଇଥିଲେ । ଉଭୟେ ହନୀମୋନ ପାଇଁ ବ୍ରହ୍ମପୁର ଯାଇଥିଲେ । ସେଠାରେ ମନ ଭରି ଉପଭୋଗ କଲେ ବୈବାହିକ ଜୀବନକୁ । ମାତ୍ର ସେଠାରେ କିଛିଦିନ ପରେ ଦୁଷ୍ମନ୍ତ ଟିନାଙ୍କୁ ଷ୍ଟେସନରେ ଛାଡ଼ି ଦେଇ ଫେରାର ହୋଇଗଲେ । ଯାହାକୁ ନେଇ ବର୍ତ୍ତମାନ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଟିନା । ଏସବୁ ତାଙ୍କ ଶାଶୁ ଘର ଲୋକଙ୍କ ଷଡଯନ୍ତ୍ର ବୋଲି ଟିନା ଅଭିଯୋଗ କରିଛନ୍ତି ଏବଂ ନିଜ ଶାଶୁ ଘର ଲୋକଙ୍କ ଘର ସାମ୍ନାରେ ପୁଣିଥରେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *