ଏହି ଦମ୍ପତି କାରରେ ରୋମାନ୍ସ କରୁଥିଲେ, ଚୋରମାନେ କାର ନେଇ ପଳେଇଲେ, ପୋଷାକ ମଧ୍ୟ ସାଙ୍ଗରେ ନେଇଗଲେ।

ରାତିରେ ନିଜ କାର ଭିତରେ ବସି ଦମ୍ପତି ରୋମାନ୍ସ କରୁଥିଲେ। ତା’ପରେ ତାଙ୍କ ସହିତ ଏପରି ଏକ ଦୁର୍ଘଟଣା ଘଟିଲା, ଯାହା ତାଙ୍କ ଜୀବନର ସବୁଠାରୁ ଖରାପ ସ୍ମୃତି ଥିଲା। ବାସ୍ତବରେ ଅପରାଧୀମାନେ ଏକ ନିଛାଟିଆ ସ୍ଥାନରେ ପାର୍କିଂ ହୋଇଥିବା ଦମ୍ପତିଙ୍କ କାର ଦେଖିଲେ। ତା’ପରେ ସେମାନେ କେବଳ ଦମ୍ପତିଙ୍କ ପର୍ସ ଏବଂ ମୋବାଇଲ୍ ଚୋରି କରିନାହାଁନ୍ତି, ବରଂ ଉଭୟଙ୍କ ପୋଷାକ ନେଇ ପଳାଇ ଗଲେ।

ଅଗଷ୍ଟ ୧୭ ବ୍ରାଜିଲରେ ଏହି ଘଟଣା ଘଟିଛି, ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟେ ଧଳା ରଙ୍ଗର କାର ଭିତରେ ଏହି ଦମ୍ପତି ରୋମାନ୍ସ କରୁଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଚୋରମାନେ ତାଙ୍କୁ ଘେରି ରହିଛନ୍ତି। କିଛି ସମୟ ପରେ ଚୋରମାନେ ଦମ୍ପତିଙ୍କ ଟଙ୍କା ଓ ପୋଷାକ ଲୁଟି ନେଇ ରାସ୍ତା ମଝିରେ ଦମ୍ପତିଙ୍କୁ ଉଲଗ୍ନ ଅବସ୍ଥାରେ ଛାଡି ଦେଇଗଲେ।

ଡେଲି ମେଲର ରିପୋର୍ଟ ଅନୁଯାୟୀ ଏହି ଘଟଣା ପ୍ରାୟ ରାତି ୯.୩୦ ସମୟରେ ଘଟିଥିଲା। କାରଟି ଏକ ନିଛାଟିଆ ପାର୍କିଂ ସ୍ଥାନରେ ଥିଲା। କାର ଭିତରେ ଦମ୍ପତି ରୋମାନ୍ସ କରୁଥିଲେ। ତା’ପରେ ଚୋର ଦଳ ସେମାନଙ୍କୁ ଆକ୍ରମଣ କଲେ। ଜଣେ ଜବରଦସ୍ତ କାରର କବାଟ ଖୋଲୁଥିବା ବେଳେ ଅନ୍ୟଜଣେ ଦମ୍ପତିଙ୍କ ଜିନିଷପତ୍ର ଛଡ଼ାଇବା ଆରମ୍ଭ କରିଦେଲା। ଯେତେବେଳେ ଦମ୍ପତି ବିରୋଧ କଲେ, ସେମାନେ ସେମାନଙ୍କୁ ଧମକ ଦେବା ଆରମ୍ଭ କଲେ।

କେବଳ ଏତିକି ନୁହେଁ ଚୋରମାନେ ମଧ୍ୟ ଦମ୍ପତିଙ୍କୁ କାରରୁ ଟାଣି ବାହାରକୁ ଫୋପଡ଼ିଦେଲେ। ଦମ୍ପତିଙ୍କ କାର ଛଡ଼ାଇ ନେବା ପରେ ସେମାନେ ଦମ୍ପତିଙ୍କ ପୋଷାକ ରାସ୍ତା ଉପରେ ପକେଇ ଦେଇ ପଳେଇଲେ ଏବଂ କିଛି ପୋଷାକ ଚୋରମାନେ ମଧ୍ୟ ସାଙ୍ଗରେ ନେଇଗଲେ। ଏହା ପରେ ଦମ୍ପତି ତୁରନ୍ତ ସେମାନଙ୍କ ପୋଷାକ ଉଠାଇ ପିନ୍ଧିଲେ।

ଘଟଣାର ସିସିଟିଭି ଫୁଟେଜ ପଦାକୁ ଆସିବା ପରେ ପୋଲିସ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁଯାୟୀ, ବ୍ରାଜିଲରେ ଏକ ସର୍ବସାଧାରଣ ସ୍ଥାନରେ ଯୌନ ସମ୍ପର୍କ ରଖିବା ବେଆଇନ ଅଟେ। ଏଭଳି ପରିସ୍ଥିତିରେ ଦମ୍ପତିଙ୍କୁ ଜୋରିମାନା ସହିତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।

Leave a Reply

Your email address will not be published. Required fields are marked *