ବେଳ ବୁଡ଼ିଲେ ଆସୁଛି ନନ୍ଦିନୀ ଗାଁ ଲୋକଙ୍କୁ ଦେଖା ଦେଉଛି କଇଁ କଇଁ ହେଇ କାନ୍ଦୁଛି, ଗାଁରେ ଖେଳି ଯାଇଛି କୋକୁଆ ଭୟ :- ଦେଖନ୍ତୁ ଭିଡିଓ

ଗତ ୧୦ ତାରିଖରେ ଘଟିଥିବା ଘଟଣାର ପରବର୍ତ୍ତୀ ପରିସ୍ଥିତି ବିଷୟରେ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ । ଟ୍ରକ ଧକ୍କାରେ ଝିଅର ହୋଇଥିଲା ମୃ-ତ୍ୟୁ । କିନ୍ତୁ ଶବ ସଂସ୍କାର ପରେ ବି ରାତିରେ ଆସୁଛି ଝିଅ ଆଉ ସମସ୍ତଙ୍କୁ ଦେଖା ଦେଉଛି । ପୁଣି କାନ୍ଦି କାନ୍ଦି ନ୍ୟାୟ ମାଗୁଛି । ଏପରି ଉକ୍ତି ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଜାଣିବାକୁ ଚାହୁଁଥିବେ ଯେ ଘଟଣା କଣ ? ତେବେ ମାମଲା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଗତ ୧୦ ତାରିଖରେ ନିମାପଡ଼ାରେ ରାତି ସମୟରେ ଘଟି ଯାଇଥିଲା ଏକ ଦୁର୍ଘ-ଟଣା । ଆଉ ସେହି ଦୁର୍ଘ-ଟ-ଣାରେ ଜୀବନ ଚାଲି ଯାଇଛି ଡେଣୁଆ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ନନ୍ଦିନୀର । ଗତ ୧୦ ତାରିଖରେ ନନ୍ଦିନୀ ସ୍କୁଲ ଯାଇ ଆଉ ଜୀବନ୍ତ ଫେରି ନଥିଲା । ଯାଇଥିଲା ହସି ହସି ମାତ୍ର ଫେରିଥିଲା କେବଳ ତାର ଶରୀର ତାହା ପୁଣି ମୃ-ତ । ରାତିରେ ସାଙ୍ଗ ସହିତ ଘରକୁ ଫେରୁଥିବା ସମୟରେ ପଛରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ନନ୍ଦିନୀକୁ ଧ-କ୍କା ଦେଇଥିଲା ।

ଆଉ ସେ ସେଠାରେ ବେହୋସ ହୋଇ ଯାଇଥିବା ନନ୍ଦିନୀଙ୍କୁ ପରିବାର ଲୋକେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତାପରେ ଭୁବନେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କଲେ । କିନ୍ତୁ କିଛିବି ଲାଭ ହୋଇନଥିଲା । ନନ୍ଦିନୀ ସବୁଦିନ ପାଇଁ ନିଜ ପରିବାର ସାଙ୍ଗସାଥିଙ୍କୁ ଛାଡ଼ି ଚାଲିଗଲେ । କିନ୍ତୁ ପରିବାର ଲୋକେ ବର୍ତ୍ତମାନ କହୁଛନ୍ତି ନନ୍ଦିନୀ ସବୁଦିନ ଆସୁଛନ୍ତି । ଆଉ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି । ଏହି ମାମଲାରେ ବର୍ତ୍ତମାନ ସାରା ଗାଁ ଦ୍ଵନ୍ଦରେ ରହିଛନ୍ତି । ରାତି ହେଲେ ଭୟରେ ତାଟି କବାଟ କେଳି ଦେଉଛନ୍ତି । ନନ୍ଦିନୀଙ୍କ ମା କହିଛନ୍ତି ଯେ ତାଙ୍କ ଝିଅଙ୍କୁ ଜାଣିଶୁଣି ଟ୍ରକ ଧକ୍କା କରି ମା-ରି ଦିଆଯାଇଛି । ଆଉ ସେ ପ୍ରତିଦିନ ଘର ଦାଣ୍ଡରେ କାନ୍ଦୁଛି ଏବଂ ନ୍ୟାୟ ମାଗୁଛି ।

ଗାଁ ଲୋକେ କହିଛନ୍ତି ଯେ ସଞ୍ଜ ହେଲେ ଗାଁ ଦାଣ୍ଡରେ ନନ୍ଦିନୀଙ୍କ କାନ୍ଦ ଶୁଭୁଛି ଆଉ ସେ ସମସ୍ତଙ୍କୁ ଡାକୁଛନ୍ତି । ତାଙ୍କ ପରିବାର ଲୋକେ ତାଙ୍କୁ ଅନୁଭବ କରି ପାରୁଥିବା କହିଛନ୍ତି । ଏପଟେ ମାମଲାରେ ପୋଲିସ କେବଳ ଧ-କ୍କା ହୋଇଥିବା ଟ୍ରକକୁ ଜବତ କରିବା ପରିବର୍ତ୍ତେ ଆଉ କିଛି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରି ନାହିଁ । ଯେଉଁ କାରଣରୁ ନନ୍ଦିନୀଙ୍କ ପରିବାର ଲୋକେ ଉତ୍ତେଜିତ ହୋଇଛନ୍ତି ଏବଂ ଯଥାଶୀଘ୍ର ତ-ଦନ୍ତ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *