ଋଷ ରୁ ରିହାତିରେ ତେଲ କିଣିବ ଭାରତ , ଭାରତୀୟ ମୁଦ୍ରାରେ ହେବ ବ୍ୟବସାୟ :-

ଆପଣ ମାନେ ନିଶ୍ଚିତ ଭାବରେ ଭାରତୀୟ ତୈଳ ଆମଦାନୀ ଏବଂ ରପ୍ତାନି ବ୍ୟବସ୍ଥା ବିଷୟରେ ଜାଣିଥିବେ । ତେବେ ପ୍ରତିବର୍ଷ ଭାରତ ୮୨% ତେଲ ଆମଦାନି କରିଥାଏ । କିନ୍ତୁ ବର୍ତ୍ତମାନ ସମୟରେ କହିବାକୁ ଗଲେ ଭାରତ ରିହାତିରେ ମିଳୁଥିବା ରୁଷର ତେଲ କିଣିବା ବିଷୟରେ ଚିନ୍ତା କରୁଛି । ଏହା ସହିତ ଅନ୍ୟାନ୍ୟ ଦ୍ରବ୍ୟ ଯେପରିକି ସାର ଉତ୍ପାଦନରେ ବ୍ୟବହାର ହେଉଥିବା କଞ୍ଚାମାଲ ରୁଷ ଓ ବେଲାରୁଷରୁ ଆମଦାନି କରିବା ଲାଗି ଭାରତ ପ୍ରସ୍ତୁତି କରୁଛି । କିନ୍ତୁ ଯୁଦ୍ଧ କାରଣରୁ ବର୍ତ୍ତମାନ ଋଷ ରୁ ଜିନିଷ ସାମଗ୍ରୀ ଆମଦାନୀ ଡଲାର ରେ ହୋଇ ପାରିବ ନାହିଁ ବୋଲି ଭାରତ ଅନ୍ୟ ପନ୍ଥା ଅବଲମ୍ବନ କରିଛି ।

ତେଣୁ ଭାରତୀୟ ମୁଦ୍ରା ଟଙ୍କାରେ ସାମଗ୍ରୀ ଆଣିବ ବୋଲି କୁହାଯାଉଛି । ଏହା ଦ୍ୱାରା ତେଲ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଆମଦାନୀ ହେବା ସହିତ ଭାରତୀୟ ଟଙ୍କା ଓ ରୁଷର ମୁଦ୍ରା ରୁବଲ୍‌ ମଧ୍ୟରେ କାରବାର ବିକଶିତ ହେବ ବୋଲି ଆଶା କରାଯାଉଛି । ଋଷ ରେ ଗତବର୍ଷ ନଭେମ୍ବର ବେଳକୁ ‌ତେଲ ଦାମ୍ ୮୨ ଡଲାର ପାଖାପାଖି ଥିଲା କିନ୍ତୁ ଯୁଦ୍ଧ ଆରମ୍ଭ ସହିତ ତାହା ୧୪ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ୧୪୦ ଡଲାରକୁ ବୃଦ୍ଧି ପାଇ ୧୨୫-୧୩୦ ଡଲାର ପାଖାପାଖି ରହିଛି । ତେଣୁ ଏଭଳି ସମୟରେ ଭାରତକୁ ରିହାତି ରେ ତେଲ ବିକ୍ରି କରିବାକୁ ଋଷ ନିଷ୍ପତ୍ତି ନେଉଥିବାରୁ ଭାରତ ମଧ୍ୟ ଏହି ଦିଗରେ ବିଚାର କରୁଛି । ଯାହାକି ଭାରତୀୟ ମୁଦ୍ରାରେ ହେବ ବୋଲି ସୂଚନା ପ୍ରକାଶ ପାଇଛି ।

ଇରାନ ସହ ମଧ୍ୟ ପୂର୍ବରୁ ଭାରତ ଟଙ୍କାରେ ତେଲ କାରବାର ହେଉଥିଲା । ପୂର୍ବ ରେକର୍ଡ଼ ଅନୁଯାୟୀ ବି ରୁଷର ଭାରତ ୨-୩% ତେଲ ମଗାଇଥାଏ କିନ୍ତୁ ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ଦରରେ ୪୦% ବୃଦ୍ଧି ହୋଇଥିବାରୁ ଭାରତ ଉପରେ ଚିନ୍ତାର କାରଣ ହୋଇଛି । ଏପଟେ ଋଷ ଉପରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶର କଟକଣା ଲାଗିଥିବାରୁ ପୁଟିନ ଙ୍କ ନେତୃତ୍ୱାଧୀନ ଦେଶ ତେଲ କିଣିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । କାରଣ କୌଣସି ଦେଶ ବି ଋଷ ଏବଂ ଆମେରିକା ମଧ୍ୟରେ ପ୍ରବେଶ କରିବାକୁ ଚାହୁଁ ନାହାଁନ୍ତି ।

କିନ୍ତୁ ଏପଟେ ଭାରତ ଅନୁଯାୟୀ ଋଷ ର ଅନ୍ୟାନ୍ୟ କାରବାର ଉପରେ କଟକଣା ଲାଗିଥିଲେ ହେଁ ତୈଳ କାରବାର ଉପରେ କଟକଣା ଲାଗି ନଥିବା କଥା ସେ କହିଛନ୍ତି । ଏହି କାରଣରୁ ଭାରତ ଋଷ ର ପ୍ରସ୍ତାବ କୁ ଗ୍ରହଣ କରିବା ଦିଗରେ ଚିନ୍ତା କରୁଛି । ଏମିତିରେ ବି ଯେଉଁ କରେଂସି ରେ ବ୍ୟବସାୟ ହେଲେବି ଋଷ ଅନୁଯାୟୀ ଭାରତକୁ ରିହାତିରେ ତୈଳ ଆମଦାନୀ ହେବ । ତେବେ ବର୍ତ୍ତମାନ ସୁଦ୍ଧା ରିହାତି ମୂଲ୍ୟ କେତେ ରହିବ ତାହା ଜଣା ପଡ଼ିନାହିଁ । ଭାରତ ସମେତ ଇରାନ ଓ ଭେନେଜୁଏଲାରୁ ଅଧିକ ତେଲ କିଣିବାକୁ ଚାହୁଁଛି କାରଣ ଏସବୁ ଋଷ ର ମିତ୍ର ଦେଶ ଅଟନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ପାଦ ଟିକସ ହ୍ରାସ କରାଯାଇଛି କିନ୍ତୁ ମହାରାଷ୍ଟ୍ର ଓ କେରଳ ସମେତ ଦେଶର ୯ଟି ରାଜ୍ୟ ପେଟ୍ରୋଲ୍ ଓ ଡିଜେଲ୍‌ରୁ ଭାଟ୍‌ ହ୍ରାସ କରାଯାଇ ନାହିଁ ବୋଲି ପେ‌ଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୃହରେ କହିଛନ୍ତି କାରଣ କିଛି ଦିନ ପୂର୍ବରୁ ସାଉଦି ଆରବ ନେତୃତ୍ବାଧୀନ ଓପେକ୍ ରାଷ୍ଟ୍ର ସମୂହ ରେ ତେଲ ଦର ହ୍ରାସକୁ ନେଇ ସୂଚନା ପ୍ରକାଶ ହୋଇଥିଲା । ତେଣୁ ଭାରତର କିଛି ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହିଛି । ମହାମାରୀ କାରଣରୁ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନି, ବ୍ରିଟେନ୍ ଓ ସ୍ପେନ୍‌ରେ ତେଲ ଦାମ୍ ୫୦%ରୁ ୬୦% ବୃଦ୍ଧି ହୋଇଥିବା ବେଳେ ଭାରତରେ ମାତ୍ର ୫ ପ୍ରତିଶତ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *