ଶାଶୁ ଘର ଲୋକ ମୋ ଟେଣ୍ଟ ଜାଳି ଦେଲେ, ଥାନାରେ ଅଭିଯୋଗ କଲେ ଦୀପିକା

ବ୍ରହ୍ମପୁରର ଚର୍ଚ୍ଚିତ ବୋହୂ କେ ଦୀପିକା , ଯାହାଙ୍କୁ ଆପଣ ସମସ୍ତେ ଜାଣିଥିବେ । ଯିଏ ନିଜ ଅଧିକାର ପାଇଁ ନିଜ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି । ଦୀର୍ଘ ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଦୀପିକା ଆଜି ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି । ନିଜ ପୁଅ ପାଇଁ ଆଉ ନିଜେ ସ୍ତ୍ରୀର ଅଧିକାର ପାଇବା ପାଇଁ ଅନାଇ ବସିଛନ୍ତି ଦୀପିକା । ଆଉ ଆଜି ବି ହାରି ନାହାଁନ୍ତି ସେହି ସାହସୀ ବୋହୂ । ଶାଶୁ ଘର ଦାଣ୍ଡରେ ଟେଣ୍ଟ ପକାଇ ନିଜ ନ୍ୟାୟ ପାଇଁ ସଂଘର୍ଷ କରି ଚାଲିଛନ୍ତି ଦୀପିକା ।

ଅନ୍ୟ ପକ୍ଷରେ କୋର୍ଟରେ ତାଙ୍କୁ ଆଉ ତାଙ୍କ ପ୍ରେମିକ ତଥା ସ୍ଵାମୀ ଦିନେଶଙ୍କୁ ନେଇ ମାମଲା ଲାଗି ରହିଛି । ଦୁଇ ପରିବାରକୁ ନେଇ ବିବାଦ ବଢ଼ି ଚାଲିଥିବା ମଧ୍ୟରେ ଦୀପିକାଙ୍କ ମାମଲା କୋର୍ଟକୁ ଯାଇଥିଲା । ଆଉ ସେଠାରେ ସବୁ କଥା ବିଚାରଧୀନ ଅବସ୍ଥାରେ ରହିଛି । ଖରା , ବର୍ଷା କି ଶୀତ କାକରକୁ ଖାତିର ନ କରି ସେହି ଶାଶୁ ଘର ଅଗଣାରେ ଆଜି ବି ବସିଛନ୍ତି ଦୀପିକା । ଯେତେ ଝଡ , ବାଧା ଆସୁ ପଛକେ କେବେ ବି ପଛକୁ ହଟିବେ ନାହିଁ ବୋଲି ଦୀପିକା କହିଛନ୍ତି ।

ତେବେ ଏସବୁ ମଧ୍ୟରେ ଏକ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୀପିକା । ଥାନାରେ ସେ କହିଛନ୍ତି କି , ତାଙ୍କ ଶାଶୁ ଘର ଲୋକ ତାଙ୍କୁ ହଇରାଣ କରୁଛନ୍ତି । ତାଙ୍କୁ ଶାନ୍ତିରେ ବସାଇ ଦେଉ ନାହାନ୍ତି । ଆଗରୁ ଯେମିତି ହଇରାଣ କରୁଥିଲେ , ବର୍ତ୍ତମାନ ମଧ୍ୟ ସେପରି କାମ କରୁଛନ୍ତି ଆଉ ତାଙ୍କୁ କଷ୍ଟ ଦେବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସମୟରେ ଥାନାର ଦ୍ଵାରସ୍ଥ ହେବାର ମୁଖ୍ୟ କାରଣ ଦୀପିକା କହିଛନ୍ତି କି , ତାଙ୍କ ଟେଣ୍ଟ ଘରକୁ ଶାଶୁ ଘର ଲୋକ ପୋଡ଼ି ପକାଇଛନ୍ତି । ଯେଉଁ ଘରେ ସେ ବସି ରହୁଥିଲେ । ଯେଉଁ ଘର ଭିତରେ ବସି ସେ ଖରା , ବର୍ଷା ଦାଉରୁ ରକ୍ଷା ପାଉଥିଲେ ।

ସେହି ଟେଣ୍ଟ ଘରକୁ ଆଜି ତାଙ୍କ ଶାଶୁ ଘର ଲୋକ ଜାଳି ପକାଇଲେ । ଆଉ ତାଙ୍କୁ ରାସ୍ତା ଉପରକୁ ଉଠାଇ ଦେଲେ । ବର୍ତ୍ତମାନ ସମୟରେ ସେ ଯିବେ କୁଆଡେ । ଆଉ ସେହି ବର୍ଷା କି ଖରା ଦାଉରୁ କିପରି ପାଇବେ ରକ୍ଷା । ତେବେ ଆପଣ ସମସ୍ତେ ଜାଣିଥିବେ କି , ବର୍ତ୍ତମାନ। ସମୟରେ ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଛି । ଆଉ ଏପରି ପରିସ୍ଥିତିରେ ନିଜ ମୁଣ୍ଡ ଉପରୁ ଛାତକୁ ହରାଇ ଦୀପିକା ପୁରାପୁରି ଭାଙ୍ଗି ପଡିଛନ୍ତି । ଏତେ ଶୀତ ଦାଉରୁ ସେ କିପରି ମୁକ୍ତି ପାଇବେ । ତେଣୁ ସେ ନିଜ ଶାଶୁ ଘର ଉପରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଥାନାରେ ନେହୁରା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *