ସସ୍ମିତାଙ୍କ ପରେ ବର୍ତ୍ତମାନ ସୁବାସ । ଭିନ୍ନକ୍ଷମ ହୋଇବି ସୁଦ୍ଧା ଗାଉଛନ୍ତି ଏତେ ସୁନ୍ଦର ଗୀତ । ଯାହା ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ ।

ନିକଟରେ ଜଣେ ଗରିବ ମହିଳା ସସ୍ମିତା ଯିଏକି ଲିଙ୍ଗରାଜ ମନ୍ଦିରରେ ଭିକ ମାଗୁ ମାଗୁ ନିଜ ପ୍ରତିଭା କାରଣରୁ ଲୋକ ଲୋଚନକୁ ଆସି ପାରିଥିଲେ । ସେହିଭଳି ଆଉ ଜଣେ ବ୍ୟକ୍ତି ମଧ୍ୟ ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କିଛିଦିନ ପୂର୍ବରୁ ସସ୍ମିତାଙ୍କ ଭିଡ଼ିଓ ଭାଇରଲ ହେବା ପରେ ତାଙ୍କୁ ଗୀତ ରେକର୍ଡ଼ିଂ କରିବାର ସୁଯୋଗ ମିଳିଥିଲା । ଯେଉଁଠି ସେ ଲୋକପ୍ରିୟ ଗାୟକ କୁମାର ବାପିଙ୍କ ସହିତ ମଧ୍ୟ ଏକ ଗୀତ ଗାଇଥିଲେ । ଯାହା ଦେଖିଲେ ଲାଗୁଥିଲା ଯେ ତାଙ୍କର ପ୍ରତିଭା ସମସ୍ତଙ୍କ ନଜରକୁ ଆସିବା ପରେ ତାଙ୍କର ଯେମିତି ଭାଗ୍ୟ ବଦଳି ଯାଇଛି । ଆଉ ବର୍ତ୍ତମାନ ଆଉ ଜଣେ ଭିକ ମାଗୁଥିବା ବ୍ୟକ୍ତିଙ୍କ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆସିଛି । ଯିଏକି ବେଶ ସୁନ୍ଦର ଗୀତ ଗାଉଛନ୍ତି ।

ସୂଚନା ଅନୁଯାୟୀ ସେହି ବ୍ୟକ୍ତିଙ୍କ ନାମ ସୁବାଷ ଚନ୍ଦ୍ର ଦାସ ଏବଂ ବୟସ ୩୦ ବର୍ଷ । ସେ ଦୀର୍ଘ ଆଠ ବର୍ଷରୁ ଦଶ ବର୍ଷ ହେବ ଟ୍ରେନରେ ଗୀତ ବୋଲି ଭିକ ମାଗି ଚଳି ଆସୁଛନ୍ତି । ସେ ଜଣେ ଭିନ୍ନକ୍ଷମ ଏବଂ କେବଳ ଗୋଟିଏ ଆଖିରେ ହିଁ ଦେଖି ପାରନ୍ତି । ତଥାପି ସେ ନିଜ ଅଭାବକୁ ଖାତିର ନକରି ଜୀବନ ବଞ୍ଚିବାକୁ ନିଜର ପ୍ରତିଭାକୁ ଏବଂ ନିଜର ଦୁର୍ବଳତାକୁ ହିଁ ସାମ୍ୟର୍ଥ ବନେଇଛନ୍ତି । ଯେଉଁ କାରଣରୁ ଦୁଇ ପଇସା ପାଇବା ସହିତ ନିଜର ପସନ୍ଦର ଗୀତ ବୋଲା କାମ ବି ହୋଇ ପାରୁଛି । ଗଞ୍ଜାମ ଜିଲ୍ଲାର ଏହି ବ୍ୟକ୍ତି ସୁବାଷଙ୍କ ସ୍ୱରକୁ ସବୁ ଲୋକ ପସନ୍ଦ କରୁଛନ୍ତି ।

ତାଙ୍କର କିଛି ଗୀତକୁ ବର୍ତ୍ତମାନ ଲୋକେ ସୋସିଆଲ ମିଡିଆରେ ପ୍ରଶଂସା କରୁଛନ୍ତି । ଲୋକେ କହୁଛନ୍ତି ଯେ ତାଙ୍କୁ ମଧ୍ୟ ଏକ ସୁଯୋଗ ମିଳିବା ଉଚିତ । ତେବେ ସୁବାଷ ଏସବୁ ଗୀତ ସବୁ ଗୀତ କେଉଁଠୁ ଶୁଣିଲେ ତାହା କହିବାକୁ ଗଲେ ସେ ପିଲାଦିନରୁ ହିଁ ଏଭଳି ଫୋନରୁ କିମ୍ବା ବକ୍ସରୁ ଗୀତ ଶୁଣି ଆସୁଛନ୍ତି । ନିଜର ଏକ ଫୋନ ମଧ୍ୟ ଥିଲା । କିନ୍ତୁ ଗତ କିଛି ଦିନ ତଳେ ତାହା ଚୋରି ହୋଇ ଯାଇଥିବା ସେ କହିଛନ୍ତି । ତଥାପି ସେ ଏବେ ଯାଏ ଟ୍ରେନରେ ବୁଲି ବୁଲି ନିଜର ପ୍ରତିଭା ଦେଖାଉଛନ୍ତି ଯାହାକୁ ଲୋକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *