ସାମ୍ନାକୁ ଆସିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମଲାର ପ୍ରତ୍ୟକ୍ଷଦର୍ଶୀ । କହିଲେ ଗୁ-ଳି ମାରିବା ଆଗରୁ ଗୋପାଳ କହୁଥିଲା ଏଭଳି…

ଗତ କିଛିଦିନ ତଳେ ଘଟିଥିବା ସେହି ଲୋମ ଟାଙ୍କୁରା ହ-ତ୍ୟାକା-ଣ୍ଡର ଲାଇଭ ଭିଜୁଆଲ ଫୋନରୁ ଫୋନକୁ ଘୁରି ବୁଲୁଛି । କିଭଳି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଏସଆଇ ଗୋପାଳ ଦାସ ଖୁବ ନିକଟରୁ ଗୁ-ଳି କରିଥିଲା । ଅଳ୍ପ ସମୟ ପାଇଁ ସମସ୍ତେ କ୍ଷୁବ୍ଧ ହୋଇ ଯାଇଥିଲେ । ହଠାତ କିଛି ଜାଣି ପାରି ନଥିଲେ ଯେ କଣ ହେଲା । ଗୁଳି ଛାତିର ଠିକ ତଳକୁ ବାଜିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିକିଏ ପଛକୁ ଟଳି ପଡ଼ିଥିଲେ ଏବଂ ହଠାତ ଯନ୍ତ୍ରଣା ଅନୁଭବ ହେବା ପରେ ସେ ଟଳି ପଡ଼ିଥିଲେ । ଯାହାପରେ ସବୁଠି ହଇଚଇ ସୃଷ୍ଟି ହୋଇଗଲା ।

ଲୋକେ କିଛି ବୁଝିବା ଆଗରୁ ଗୋପାଳ ଆଉ ଗୋଟିଏ ରାଉଣ୍ଡ ଗୁ-ଳି ଚଳାଇବା ଆରମ୍ଭ କରି ଦେଇଥିଲା । ମାତ୍ର ତାକୁ ନିୟନ୍ତ୍ରଣ କରିବାକୁ ସବୁ ଲୋକ ଚେଷ୍ଟା କରିଥିଲେ । ତେବେ ସେହି ସମୟରେ ଘଟିଥିବା ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବର୍ତ୍ତମାନ ସାମ୍ନାକୁ ଆସିଛି । ସେ ସବୁକିଛି କହିଛନ୍ତି ଯେ ଗୋପାଳ କିଭଳି ଗୁ-ଳି କରିବା ଆଗରୁ କଣ କରିଥିଲା । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆସିବା ପରେ ସମସ୍ତେ ତାଙ୍କ ନିକଟକୁ ଦୌଡ଼ି ଯାଇଥିଲେ । ସେହି ସମୟରେ ସେ କୁଆଡ଼େ ରାସ୍ତା ଛାଡ଼ିବେ ପାଇଁ କହିଥିଲେ । ଏବଂ ଏହା ମଧ୍ୟ କହିଥିଲେ ଯେ ” ସବୁଦିନ ତୁମେ କଥା ହେଉଛ ଆଜି ଟିକେ ମୋତେ କଥା ହେବାକୁ ଦିଅ । ”

ଏତେ ଗହଳି ସମୟରେ ଯେତେବେଳେ ଥାନା ବାବୁ ଏଭଳି କହୁଥିଲେ ସେହି ସମୟରେ କିଛି ଲୋକ ତାଙ୍କୁ ବାଟ ମଧ୍ୟ ଛାଡ଼ିଥିଲେ । ସମସ୍ତଙ୍କୁ ଠେଲି ଆଗକୁ ଯାଇଥିଲା ଗୋପାଳ । ଏପଟେ ସେ ପୋଲିସ ହୋଇଥିବାରୁ ତାକୁ କିଏ ବା କାହିଁକି ମନା କରିବ ? କିନ୍ତୁ ହଠାତ ସେ ଆଗକୁ ଯାଇ ନିଜ ହାତରୁ ସର୍ଭିସ ରିଭରବଲ ବାହାର କରି ଗୋପାଳ ମନ୍ତ୍ରୀଙ୍କୁ ଆଖିବୁଜା ଗୁଳି ଚାଳନା କରିଥିଲା । ଏମିତି କିଛି ବୟାନ ଦେଇଛନ୍ତି ପୁରା ଘଟଣା ଦେଖିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ । ଯାହାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ରେକର୍ଡ କରୁଥିବା ସୂଚନା ମିଳିଛି । ସେଦିନ ଅପରାହ୍ନ ୧୦ ଟା ସୁଦ୍ଧା ଗୋପାଳ କୃଷ୍ଣ ବ୍ରଜରାଜ ନିକଟ ଗାନ୍ଧୀ ଛକ ନିକଟରେ ପହଞ୍ଚି ଯାଇଥିଲେ ।

ସବୁଠି ତାଙ୍କ ଚିହ୍ନା ପରିଚୟ ଲୋକଙ୍କର ହିଁ ସମାଗମ ହୋଇଥିଲା । ଗୋପାଳ ଏଏସଆଇ ବୋଲି ଜାଣି ସମସ୍ତେ ତାଙ୍କ ସହିତ କଥା ମଧ୍ୟ ହେଉଥିଲେ । କାରଣ ସମସ୍ତେ ପ୍ରାୟ ଗୋପାଳଙ୍କୁ ଜାଣିଥିଲେ । କିନ୍ତୁ ଗୋପାଳ କୁଆଡ଼େ ମଝିରେ ମଝିରେ ଫୋନରେ ଗପୁଥିଲା ଏବଂ ଏହାରି ମଧ୍ୟରେ ଏଭଳି ଏକ କାଣ୍ଡ ଘଟାଇବ ବୋଲି କେହିବି ଚିନ୍ତା କରି ନଥିଲେ । ଗୋପାଳକୁ ସେଦିନ କାବୁ କରାଯିବା ପରେ ତାଠାରୁ ତିନୋଟି ମୋବାଇଲ ମଧ୍ୟ ଜବତ ହୋଇଛି । ଫୋନରୁ ମିଳିଥିବା ଡିଟେଲସକୁ କ୍ରାଇମବ୍ରାଞ୍ଚ ଭଲ ଭାବରେ ଯାଞ୍ଚ କରୁଛି । ତେବେ ଆଶା କରାଯାଉଛି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପଛରେ ଥିବା ଷଡଯନ୍ତ୍ର ଖୁବଶୀଘ୍ର ପଦାକୁ ଆସିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *