ସହିଦ ସାଙ୍ଗ ପାଇଁ ପୁରା ମଶାଣୀ କଲେ ସଫା । ସାଙ୍ଗର ଆଖି ଲୁହରେ ପୁରା ପଡ଼ିଆ ହେଲା ଓଦା ।

ସିକିମ ବନ୍ୟାରେ ଭାସି ଯାଇ ଶହୀଦ ହୋଇଛନ୍ତି ସରୋଜ । ଯାହାକୁ ନେଇ ଦେଶ ସମେତ ପୁରା ରାଜ୍ୟରେ ଦୁଃ-ଖର ଲହରୀ ଖେଳିଯାଇଛି । ବନ୍ୟା ପ୍ଲାବିତ ଅଞ୍ଚଳରେ ଲୋକଙ୍କୁ ଉ-ଦ୍ଧାର ପାଇଁ ଯାଇଥିଲେ ସତ କିନ୍ତୁ ଆଉ ଫେରି ନାହାଁନ୍ତି ସରୋଜ । ଏପଟେ ଘର ଲୋକେ ଭାବୁଥିଲେ ଯେ ସେ ନିଶ୍ଚୟ ଜୀବିତ ଥିବେ । କିନ୍ତୁ ସେମାନଙ୍କ ବିଶ୍ୱାସ ଭାଙ୍ଗି ଗଲା ଏବଂ ଭଗବାନଙ୍କ ଉପରେ ଭରସା ମଧ୍ୟ ଉଠିଗଲା । ସରୋଜଙ୍କ ମର ଶରୀର ଉ-ଦ୍ଧାର ହେବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ଭିଡ଼ିଓ କଲିଂରେ ଚିହ୍ନି ପାରିଥିଲେ ଯେ ସରୋଜ ବୋଲି ।

ପରିବାରରେ ସ୍ତ୍ରୀ ମା ଭାଇ , ଏମିତିକି ପିଲା ଦିନର ସାଙ୍ଗ ପୁରାପୁରି ଅସହାୟ ହୋଇ ଯାଇଛନ୍ତି । ସରୋଜଙ୍କ ମ-ର ଶରୀରକୁ ଘରକୁ ଅଣାଯିବ ଏବଂ ସଂସ୍କାର ପାଇଁ ସରୋଜଙ୍କ ସାଙ୍ଗକୁ ମ-ଶାଣୀ ସଫା କରୁଥିବାର ଦେଖିବାକୁ ମିଳିଛି । ସେ ବିଶ୍ୱାସ କରିପାରି ନାହାଁନ୍ତି ଯେ ତାଙ୍କ ସାଙ୍ଗରେ ଯେଉଁ ମଣିଷ ପିଲାଦିନେ ଖେଳ କୁଦ କରି ବଡ଼ ହୋଇଥିଲା ସେ ଆଉ ଏ ଦୁନିଆରେ ନାହିଁ । ସବୁ ଦିନ ପାଇଁ ପରିବାର ଏବଂ ସାଙ୍ଗ ସାଥୀଙ୍କୁ ଛାଡ଼ି ଚାଲି ଯାଇଛି । କହିରଖିବୁ ଯେ ସେନା ହେଡ଼ କ୍ୱାର୍ଟରରେ ସରୋଜଙ୍କୁ ଶେଷ ସମ୍ମାନ ଦେବା ପରେ ଶନିବାର ଦିନ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଅଣାଯିବ ।

ସେଠାରୁ ସେନା ଗାଡ଼ିରେ ଜନ୍ମମାଟି ଢେଙ୍କାନାଳକୁ ଅଣାଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସମ୍ପନ୍ନ ହେବ । ସେଥିପାଇଁ ପିଲା ଦିନର ସାଙ୍ଗ ଦୁଃ-ଖରେ ଥାଇବି ସୁଦ୍ଧା କା-ନ୍ଦି କା-ନ୍ଦି ମଶାଣୀ ଏବଂ ପୁରା ପଡ଼ିଆକୁ ସଫା କରିଛନ୍ତି । ସାଙ୍ଗ ସିନା ସହିଦ ହୋଇଗଲା ଏବଂ ଦେଶର ଲୋକେ ତାଙ୍କ ପାଇଁ ଗର୍ବିତ । କିନ୍ତୁ କଣ ଜଣେ ସାଙ୍ଗ ତାର ସାଙ୍ଗକୁ ଆଉ କେବେ ଫେରି ପାଇବ ? କଣ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଏବଂ ଜଣେ ମା’ ନିଜ ପୁଅକୁ ଫେରି ପାଇବ ?

Leave a Reply

Your email address will not be published. Required fields are marked *