ଶାଶୁଘର ଲୋକ ବୋହୂକୁ ନଦୀରେ ଘଣ୍ଟା ଘଣ୍ଟା ଧରି ଖୋଜୁଛନ୍ତି, ସେପଟେ ବୋହୂ ପ୍ରେମିକଙ୍କ ସହ ହନିମୁନ୍‌ କରୁଛି…

ମଧ୍ୟପ୍ରଦେଶର ରତଲାମ ସହରରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଏଠାରେ ପୋଲିସ ନଦୀରେ ଘଣ୍ଟା ଘଣ୍ଟା ଧରି ଖୋଜୁଥିବା ମହିଳା ଜଣକ ନିଜ ପ୍ରେମିକ ସହିତ ହନିମୁନ୍‌ ପାଳନ କରୁଥିଲେ। ମହିଳା ଜଣକ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ସେ ଶାଶୁଙ୍କୁ ଏପରି ଭାବରେ ବୋକା ବନେଇଥିଲେ ଯେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ।

ବିଷ୍ଣୁ ବାଇ ନାମକ ଜଣେ ମହିଳା ନାରାୟଣ ଗାଁର ବାସିନ୍ଦା। ଦୁଇ ଦିନ ପୂର୍ବେ ସେ ତାଙ୍କ ଦୁଇ ପିଲାଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇଥିଲେ କିନ୍ତୁ ସେଠାରୁ ଆଉ ଫେରି ନଥିଲେ। ଯେତେବେଳେ ଶାଶୁଘର ଲୋକ ବୋହୂକୁ ଖୋଜିଲେ, ସେମାନେ ଗାଁ ପାଖରେ ଥିବା ଲୁନି ନଦୀ କୂଳରୁ ତାଙ୍କ ଚପଲ ପାଇଲେ। ସେମାନେ ଭାବିଲେ ବୋହୂ ବୋଧେ ନଦୀକୁ ଡେଇଁ ପଡ଼ିଛି। ତା’ପରେ ସେମାନେ ଗୋଟେ ମୁହୁର୍ତ ଡେରି ନ କରି ପୋଲିସ୍ କୁ ଖବର ଦେଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଡିଆରଏଫ୍ ଟିମ୍ ସହିତ ମହିଳାଙ୍କୁ ଦିନସାରା ନଦୀରେ ଖୋଜିବାର ଅଭିଯାନ ଆରମ୍ଭ କଲା। ବହୁ ଥର ଖୋଜାଖୋଜି ସତ୍ତ୍ୱେ ମଧ୍ୟ ମହିଳାଙ୍କର କୌଣସି ପତ୍ତା ମିଳି ନଥିଲା। ପରେ ଜଣା ପଡିଲା ଯେ ମହିଳା ଜଣକ ବିବାହ ପରେ ମଧ୍ୟ ନିଜ ପ୍ରେମିକଙ୍କ ସହ ହନିମୁନ୍‌ ପାଳନ କରିବାକୁ କୁଆଡେ ପଳେଇ ଯାଇଥିଲେ। ସେ ଜାଣିଶୁଣି ନିଜ ଚପଲକୁ ନଦୀ କୂଳରେ ଛାଡିଥିଲେ। ଯାହା ଦ୍ଵାରା କି ଶାଶୁଘର ଲୋକେ ତାଙ୍କୁ ଖୋଜିକି ପାଇବେ ନାହିଁ।

ଖୋଜା ଖୋଜିର କିଛି ସମୟ ପରେ ଗ୍ରାମବାସୀମାନେ କହିଥିଲେ ଯେ ସେମାନେ ମହିଳାଙ୍କୁ କାହା ସହ କାରରେ ବସିଥିବାର ଦେଖିଛନ୍ତି। ଏ କଥା ଶୁଣିଲା ପରେ ପୋଲିସ ସନ୍ଦେହ କରିଥିଲା ​​ଯେ ମହିଳା ଜଣକ ହୁଏତ କାହା ସହିତ ପଳେଇ ଯାଇଛନ୍ତି। ସେମାନେ ମହିଳାଙ୍କ ମୋବାଇଲ୍ ନମ୍ବର ଖୋଜିଲେ। ଶେଷରେ ଜାଣିବାକୁ ପାଇଲା ଯେ ସେ ରାଜସ୍ଥାନର ଡାବଲା ଗାଁର ଘନଶ୍ୟାମ ରାଠୋରଙ୍କ ସହ କୁଆଡେ ପଳେଇ ଯାଇଛନ୍ତି। ଦୁଇ ଦିନ ପରେ ମହିଳା ଜଣକ ନିଜେ ପୋଲିସ ଷ୍ଟେସନକୁ ଆସିଲେ। ସେ ନିଜ ପ୍ରେମିକକୁ ଭଲ ପାଉଛନ୍ତି ବୋଲି ପୋଲିସକୁ କହିଲେ। ସେ ତାଙ୍କୁ ବିବାହ କରିଛନ୍ତି ବର୍ତ୍ତମାନ ସେ ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି। ସେ ଗତ ୮ ବର୍ଷ ଧରି ତାଙ୍କୁ ଭଲ ପାଉଥିଲେ।

ମହିଳାଙ୍କଠାରୁ ସବୁ କଥା ଶୁଣି ସାରିବା ପରେ ଶାଶୁଘର ଲୋକ ଆଶ୍ଚର୍ଯ୍ୟ ହେଇଗଲେ। ଅନ୍ୟପକ୍ଷରେ ପୋଲିସ ମହିଳାଙ୍କୁ ରତଲାମର ନାରୀ ନିକେତନଙ୍କ ନିକଟକୁ ପଠାଇଥିଲା। ବର୍ତ୍ତମାନ ସେ ସବୁ ଦିଗରୁ ଅନୁସନ୍ଧାନ କରୁଛନ୍ତି।

Leave a Reply

Your email address will not be published. Required fields are marked *